ଏସ୍ ୟୁ ଯେ ଖାଲି ସାମ୍ବାଦିକ ମାନଙ୍କ ସ୍ୱାର୍ଥକୁ ନୂହେଁ, ସାଧାରଣ ଲୋକଙ୍କ ସେବା ପାଇଁ ମଧ୍ୟ କାର୍ଯ୍ୟ କରୁଛି l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

ବ୍ୟୁରୋ ରିପୋର୍ଟ - ଏସୟୁଜେ ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ନାୟକ,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସୁବାଷ ଧଳ, ଏସୟୁଜେ ଓଡିଶା କଟକ ଜିଲ୍ଲା ସଭାପତି ଅଖିଳେଶ ପଦ ମହାନ୍ତି,ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ,ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ରଘୁନାଥ ଆଚାର୍ଯ୍ୟ, ସାମ୍ବାଦିକ ବିଷ୍ଣୁ ଚରଣ ନାୟକ, ସାମ୍ବାଦିକ ଆର୍ତ୍ତତ୍ରାଣ ଦାସ ଏବଂ ସାମ୍ବାଦିକ ମହେଶ୍ୱର ପାତ୍ର ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ କଣ୍ଟାପଡା ଅଂଚଳରେ ପହଂଚି ଥିଲେ l ସେମାନେ ନିରତାର ଠାରେ ଅବସ୍ଥାନ କରୁଥିବା "କହ୍ନେଇ"କୁ ଭେଟି ତାର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତା ' ପରିବାର ବର୍ଗଙ୍କୁ ଭେଟିଥିଲେ l ଏହାପରେ ସଡକ ଦୁର୍ଘଟଣାରେ ଆହତ ଧରିତ୍ରୀର ସ୍ଥାନୀୟ ସମ୍ବାଦଦାତାଙ୍କ ନିରତାର ଠାରେ ଆଜି ହୋଇଥିବା ଅସ୍ତ୍ରୋପଚାର ବାବଦରେ ଆଲୋଚନା କରିଥିଲେ ଓ ଆହତ ସାମ୍ବାଦିକଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରିଥିଲେ l