Posts

Showing posts from July 8, 2024

ଧର୍ମଶାଳା ରେ ନୂତନ ଗୋଶାଳା ର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର(ବ୍ୟୁରୋ ରିପୋର୍ଟ) :- ଧର୍ମଶାଳା ପ୍ରଖଣ୍ଡ ସୁନ୍ଦରିଆ ପଂଚାୟତ ଠାରେ ରବିବାର ଦିନ ଗୋମାତା ସୁରକ୍ଷା ପାଇଁ ଏକ ଗୋଶାଳା ପାଇଁ ଭୂମି ପୂଜନ ଓ ଧର୍ମଶାଳା ପ୍ରଖଣ୍ଡ ବଜରଙ୍ଗ ଦଳ ନୂତନ ଦାୟିତ୍ୱ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସମ୍ପାଦକ ରାଜକିଶୋର ମଲ୍ଲିକ, ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ଗୋରକ୍ଷା ପ୍ରମୁଖ ମଦନ ମୋହନ ବିନ୍ଧାଣି, ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସେବା ପ୍ରମୁଖ ବିବେକାନନ୍ଦ ଜେନା, ବିଶ୍ଵହିନ୍ଦୁ ପରିଷଦ ଜିଲ୍ଲା କୋଷାଦକ୍ଷ ଯଶୋବନ୍ତ ଦାସ, ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ସହ ସଂଯୋଜକ ସାରଦା ପ୍ରସନ୍ନ ବଳ ପ୍ରମୁଖ ଯୋଗ ଦେବା ସହିତ କିପରି ବଜରଙ୍ଗ ଦଳ କାମ ଆଗାମୀ ଦିନରେ ସୁଦୃଢ଼ ହୋଇପାରିବ, ଗୋମାତା ସୁରକ୍ଷା, ମଠ ମନ୍ଦିର ସୁରକ୍ଷା, ହିନ୍ଦୁତ୍ୱ ରକ୍ଷା କରାଯାଇ ପାରିବ ସେ ବିଷୟରେ ଅଧିକ ଅବଗତ କରାଇଥିଲେ l ଶେଷରେ ଧର୍ମଶାଳା ପ୍ରଖଣ୍ଡ ବଜରଙ୍ଗ ଦଳ ର ନୂତନ କର୍ମକର୍ତ୍ତା ଙ୍କ ଦାୟିତ୍ୱ ଘୋଷଣା କରାଯାଇଥିଲା l ଧର୍ମଶାଳା ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ - କିଶୋର କୁମାର ସାମଲ, ପ୍ରଖଣ୍ଡ ସହ ସଂଯୋଜକ ଅରବିନ୍ଦ ରାଉତ ଓ ଲକ୍ଷ୍ମଣ ସେଠୀ, ପ୍ରଖଣ୍ଡ ମହାବିଦ୍ୟାଳୟ ପ୍ରମୁଖ ସୁମିତ୍ର ପ୍ରଧାନ, ଗୋରକ୍ଷା ପ୍ରମୁଖ ସୁମନ୍ତ ଦାସ ଙ୍କୁ ଦାୟିତ୍ଵ ହସ୍ତାନ୍ତର କରାଯାଇଥିଲା l ଏହି କାର୍ଯ୍ୟକ

ମହାମହିମ ଙ୍କ ବେଳାଭୂମିରେ ପ୍ରାତଃ ଭ୍ରମଣ l

Image
ପୁରୀ (ବ୍ୟୁରୋ ରିପୋର୍ଟ) :- ଗତ ଶନିବାର ଦିନ ରାଷ୍ଟ୍ରପତି ଓଡିଶା ଗସ୍ତରେ ଆସିଛନ୍ତି । ଶନିବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରବିବାର ଦିନ ବିଶ୍ଵ ପ୍ରସିଦ୍ଧ ରଥାଯାତ୍ରାରେ ସାମିଲ ହୋଇଥିଲେ । ଏହାପରେ ସୋମବାର ଦିନ ପୁରୀ ବାକି କିଛି କାର୍ଯ୍ୟକ୍ରମରେ ସାମିଲ ହୋଇ ଭୁବନେଶ୍ବର ଫେରିଯିବେ । ଭୁବନେଶ୍ବରରେ କିଛି କାର୍ଯ୍ୟକ୍ରମରେ ଯୋଗଦେବା ପରେ ନୂଆଦିଲ୍ଲୀ ଫେରିଯିବେ । ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ରବିବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଥିବା ବେଳେ ସୋମବାର ପୁରୀ ବେଳାଭୂମିରେ ପ୍ରାତଃ ଭ୍ରମଣ କରିଛନ୍ତି । ରାଷ୍ଟ୍ରପତି ପ୍ରାତଃ ଭ୍ରମଣ କରିବା ସହ ବେଳାଭୂମିରେ କିଛି ସମୟ ବସି ସମୁଦ୍ରର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି । ସୋମବାର ସକାଳୁ ସକାଳୁ ସମୁଦ୍ର କୂଳରେ ପ୍ରାତଃଭ୍ରଣ କରିଲେ ରାଷ୍ଟ୍ରପତି । ପୁରୀରେ ରହଣୀ ସମୟରେ ସମୁଦ୍ରକୂଳ ନିକଟ ରାଜଭବନ ଠାରୁ ବାହାରି ଗୋଲ୍ଡେନ୍ ବିଟ୍‌ରେ ସକାଳ ସକାଳୁ ସମୁଦ୍ର କୂଳରେ ଭ୍ରମଣ କରିଛନ୍ତି। ପ୍ରାୟ ଅଧ ଘଣ୍ଟା ଧରି ସମୁଦ୍ରକୂଳରେ ପ୍ରାତଃ ଭ୍ରମଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ବେଳାଭୂମିରେ ବୁଲିଛନ୍ତି ରାଷ୍ଟ୍ରପତି ।

ଦୀର୍ଘ ୫୩ ବର୍ଷ ପରେ ନିଆରା ରଥଯାତ୍ରା, ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ l

Image
 ପୁରୀ (ବ୍ୟୁରୋ ରିପୋର୍ଟ) :- ଦୀର୍ଘ ୫୩ ବର୍ଷ ପରେ ଗୋଟିଏ ଦିନରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ପଡିଛି । ସେଥିପାଇଁ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି ରଥଯାତ୍ରା । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠୁ ଆରମ୍ଭ କରି ବହୁ ନେତୃବୃନ୍ଦ ଆସି ରଥାରୁଢ ତିନି ଠାକୁରଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । କାଳିଆ ସାଆନ୍ତେଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶ୍ରୀମନ୍ଦିରରୁ ବାହାରି ଧାଡି ପହଣ୍ଡିରେ ଝୁଲି ଝୁଲି ଆସିଥିଲେ କାଳିଆ ସାଆନ୍ତେ । ସେହି ସମୟରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା । ଆଉ ଭକ୍ତି ଭାବରେ ଭିଜିଥିଲେ ଭକ୍ତ । ଖୋଲା ଆକାଶ ତଳେ ହେଲା ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ । ଆଉ ଚକାଆଖିକୁ ଦେଖି ଭାବବିହ୍ୱଳ ହୋଇଥିଲେ ଭକ୍ତ । ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଜଗନ୍ନାଥ ପହଣ୍ଡିରେ ଆସି ରଥରେ ବସିଥିଲେ । ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା ବଡଦାଣ୍ଡ । ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ରଥାରୁଢ ତିନି ଠାକୁରଙ୍କୁ ଦର୍ଶନ କରିବା ପରେ ଆରମ୍ଭ ହୋଇଥିଲା