ସୁକିନ୍ଦା ଠାରେ ଗୋଶାଳା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ l
ସୁକିନ୍ଦା ତା. ୧୩/୦୩ :- ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗ ଦଳ ତରଫରୁ ଏକ ଗୋଶାଳା ର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି l ଗୋମାତାଙ୍କ ସୁରକ୍ଷା କୁ ନେଇ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଜିଲ୍ଲା ର ପ୍ରତେକ ପ୍ରଖଣ୍ଡରେ ଗୋଟିଏ ଗୋଟିଏ ଗୋଶାଳା କରିବା ପାଇଁ ଦୃଢ଼ ସଂକଳ୍ପ ବଧ. ସଂଗଠନ ତରଫରୁ ୨ ଗୋଟି ଗୋଶାଳା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l ସୁକିନ୍ଦା ଓ ବାଲିଚନ୍ଦ୍ରପୁର ରେ ଗତ ୧୩ ତାରିଖରେ ହୋଇଥିବା ଭୂମି ପୂଜନରେ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ଗୋରକ୍ଷା ପ୍ରମୁଖ ମଦନ ମୋହନ ବିନ୍ଧାଣି, ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ବଜରଙ୍ଗ ଦଳ ସହ ସଂଯୋଜକ ସାରଦା ପ୍ରସନ୍ନ ବଳ,ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ ରବୀନ୍ଦ୍ର କୁମାର ଭଞ୍ଜ, ପ୍ରଖଣ୍ଡ ସହ ସଂଯୋଜକ ପ୍ରଶାନ୍ତ ରଣା, ପ୍ରଖଣ୍ଡ ଗୋରକ୍ଷା ପ୍ରମୁଖ ଜିତେନ୍ଦ୍ର ଦାସ,ବ୍ୟାସନଗର ପ୍ରଖଣ୍ଡ ସଂଯୋଜକ ଶାନ୍ତନୁ ସାହୁ, ସୁନୀଲ ପୃଷ୍ଟି, ମାନସ ବାରିକ,ସନ୍ତୋଷ ସାହୁ,ମକରନ୍ଦ ଦେହୁରୀ,ରିତୁ ସେଠି, ମିଟୁ ଦାସ, ପ୍ରଶାନ୍ତ ପ୍ରଧାନ,ବିଷ୍ଣୁ ସେଠି,ଦୀପକ ନାୟକ, ଶ୍ରୀ ରାମ ମୁଣ୍ଡା, ଅଜୟ ଗାଗରାଇ,ଟୁନା ମହାନ୍ତ, ରାଜୁ ମୁଣ୍ଡା,ରିଙ୍କୁ ମହାପାତ୍ର, ରାନୀନ୍ଦ୍ର ମହାନ୍ତ, ମଞ୍ଜୁ ମିଶ୍ର, ବିଟୁ ସେଠି, ସୁଶାନ୍ତ ପାତ୍ର ପ୍ରମୁଖ ଯୋଗଦେଇ ଗୋଶାଳା ଭୂମି ପୂଜନ କାର୍ଯ୍ୟରେ ସହଯୋଗ କରିଥିଲେ l