ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ରିସ୍ତା ପ୍ରୋଜେକ୍ଟ ପକ୍ଷରୁ ‘ସାଥୁଆ ସମାରୋହ’ ଅନୁଷ୍ଠିତ l
ଯାଜପୁର (କଳିଙ୍ଗନଗର ) :- ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ରିସ୍ତା ପ୍ରୋଜେକ୍ଟ ପକ୍ଷରୁ ଏକ ଦିନିକିଆ ‘ ସାଥୁଆ ସମାରୋହ’ ମଙ୍ଗଳବାର ଦିନ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ମିଲିଟାରୀ ଛକ ନିକଟସ୍ଥ ଏମଆଇପିଏଲ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସସିପିସିଆର) ଅଧ୍ୟକ୍ଷା ମନ୍ଦାକିନୀ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷା ରେଜୋନା ଜେନା, ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ନିରଞ୍ଜନ କର, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ଲଙ୍କେଶ୍ବର ଅମାତ୍, ରିସ୍ତା ପ୍ରକଳ୍ପ ପ୍ରବନ୍ଧକ ରୋହିତ ରଞ୍ଜନ ପଲ୍ ମିଞ୍ଜ ଓ କଳିଙ୍ଗନଗର ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ୟୁନିଟ୍ ମୁଖ୍ୟ ଆଲେନ୍ କିମ୍ ଜୋସେଫ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦିନିକିଆ କାର୍ଯ୍ୟକ୍ରମରେ ଦାନଗଦୀ ଓ ସୁକିନ୍ଦା ବ୍ଳକର ୭୦ ଜଣ କିଶୋରକିଶୋରୀ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଆୟୋଜିତ ଏକ ଉନ୍ନତ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପନ୍ନ କରିଥିବା ଏହି ୭୦ ଜଣ ସାଥୁଆ ସହକର୍ମୀ ଶିକ୍ଷାଦାତାଙ୍କୁ ସମ୍ବଦ୍ଧିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଉନ୍ନତ ତାଲିମ ପାଇବା ପରେ, ଏହି ସାଥୁଆ ସହକର୍ମୀ ଶିକ୍ଷାଦାତାମାନେ ଅନ୍ୟ ସାଥୁଆ ମାନଙ୍କୁ ଜ୍ଞାନ ହସ୍ତାନ୍ତର କରୁଛନ୍ତି । ଏହି ଅବସରର...