ଟାଟା ଷ୍ଟିଲ୍‌ ଓ ସିଟିଟିସି ପକ୍ଷରୁ ଗୋବରଘାଟିରେ ମୋବାଇଲ୍ ମରାମତି ଉପରେ ୧୦ ଦିନିଆ ତାଲିମ ଶିବିର ଉଦ୍‌ଘାଟିତ l


ଯାଜପୁର (କଳିଙ୍ଗନଗର) :- ସ୍ଥାନୀୟ ଯୁବପିଢ଼ିଙ୍କୁ ନିଯୁକ୍ତିଭିତିକ ତାଲିମ ପ୍ରଦାନ କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍‌ କଳିଙ୍ଗନଗର(ଟିଏଲ୍‌)ର ରିସେଟଲମେଟ୍ ଆଣ୍ଡ୍ ରିହାବିଲିଟେସନ୍ (ଆଇଆଣ୍ଡ୍ଆର୍) ବିଭାଗ ପକ୍ଷରୁ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଂଟର 
( ସିଟିଟିସି), ଭୁବନେଶ୍ବର ସହଯୋଗରେ ବୁଧବାର ଓଡ଼ିଶାର ଯାଜପୁର ଜିଲ୍ଲାର ଡୁବୁରି ନିକଟସ୍ଥ ଗୋବରଘାଟି କଲୋନି ଫେଜ୍-୧ର କମ୍ୟୁନିଟି
ସେଂଟରର “ମୋବାଇଲ୍ ଫୋନ୍ ହାର୍ଡଓୟାର୍ ମରାମତି ଓ ଟେକ୍ନିସିଆନ୍‌’ ଉପରେ ୧୦ ଦିନିଆ “ ରେକଗ୍ନିସନ୍ ଅଫ ପ୍ରାୟର ଲଣ୍ଡିଂ କୋର୍ସକୁ
ଉଦ୍‌ଘାଟନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ବିସ୍ଥାପିତ ପରିବର ଓ ଆଖପାଖ ଗ୍ରାମର ୫୦ରୁ ଅଧିକ ଯୁବକଯୁବତୀ ଉଦ୍‌ଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସିଟିଟିହିର ତାଲିମ ଇନ୍-ଚାର୍ଜ ଶ୍ରୀକାନ୍ତ କୁମାର ପତିଙ୍କ ସମେତ ଗୋଷ୍ଠୀର ନେତୃବୃନ୍ଦ ଯଥା ବିରେନ୍ଦ୍ର ଜାମୁଦା,
ସୁରେଶ ହାଇବୁ, ଲାଲ ମୋହନ ସୋୟ, ଲକ୍ଷ୍ମଣ ଜାମୁଦା, ଜଗମୋହନ ଜାମୁଦା, ସୁରେଶ ଜାମୁଦା, କୃଷ୍ଣ ହଇବୁରୁ ଓ ରବିନ୍ଦ୍ର ଜେନାମଣି ଉପସ୍ଥିତ
ଥିଲେ I ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ଟିଏସ୍କେର ଆରଆଣ୍ଡାର୍ ମୁଖ୍ୟ ସୁବ୍ରତ ମହାପାତ୍ର ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ
ଏବଂ ତାଲିମ ଓ ଦକ୍ଷତା ବିକାଶ ଜରିଆରେ ସ୍ଥାନୀୟ ଯୁବବର୍ଗଙ୍କ ଦକ୍ଷତା ସ୍ତରରେ ଉନ୍ନତି ଆଣିବାର ଆବଶ୍ୟକତା ଉପରେ ସେ ଗୁରୁତ୍ବାରୋପ କରିଥିଲେ ।ଟିମ୍ ଦ୍ଵାରା ଅଗାମୀ ୧୦ ଦିନରେ ହେବାକୁ ଥିବା କାର୍ଯ୍ୟକଳାପଗୁଡ଼ିକ ବିଷୟରେ ସିଟିଟିସିର ତାଲିମ ଇନ୍-ଚାର୍ଜ ଶ୍ରୀକାନ୍ତ କୁମର ପତି ଆଲୋକପାତ କରିଥିଲେ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ ।୨୦୨୩ ଜୁଲାଇ ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବ ମୋବାଇଲ୍ ମରାମତି ପଦ୍ଧତି ସମ୍ପର୍କିତ ଏହି ତାଲିମ କାର୍ଯ୍ୟକ୍ରମ ବେକାର
ଯୁବକଯୁବତୀମାନଙ୍କ ଦକ୍ଷତାରେ ଉନ୍ନତି ଆଣିବ ଏବଂ ମୋବାଇଲ୍ ପ୍ରଯୁକ୍ତି କ୍ଷେତ୍ରରେ ସ୍ଵାବଲମ୍ବୀ ହେବାକୁ ସେମାନଙ୍କ ପାଇଁ ସହାୟକ ହେବ ।
କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହେବା ପରେ ଅଂଶଗ୍ରହଣକାରୀମାନଙ୍କୁ ସିଟିଟିସି, ଭୁବନେଶ୍ଵର ପକ୍ଷରୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ ।
ବିସ୍ଥାପିତ ପରିବାରରେ ନିଯୁକ୍ତି କ୍ଷମତା ଓ ଆୟରେ ଉନ୍ନତି ଆଣିବା ଲାଗି ଟାଟା ଷ୍ଟିଲ ଉଦ୍ୟମର ଅଂଶ ସ୍ଵରୂପ ଏହି ୧୦-ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !