ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ର ରିସ୍ତା ପ୍ରୋଜେକ୍ଟ ପକ୍ଷରୁ ‘ସାଥୁଆ ସମାରୋହ’ ଅନୁଷ୍ଠିତ l

ଯାଜପୁର (କଳିଙ୍ଗନଗର ) :- ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ର ରିସ୍ତା ପ୍ରୋଜେକ୍ଟ ପକ୍ଷରୁ ଏକ ଦିନିକିଆ ‘ ସାଥୁଆ ସମାରୋହ’ ମଙ୍ଗଳବାର ଦିନ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ମିଲିଟାରୀ ଛକ ନିକଟସ୍ଥ ଏମଆଇପିଏଲ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସସିପିସିଆର) ଅଧ୍ୟକ୍ଷା ମନ୍ଦାକିନୀ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷା ରେଜୋନା ଜେନା, ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ନିରଞ୍ଜନ କର, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ଲଙ୍କେଶ୍ବର ଅମାତ୍, ରିସ୍ତା ପ୍ରକଳ୍ପ ପ୍ରବନ୍ଧକ ରୋହିତ ରଞ୍ଜନ ପଲ୍ ମିଞ୍ଜ ଓ କଳିଙ୍ଗନଗର ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ୟୁନିଟ୍ ମୁଖ୍ୟ ଆଲେନ୍ କିମ୍ ଜୋସେଫ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦିନିକିଆ କାର୍ଯ୍ୟକ୍ରମରେ ଦାନଗଦୀ ଓ ସୁକିନ୍ଦା ବ୍ଳକର ୭୦ ଜଣ କିଶୋରକିଶୋରୀ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଆୟୋଜିତ ଏକ ଉନ୍ନତ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପନ୍ନ କରିଥିବା ଏହି ୭୦ ଜଣ ସାଥୁଆ ସହକର୍ମୀ ଶିକ୍ଷାଦାତାଙ୍କୁ ସମ୍ବଦ୍ଧିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଉନ୍ନତ ତାଲିମ ପାଇବା ପରେ, ଏହି ସାଥୁଆ ସହକର୍ମୀ ଶିକ୍ଷାଦାତାମାନେ ଅନ୍ୟ ସାଥୁଆ ମାନଙ୍କୁ ଜ୍ଞାନ ହସ୍ତାନ୍ତର କରୁଛନ୍ତି ।
ଏହି ଅବସରରେ ପ୍ରତିଯୋଗୀମାନଙ୍କୁ ପ୍ରଜନନ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ସାମଗ୍ରୀ ସମ୍ବଳିତ ‘ ସାଥୁଆ 'କିଟ୍’ ବଣ୍ଟନ କରାଯାଇଥିଲା ।ପ୍ରଜନନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜ୍ଞାନ ଏବଂ ସମ୍ବଳ ସହିତ କିଶୋର ଓ କିଶୋରୀମାନଙ୍କୁ ସଶକ୍ତ କରିବା ଦିଗରେ ‘ସାଥୁଆ ସମାରୋହ’ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ । ପ୍ରୋଜେକ୍ଟ ରିସ୍ତା ହେଉଛି ଏକ ଗୋଷ୍ଠୀ ଭିତିକ ଏବଂ ଯୁବ ନେତୃତ୍ବାଧୀନ କାର୍ଯ୍ୟକ୍ରମ ଯାହା ଗ୍ରାମୀଣ ଅଞ୍ଚଳରେ କମ୍ ବୟସର ବିବାହକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖୁଛି । ବାଲ୍ୟ ବିବାହ ନିବାରଣ, କିଶୋର ପ୍ରଜନନ ଯୌନ ସ୍ୱାସ୍ଥ୍ୟ (ଏଆଁଏସ୍ଏଚ୍) ଶିକ୍ଷା ଏବଂ ଯୁବ ବିକାଶ ସୁଯୋଗ ଉପରେ ଯୁବବର୍ଗମାନଙ୍କୁ ପରାମର୍ଶ ଦେବା ପାଇଁ ଏହି କାର୍ଯ୍ୟକ୍ରମରେ ସାଥୁଆମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।ଯାଜପୁର ଜିଲ୍ଲାରେ ୨୦୧୩ ମସିହାରେ କାର୍ଯ୍ୟକାରୀ ହୋଇଥିବା ରିସ୍ତା ପ୍ରକଳ୍ପ ଏବେ ଯାଜପୁରର ସୁକିନ୍ଦା ଓ ଦାନଗଦୀ ବ୍ଳକର ୪୮ଟି ଗ୍ରାମ ପଂଚାୟତର ୨୦୯ଟି ଗାଁରେ ପହଂଚିଛି । ଗତ କିଛି ବର୍ଷ ମଧ୍ୟରେ ବାଲ୍ୟ ବିବାହ ସଂଖ୍ୟା ହ୍ରାସ କରିବା ଦିଗରେ ଅନେକ ଅଗ୍ରଗତି ହୋଇଛି ।ଏହା ସମୁଦାୟମାନଙ୍କରେ କିଶୋର ପ୍ରଜନନ ଯୌନ ସ୍ୱାସ୍ଥ୍ୟ (ଏଆଁଏସ୍ଏଚ୍) ଶିକ୍ଷା ବିଷୟରେ ସଚେତନତା ବୃଦ୍ଧି କରିଛି ଏବଂ କିଶୋର ଓ କିଶୋରୀମାନଙ୍କ ମଧ୍ୟରେ ସାଥୁଆମାନଙ୍କୁ ଚିହ୍ନଟ ଏବଂ ପ୍ରଶିକ୍ଷଣ ଦେଇ ସେମାନଙ୍କର ସାମଗ୍ରିକ ସ୍ଵାସ୍ଥ୍ୟରେ ଉନ୍ନତି ଆଣିଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !