ଅତିରିକ୍ତ ଜିଏସ୍ଟି ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷରୋପଣ l
ଯାଜପୁର /ବ୍ୟାସନଗର (ବ୍ୟୁରୋ ରିପୋର୍ଟ) :- ଗତ ୩୦ ତାରିଖ ସ୍ଥାନୀୟ ଯାଜପୁରରୋଡ଼ର ଧବଳଗିରିସ୍ଥିତ ଷ୍ଟେଟ୍ ଜିଏସ୍ଟି ଅତିରିକ୍ତ କମିଶନରଙ୍କ କାର୍ଯ୍ୟାଳୟ ପରିସରରେ ଆଜି ମଙ୍ଗଳବାର ପୂର୍ବାହ୍ନରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଆୟୁକ୍ତ ସନ୍ତୋଷ କୁମାର ଦାସଙ୍କ ପରାମର୍ଶ କ୍ରମେ କଲୋନି ପରିସରରେ ସବୁଜିମା ବୃଦ୍ଧି ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁଗ୍ମ ଜିଏସ୍ଟି କମିଶନର(ଅପିଲ) ଦିଲେଶ୍ୱର ମାଝି, ବରିଷ୍ଠ ପଦାଧିକାରୀ ପ୍ରିୟରଂଜନ ଦାଶ, ସୈାମ୍ୟପ୍ରକାଶ ସ୍ୱାଇଁ, ସଂଜୀବ କୁମାର ନାୟକ, ସତ୍ୟଶାନ୍ତି ମାଝୀ, ବିବେକାନନ୍ଦ ଦାସ, ଶେଖର ଚନ୍ଦ୍ର ସାହୁ, ଅସିତ୍ କୁମାର ମହାନ୍ତି, ଯାଜପୁରରୋଡ଼ ବନାଂଚଳ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର, ଅତିରିକ୍ତ କମିଶନରଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ସତ୍ୟରଂଜନ ପରିଡ଼ା (ପିଂଟୁ ବାବୁ), ଜିଏସ୍ଟି ନିରୀକ୍ଷକ ଗଣେଷ କୁମାର ଜେନା, ଇନ୍ଦ୍ରମଣି ପାଲ, ଭାନୁପ୍ରିୟା ବାରିକ, ମୋନାଲିସା ବାରିକ, ସୁଚିସ୍ମିତା ନାୟକ, ସୁଶ୍ରୀସଂଗିତା ସେଠୀ, ମାନସ କୁମାର ସାହୁ, କ୍ଷଣପ୍ରଭା ଧଳ, ପୁଷ୍ପମଂଜରୀ ଆଇଚ, ଅନ୍ନଦା ପ୍ରସାଦ ମହାନ୍ତି, ଶେଖ ଆଲମ, ‘ଉଦୟବଟ’ର ସମ୍ପାଦକ ତଥା ବିଶିଷ୍ଠ ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ, ଲାୟନ୍ସ କ୍ଲବର ବରିଷ୍ଠ କାର୍ଯ୍ୟକର୍ତା ପ୍ରଲୁବ୍ଧ ଜେନା, ପ୍ରଦ୍ୟୁମ୍ନ ନାୟକ, ସମାଜସେବ...