ଆସନ୍ତୁ ନଜର ପକାଇବା ମୁଖ୍ୟ ଖବର ଉପରେ.... l

➡️ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଆସନ୍ତା ୧୩ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୨ତାରିଖରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ମଧ୍ୟମରୁ ବଡ଼ ଧରଣର ବର୍ଷା ହୋଇପାରେ।

➡️କରୋନା ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରେ ଲାଗୁ ହେବ ଗଂଜାମ ଫର୍ମୁଲା; ବ୍ୟାପକ ହେଲଥ୍‌ ସ୍କ୍ରିନିଂ ପାଇଁ ୫୬୫ଟି ରାପିଡ୍ ରେସପନ୍ସ ଟିମ୍; କରୋନା ନିୟମ ମାନୁଛନ୍ତି କି ନାହିଁ, ଆକ୍ରାନ୍ତଙ୍କ ଉପରେ କଡ଼ା ନଜର ରହିବ; କରୋନା ନେଇ ସନ୍ଦେହ ହେଲେ ୧୯୨୯କୁ କଲ୍ କରି ତଥ୍ୟ ପାଇପାରିବେ ।

➡️ଆଜି ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମା ଲଙ୍କେଶ୍ବରୀଙ୍କ ଖଣ୍ଡାବସା ଯାତ୍ରା, ଆଜି ଦିନ ୨ଟାରୁ କାଲି ସକାଳ ୬ଟା ଯାଏଁ ଜାରି ହେଲା ୧୪୪ ଧାରା, ମନ୍ଦିର ପରିସରରୁ ୫୦୦ ମିଟର ଅବଧି ମଧ୍ୟରେ ୧୪୪ ଧାରା ଜାରି।

➡️ମାଓବାଦୀଙ୍କ ଆକ୍ରମଣରେ ୨ ଏସଓଜି ଯବାନ ସହିଦ । ସହିଦ ଯବାନ ଦେବାଶିଷ ଟୁଡୁ, ସୁଧୀର କୁମାର ଟୁଡୁ । କାଲି ଏନକାଉଣ୍ଟରରେ ନିହତ ହୋଇଥିଲେ ୫ ମାଓବାଦୀ । କାଲି ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ହୋଇଥିଲା ଗୁଳିବିନିମୟ ।

➡️ଡ଼ୁମୁଡ଼ୁମା ରଘୁନାଥ ନଗରରେ ଜଳଖିଆ ଦୋକାନୀଙ୍କ ଉତ୍ପାତ, ସାମାନ୍ୟ ବଚସାରୁ ବାପ, ପୁଅଙ୍କ ଉପରେ ଢାଳି ଦେଲା ଗରମ ତେଲ ବାପ, ପୁଅ ହସ୍ପିଟାଲରେ ଭର୍ତ୍ତି, ଜଳଖିଆ ଦୋକାନୀ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ |

➡️ପୂଜା ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର; ଦୁର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ପାଳନ ନେଇ ଗାଇଡଲାଇନ; ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କଠାରୁ ଅନୁମତି ଜରୁରୀ; କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇ ପାରିବ; ସାଧାରଣ ଲୋକ ଭାଗନେଇ ପାରିବେନି, ଗହଳି ହୋଇପାରିବନି ।

➡️ରାଫେଲକୁ ଭାରତୀୟ ବାୟୁସେନାରେ ସାମିଲ କଲେ ଭାରତ ଓ ଫ୍ୟାନ୍ସ ପ୍ରତିରକ୍ଷା ମନ୍ତ୍ରୀ
ରାଫେଲ ସାମିଲ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ। ବଟମ ଚିପି ବାୟୁସେନାରେ ସାମିଲ କଲେ ରାଫେଲ ।

➡️ଭୁବନେଶ୍ୱର ସହର ଭିତରେ ପଶିଲା ହାତୀ; ଖଣ୍ଡଗିରି ଭରତପୁର ଜିଏ କଲୋନୀରେ ପଶିଲା ଦନ୍ତା ହାତୀ, ଘର ପାଚେରି ଭାଙ୍ଗିବା ସହ କଦଳୀ ଗଛ ଉପାଡ଼ି ପକାଇଲା ହାତୀ; ଦନ୍ତା ହାତୀକୁ ଘଉଡ଼ାଇବା ପାଇଁ ବନ ବିଭାଗର ପ୍ରୟାସ. ।

➡️ବାୟୁ ସେନାରେ ସାମିଲ ହେଲା ୫ ରାଫେଲ ବିମାନ, ହରିଆଣାର ଅମ୍ବାଲା ଏୟାରବେସ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ, କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ, ବାୟୁସେନାକୁ ରାଫେଲ ହସ୍ତାନ୍ତର କଲେ ପ୍ରତିରକ୍ଷା ମନ୍ତ୍ରୀ, ହସ୍ତାନ୍ତର ପୂର୍ବରୁ ହେଲା ରାଫେଲର ପୂଜାର୍ଚ୍ଚନା |

➡️ଭାରତରେ ଅକ୍ସଫୋର୍ଡ ଟିକାର ପରୀକ୍ଷଣ ଚାଲିବ । ଏନେଇ ସୂଚନା ଦେଇଛି ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ଭାରତର ଡ୍ରଗ୍ସ କଂଟ୍ରୋଲର ଜେନେରାଲ ସେରମ୍ ଇନଷ୍ଟିଚ୍ୟୁଟକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।

➡️ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ କଲେଜର +୩ ଶେଷ ବର୍ଷର ଶେଷ ଅର୍ଥାତ୍‌ ଷଷ୍ଠ ସେମିଷ୍ଟର ପରୀକ୍ଷା। ସେପ୍ଟେମ୍ବର ୨୯ରୁ ପରୀକ୍ଷା ଆରମ୍ଭ ହୋଇ ଅକ୍ଟୋବର ୩ ଯାଏ ଚାଲିବ। ସମସ୍ତ ଥିଓରି ପେପର୍ ପାଇଁ ୧ ଘଣ୍ଟା ପରୀକ୍ଷା ହେବ। ୧ ଘଣ୍ଟାରେ ଛାତ୍ରଛାତ୍ରୀଙ୍କ ପାଇଁ OMR ବେସ୍‌ଡ୍‌ multiple ଚଏସ୍‌ ଥିଓରୀ ପରୀକ୍ଷା ହେବ 

➡️ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁରେ ଡକାୟତି, ୫୦ ଭରି ସୁନା ଅଳଙ୍କାର ଓ ନଗଦ ୧୦ଲକ୍ଷ ଟଙ୍କା ଲୁଟ୍‌, ଗିରାଙ୍ଗ ଗାଁର ବିକ୍ରମ କେଶରୀ ସାହୁଙ୍କ ଘରୁ ହୋଇଛି ଲୁଟ୍‌, ଘର ଲୋକଙ୍କ ମୁହଁରେ ସ୍ପ୍ରେ କରି ଲୁଟ କଲେ ଲୁଟେରା ।
➡️ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ କେନ୍ଦ୍ର ସରକାରଙ୍କ ଏକ ଟିମ୍ ଆଜି ତିନି ଦିନିଆ ରାଜ୍ୟ ଗସ୍ତ କରିବେ।

➡️ପାଞ୍ଚଟି ରାଫାଲ ବିମାନ ଆଜି ବାୟୁସେନାରେ ଆନୁଷ୍ଠାନିକ ଭାବେ ଅନ୍ତର୍ଭୁକ୍ତ ହେବ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି କାର୍ଯ୍ୟକ୍ରମରେ ଆସିବେ।

👉ଏସମସ୍ତ ଖବର ବିଭିନ୍ନ ଗଣମାଧ୍ୟମ ରୁ ସଂଗୃହିତ।


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !