ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ ସମ୍ବନ୍ଧୀୟ ସଚେତନତା ସଭା l
ଯାଜପୁର ତା ୨୫.୦୯ :- ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତ ରଂଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ ସମ୍ବନ୍ଧୀୟ ଏକ ଆଇନ ସଚେତନତା ସଭା ଯାଜପୁର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତ ରଂଜନ ନନ୍ଦ ଯୋଗ ଦେଇ ସଭାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଆଇନର ବିଭିନ୍ନ ଦିଗ ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ଆଇନ ଆଖରେ ଶିଶୁ କହିଲେ ଗର୍ଭ ସଂଚାରଠାରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ବାଳକ ବାଳିକା ଉଭୟ ଶିଶୁଙ୍କୁ ବୁଝାଏ, ଏହି ବୟସର ଶିଶୁକୁ ବିଶେଷ କରି କନ୍ୟା ଶିଶୁ ମାନଙ୍କ ପ୍ରତି ବଢି ଚାଲିଥିବା ଯୌନ ନିର୍ଯ୍ୟାତନା ଅପରାଧରୁ କିପରି ସେମାନଙ୍କୁ ସୁରକ୍ଷା ଦିଆଯାଇପାରିବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ । ଯାଜପୁର ଜିଲ୍ଲାର ସ୍ଵତନ୍ତ୍ର ପୋସ୍କୋ କୋର୍ଟର ବିଚାରପତି ଶ୍ରୀଯୁକ୍ତ ଅଭିଜିତ ପଲେଇ ଯୋଗ ଦେଇ କନ୍ୟା ଶିଶୁମାନଙ୍କୁ ଯୌନନିର୍ଯ୍ୟାତନାରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଥିବା ପୋକ୍ସୋ ଆଇନ ସମ୍ପର୍କରେ ସୂଚନା ଦେବା ସହିତ ଏ କ୍ଷେତ୍ରରେ ଶିଶୁମଙ୍ଗଳ କମିଟି ଓ ପୋଲିସ୍ର ଦାୟିତ୍ଵ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ l ଏହା ବ୍ୟତୀତ ଯୌନଶୋଷଣ ହୋଇଥିବା ୧୮ ବର୍ଷରୁ କମ୍ ନାବାଳିକାମାନେ କିପରି ନ୍ୟାୟ ପାଇପାରିବ...