Posts

Showing posts from March 7, 2021

ଓଡିଶା ପ୍ରତିଭା ପୂଜା ସଂସଦର ସାରସ୍ୱତ ସମାରୋହ l

Image
ଯାଜପୁର (ସୁକିନ୍ଦା): ରାଜ୍ୟର ପ୍ରମୁଖ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଓଡିଶା ପ୍ରତିଭା ପୂଜା ସଂସଦର ଯାଜପୁର ଜିଲା ଶାଖା ଆନୁକୂଲ୍ୟର ଭାରତୀୟ ବିଦ୍ୟା ନିକେତନ, ସୁକିନ୍ଦା ପରିସରରେ ସାରସ୍ୱତ ସମାରୋହ, କବିତା  ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି l ସଂସଦର ରାଜ୍ୟ ସାଧାରଣ ସମ୍ପାଦକ ଦିଲୀପ କୁମାର ଦାସ ଏହାକୁ ଉଦଘାଟନ କରିଥିଲେ l ସୁକିନ୍ଦା ସାହିତ୍ୟ ସମାଜ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଭୂୟାଁ, ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ସୁକିନ୍ଦା ବାର ଆସୋସିଏସନ ସଭାପତି ବିବେକାନନ୍ଦ ବୋଷ, ଶିକ୍ଷାବିତ ସୁରେନ୍ଦ୍ର କୁମାର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଏହି ଉପଲକ୍ଷେ ଅପର୍ଣ୍ଣl ମିଶ୍ର, ଲବଙ୍ଗଲତା ପରିଡା, ସୁଦାମ ଚରଣ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବହୁ କବି ଓ କବୟିତ୍ରୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ଦ୍ଵିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ପୂର୍ବତନ ଅର୍ଥମନ୍ତୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟ ଅତିଥି,ସୁକିନ୍ଦା ରାଜାସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ବିଶିଷ୍ଠ ଅତିଥି, ସାହିତ୍ୟିକ ଡ. ଶରତ ରାୟ ଓ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l ଓଡିଶା ସାହିତ୍ୟ ଏକାଡେମୀ ରାଜ୍ୟ ସଦସ୍ୟ ବାହାଦୂର ପାଟ୍ଟଶାଣୀ ମୁଖ୍ୟ