Posts

Showing posts from April 8, 2025

ସାମ୍ବାଦିକା ଙ୍କୁ ଆକ୍ରମଣ ଘଟଣାରେ ଏସୟୁଜେ ଜିଲ୍ଲା ଶାଖା ର ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ।

Image
ଯାଜପୁର ତା୦୮/୦୪ : - ଗତ ରବିବାର ଦିନ ପୁରୀ ରେ ଶ୍ରୀମନ୍ଦିର ସମ୍ମୁଖରେ ଖବର ସଂଗ୍ରହ କରୁଥିବା ବେଳେ କର୍ତ୍ତବ୍ୟରତ ସାମ୍ବାଦିକା ଲିନୁ ନାୟକ ଏବଂ ତାଙ୍କ କ୍ୟାମେରାମ୍ୟାନ ଶିବ ପଲେଇ ଙ୍କୁ ନିଜକୁ ସେବାୟତ କହୁଥିବା କେତେକ ଗୁଣ୍ଡା ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ସେମାନଙ୍କ ଠାରୁ କ୍ୟାମେରା ଓ ମୋବାଇଲ ଫୋନ ମଧ୍ୟ ଛଡାଇ ନେଇଯାଇଥିଲେ।ଏହି ଘଟଣା କୁ ୩ ଦିନ ବିତିଯାଇଥିଲେ ସୁଦ୍ଧା ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ଅଭିଯୁକ୍ତ ମାନଙ୍କୁ ଗିରଫ କରିନାହିଁ। ବରଂ ପୋଲିସ ବିଭିନ୍ନ ଆଳ ଦେଖାଇ ଘଟଣା କୁ ଜଟିଳ ରୂପ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି।ଲିନୁ ନାୟକ କେବଳ ସାମ୍ବାଦିକା ନୁହଁନ୍ତି,ସେ ଜଣେ ମହିଳା ମଧ୍ୟ।ସର୍ବ ସମ୍ମୁଖ ରେ ଜଣେ ମହିଳା ତଥା କର୍ତ୍ତବ୍ୟରତ ସାମ୍ବାଦିକା ଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହିତ ଟଣାଓଟରା ଓ ଧକ୍କା ଦିଆଯିବା ପରି ଦୃଶ୍ୟ ବିଭିନ୍ନ ଗଣମାଧ୍ୟମ ରେ ଏପରିକି ସାମାଜିକ ଗଣମାଧ୍ୟମ ରେ ଘୁରି ବୁଲୁଥିଲେ ମଧ୍ୟ ପ୍ରଶାସନ ଆକ୍ରମଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କୁଣ୍ଠାବୋଧ କରୁଛି। ପ୍ରଶାସନ ଏବଂ ପୋଲିସର ଏପରି ମାନସିକତା ଯୋଗୁଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଓ ମିଛ ମାମଲା ବଢ଼ି ଚାଲିଛି। କହିବାକୁ ଗଲେ ସେ ସରକାର ଠାରୁ ଆରମ୍ଭ କରି ଏ ସରକାର ପର୍ଯ୍ୟନ୍ତ ସବୁ ସମୟରେ ସାମ୍ବାଦିକ ମାନଙ୍କ ଉପରେ ...