ଧର୍ମଶାଳା ରେ ନୂତନ ଗୋଶାଳା ର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l

ଯାଜପୁର(ବ୍ୟୁରୋ ରିପୋର୍ଟ) :- ଧର୍ମଶାଳା ପ୍ରଖଣ୍ଡ ସୁନ୍ଦରିଆ ପଂଚାୟତ ଠାରେ ରବିବାର ଦିନ ଗୋମାତା ସୁରକ୍ଷା ପାଇଁ ଏକ ଗୋଶାଳା ପାଇଁ ଭୂମି ପୂଜନ ଓ ଧର୍ମଶାଳା ପ୍ରଖଣ୍ଡ ବଜରଙ୍ଗ ଦଳ ନୂତନ ଦାୟିତ୍ୱ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସମ୍ପାଦକ ରାଜକିଶୋର ମଲ୍ଲିକ, ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ଗୋରକ୍ଷା ପ୍ରମୁଖ ମଦନ ମୋହନ ବିନ୍ଧାଣି, ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସେବା ପ୍ରମୁଖ ବିବେକାନନ୍ଦ ଜେନା, ବିଶ୍ଵହିନ୍ଦୁ ପରିଷଦ ଜିଲ୍ଲା କୋଷାଦକ୍ଷ ଯଶୋବନ୍ତ ଦାସ, ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ସହ ସଂଯୋଜକ ସାରଦା ପ୍ରସନ୍ନ ବଳ ପ୍ରମୁଖ ଯୋଗ ଦେବା ସହିତ କିପରି ବଜରଙ୍ଗ ଦଳ କାମ ଆଗାମୀ ଦିନରେ ସୁଦୃଢ଼ ହୋଇପାରିବ, ଗୋମାତା ସୁରକ୍ଷା, ମଠ ମନ୍ଦିର ସୁରକ୍ଷା, ହିନ୍ଦୁତ୍ୱ ରକ୍ଷା କରାଯାଇ ପାରିବ ସେ ବିଷୟରେ ଅଧିକ ଅବଗତ କରାଇଥିଲେ l ଶେଷରେ ଧର୍ମଶାଳା ପ୍ରଖଣ୍ଡ ବଜରଙ୍ଗ ଦଳ ର ନୂତନ କର୍ମକର୍ତ୍ତା ଙ୍କ ଦାୟିତ୍ୱ ଘୋଷଣା କରାଯାଇଥିଲା l ଧର୍ମଶାଳା ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ - କିଶୋର କୁମାର ସାମଲ, ପ୍ରଖଣ୍ଡ ସହ ସଂଯୋଜକ ଅରବିନ୍ଦ ରାଉତ ଓ ଲକ୍ଷ୍ମଣ ସେଠୀ, ପ୍ରଖଣ୍ଡ ମହାବିଦ୍ୟାଳୟ ପ୍ରମୁଖ ସୁମିତ୍ର ପ୍ରଧାନ, ଗୋରକ୍ଷା ପ୍ରମୁଖ ସୁମନ୍ତ ଦାସ ଙ୍କୁ ଦାୟିତ୍ଵ ହସ୍ତାନ୍ତର କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !