ଟାଟା ଷ୍ଟିଲ୍ ଓ ସିଟିଟିସି ପକ୍ଷରୁ ଗୋବରଘାଟିରେ ମୋବାଇଲ୍ ମରାମତି ଉପରେ ୧୦ ଦିନିଆ ତାଲିମ ଶିବିର ଉଦ୍ଘାଟିତ l
ଯାଜପୁର (କଳିଙ୍ଗନଗର) :- ସ୍ଥାନୀୟ ଯୁବପିଢ଼ିଙ୍କୁ ନିଯୁକ୍ତିଭିତିକ ତାଲିମ ପ୍ରଦାନ କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍ କଳିଙ୍ଗନଗର(ଟିଏଲ୍)ର ରିସେଟଲମେଟ୍ ଆଣ୍ଡ୍ ରିହାବିଲିଟେସନ୍ (ଆଇଆଣ୍ଡ୍ଆର୍) ବିଭାଗ ପକ୍ଷରୁ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଂଟର ( ସିଟିଟିସି), ଭୁବନେଶ୍ବର ସହଯୋଗରେ ବୁଧବାର ଓଡ଼ିଶାର ଯାଜପୁର ଜିଲ୍ଲାର ଡୁବୁରି ନିକଟସ୍ଥ ଗୋବରଘାଟି କଲୋନି ଫେଜ୍-୧ର କମ୍ୟୁନିଟି ସେଂଟରର “ମୋବାଇଲ୍ ଫୋନ୍ ହାର୍ଡଓୟାର୍ ମରାମତି ଓ ଟେକ୍ନିସିଆନ୍’ ଉପରେ ୧୦ ଦିନିଆ “ ରେକଗ୍ନିସନ୍ ଅଫ ପ୍ରାୟର ଲଣ୍ଡିଂ କୋର୍ସକୁ ଉଦ୍ଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିସ୍ଥାପିତ ପରିବର ଓ ଆଖପାଖ ଗ୍ରାମର ୫୦ରୁ ଅଧିକ ଯୁବକଯୁବତୀ ଉଦ୍ଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସିଟିଟିହିର ତାଲିମ ଇନ୍-ଚାର୍ଜ ଶ୍ରୀକାନ୍ତ କୁମାର ପତିଙ୍କ ସମେତ ଗୋଷ୍ଠୀର ନେତୃବୃନ୍ଦ ଯଥା ବିରେନ୍ଦ୍ର ଜାମୁଦା, ସୁରେଶ ହାଇବୁ, ଲାଲ ମୋହନ ସୋୟ, ଲକ୍ଷ୍ମଣ ଜାମୁଦା, ଜଗମୋହନ ଜାମୁଦା, ସୁରେଶ ଜାମୁଦା, କୃଷ୍ଣ ହଇବୁରୁ ଓ ରବିନ୍ଦ୍ର ଜେନାମଣି ଉପସ୍ଥିତ ଥିଲେ I ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ଟିଏସ୍କେର ଆରଆଣ୍ଡାର୍ ମୁଖ୍ୟ ସୁବ୍ରତ ମହାପାତ୍ର ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ତାଲିମ ଓ ଦକ୍ଷତା ବିକାଶ ଜରିଆରେ ସ୍ଥାନୀୟ ଯୁବବର୍ଗଙ୍କ ଦକ୍ଷତା ସ୍ତରରେ ଉନ୍ନତି ଆଣିବ...