ମହାମହିମ ଙ୍କ ବେଳାଭୂମିରେ ପ୍ରାତଃ ଭ୍ରମଣ l

ପୁରୀ (ବ୍ୟୁରୋ ରିପୋର୍ଟ) :- ଗତ ଶନିବାର ଦିନ ରାଷ୍ଟ୍ରପତି ଓଡିଶା ଗସ୍ତରେ ଆସିଛନ୍ତି । ଶନିବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରବିବାର ଦିନ ବିଶ୍ଵ ପ୍ରସିଦ୍ଧ ରଥାଯାତ୍ରାରେ ସାମିଲ ହୋଇଥିଲେ । ଏହାପରେ ସୋମବାର ଦିନ ପୁରୀ ବାକି କିଛି କାର୍ଯ୍ୟକ୍ରମରେ ସାମିଲ ହୋଇ ଭୁବନେଶ୍ବର ଫେରିଯିବେ । ଭୁବନେଶ୍ବରରେ କିଛି କାର୍ଯ୍ୟକ୍ରମରେ ଯୋଗଦେବା ପରେ ନୂଆଦିଲ୍ଲୀ ଫେରିଯିବେ । ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ରବିବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଥିବା ବେଳେ ସୋମବାର ପୁରୀ ବେଳାଭୂମିରେ ପ୍ରାତଃ ଭ୍ରମଣ କରିଛନ୍ତି । ରାଷ୍ଟ୍ରପତି ପ୍ରାତଃ ଭ୍ରମଣ କରିବା ସହ ବେଳାଭୂମିରେ କିଛି ସମୟ ବସି ସମୁଦ୍ରର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି ।ସୋମବାର ସକାଳୁ ସକାଳୁ ସମୁଦ୍ର କୂଳରେ ପ୍ରାତଃଭ୍ରଣ କରିଲେ ରାଷ୍ଟ୍ରପତି । ପୁରୀରେ ରହଣୀ ସମୟରେ ସମୁଦ୍ରକୂଳ ନିକଟ ରାଜଭବନ ଠାରୁ ବାହାରି ଗୋଲ୍ଡେନ୍ ବିଟ୍‌ରେ ସକାଳ ସକାଳୁ ସମୁଦ୍ର କୂଳରେ ଭ୍ରମଣ କରିଛନ୍ତି। ପ୍ରାୟ ଅଧ ଘଣ୍ଟା ଧରି ସମୁଦ୍ରକୂଳରେ ପ୍ରାତଃ ଭ୍ରମଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ବେଳାଭୂମିରେ ବୁଲିଛନ୍ତି ରାଷ୍ଟ୍ରପତି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !