ଓଡିଶା ପ୍ରତିଭା ପୂଜା ସଂସଦର ସାରସ୍ୱତ ସମାରୋହ l

ଯାଜପୁର (ସୁକିନ୍ଦା): ରାଜ୍ୟର ପ୍ରମୁଖ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଓଡିଶା ପ୍ରତିଭା ପୂଜା ସଂସଦର ଯାଜପୁର ଜିଲା ଶାଖା ଆନୁକୂଲ୍ୟର ଭାରତୀୟ ବିଦ୍ୟା ନିକେତନ, ସୁକିନ୍ଦା ପରିସରରେ ସାରସ୍ୱତ ସମାରୋହ, କବିତା  ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି l ସଂସଦର ରାଜ୍ୟ ସାଧାରଣ ସମ୍ପାଦକ ଦିଲୀପ କୁମାର ଦାସ ଏହାକୁ ଉଦଘାଟନ କରିଥିଲେ l ସୁକିନ୍ଦା ସାହିତ୍ୟ ସମାଜ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଭୂୟାଁ, ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ସୁକିନ୍ଦା ବାର ଆସୋସିଏସନ ସଭାପତି ବିବେକାନନ୍ଦ ବୋଷ, ଶିକ୍ଷାବିତ ସୁରେନ୍ଦ୍ର କୁମାର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଏହି ଉପଲକ୍ଷେ ଅପର୍ଣ୍ଣl ମିଶ୍ର, ଲବଙ୍ଗଲତା ପରିଡା, ସୁଦାମ ଚରଣ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବହୁ କବି ଓ କବୟିତ୍ରୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ଦ୍ଵିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ପୂର୍ବତନ ଅର୍ଥମନ୍ତୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟ ଅତିଥି,ସୁକିନ୍ଦା ରାଜାସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ବିଶିଷ୍ଠ ଅତିଥି, ସାହିତ୍ୟିକ ଡ. ଶରତ ରାୟ ଓ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l ଓଡିଶା ସାହିତ୍ୟ ଏକାଡେମୀ ରାଜ୍ୟ ସଦସ୍ୟ ବାହାଦୂର ପାଟ୍ଟଶାଣୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ରାଜ୍ୟ ନିର୍ମାଣରେ ସାହିତ୍ୟର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ ବୋଲି କହି ସାହିତ୍ୟକୁ ବାଦଦେଇ ସମାଜର ବିକାଶ ଚିନ୍ତା କରାଯାଇପାରେନା ବୋଲି ମତ ବ୍ୟକ୍ତ କରିଥିଲେ l ସ୍ମୃତିଲିପିର ସମ୍ପାଦକ ଭୁବନ ମୋହନ ମହାନ୍ତି ମଧ୍ୟ ଉଦବୋଧନ ଦେଇଥିଲେ l ସଂସଦର ଜିଲ୍ଲା ସଭାପତି ପଣ୍ଡିତ ନାରାୟଣ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଉପ ସଭାପତି ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ରାଜ୍ୟ ସାଧାରଣ ସମ୍ପାଦକ ଦିଲୀପ କୁମାର ଦାସ ସ୍ୱାଗତ ଭାଷଣ ଦେଇ ଦୀର୍ଘ ୨୧ବର୍ଷ ଧରି ରାଜ୍ୟର ସାହିତ୍ୟିକ ପ୍ରତିଭାମାନଙ୍କ ପ୍ରତିଭାର ବିକାଶ ପାଇଁ ସଂସଦ କାର୍ଯ୍ୟ କରିଆସୁଛି ବୋଲି ସୂଚନା ଦେଇଥିଲେ l ଜିଲ୍ଲା  ସମ୍ପାଦକ ମନୋରଞ୍ଜନ ଦାସ ବିବରଣୀ ପ୍ରଦାନ କରିଥିଲେ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ଜିିଲ୍ଲା ର ୧୭ଜଣ ପ୍ରତିଭାଧାରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ନିମାଇଁ ଚରଣ ମାଝିଙ୍କ ସଂଗୀତ ନିର୍ଦ୍ଦେଶନାରେ ଶ୍ରଦ୍ଧାଞ୍ଜଳି, ମନୋଜ, ସୋନାଲି, ସ୍ମୃତିରେଖା ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେେ l ଡ.  ଦୟାନିଧି ଦାଶ ସମ୍ବର୍ଦ୍ଧନା ପର୍ବ ପରିଚାଳନା କରିଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)

Odisha Pratibha Puja Sangsad Saraswat Samaroh. 
Jajpur (Sukinda): Bharatiya Vidya Niketan, sponsored by the Jajpur district branch of the Odisha Pratibha Puja Sangsad, the state's leading literary, cultural and social institution, has organized a Saraswat ceremony, poetry and celebration festival at Sukinda premises Social Executive President Akshay Kumar Bhuyan, Senior Journalist Jay Narayan Mohapatra, Sukinda Bar Association President Vivekananda Bose, Educated Surendra Kumar Das were the chief guests of honor on the occasion Aparna Mishra, Lobanglata Parida, Sudham Charan Nayak. The poem was recited by former Finance Minister Prafulla Chandra Ghadai as the Chief Guest, Sukinda Rajasaheb Bhudev Bhupathi Harichandan Mohapatra as the Chief Guest at the Saraswat Ceremony held in the second phase. Sarat Rai and senior journalist Jaya Narayan Mohapatra joined as the guest of honor. Odisha Sahitya Akademi State Member Bahadur Pattashani joined as the keynote speaker and said that the role of literature in the construction of the state is very important. The function was presided over by Pandit Narayan Shatapathi, District President of the Parliament, and was inaugurated by Vice-President Prof. Himanshu Shekhar Dwivedi. State General Secretary Dilip Kumar Das addressed the gathering for the last 21 years. Editor Manoranjan Das gave the details. On the occasion, 14 talented people from the district who have excelled in various fields were felicitated. Dayanidhi Das conducted the celebrations (Reporting by Jay Narayan Mohapatra from Sukinda)

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !