ସାମ୍ବାଦିକା ଙ୍କୁ ଆକ୍ରମଣ ଘଟଣାରେ ଏସୟୁଜେ ଜିଲ୍ଲା ଶାଖା ର ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ।


ଯାଜପୁର ତା୦୮/୦୪ : - ଗତ ରବିବାର ଦିନ ପୁରୀ ରେ ଶ୍ରୀମନ୍ଦିର ସମ୍ମୁଖରେ ଖବର ସଂଗ୍ରହ କରୁଥିବା ବେଳେ କର୍ତ୍ତବ୍ୟରତ ସାମ୍ବାଦିକା ଲିନୁ ନାୟକ ଏବଂ ତାଙ୍କ କ୍ୟାମେରାମ୍ୟାନ ଶିବ ପଲେଇ ଙ୍କୁ ନିଜକୁ ସେବାୟତ କହୁଥିବା କେତେକ ଗୁଣ୍ଡା ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ସେମାନଙ୍କ ଠାରୁ କ୍ୟାମେରା ଓ ମୋବାଇଲ ଫୋନ ମଧ୍ୟ ଛଡାଇ ନେଇଯାଇଥିଲେ।ଏହି ଘଟଣା କୁ ୩ ଦିନ ବିତିଯାଇଥିଲେ ସୁଦ୍ଧା ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ଅଭିଯୁକ୍ତ ମାନଙ୍କୁ ଗିରଫ କରିନାହିଁ। ବରଂ ପୋଲିସ ବିଭିନ୍ନ ଆଳ ଦେଖାଇ ଘଟଣା କୁ ଜଟିଳ ରୂପ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି।ଲିନୁ ନାୟକ କେବଳ ସାମ୍ବାଦିକା ନୁହଁନ୍ତି,ସେ ଜଣେ ମହିଳା ମଧ୍ୟ।ସର୍ବ ସମ୍ମୁଖ ରେ ଜଣେ ମହିଳା ତଥା କର୍ତ୍ତବ୍ୟରତ ସାମ୍ବାଦିକା ଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହିତ ଟଣାଓଟରା ଓ ଧକ୍କା ଦିଆଯିବା ପରି ଦୃଶ୍ୟ ବିଭିନ୍ନ ଗଣମାଧ୍ୟମ ରେ ଏପରିକି ସାମାଜିକ ଗଣମାଧ୍ୟମ ରେ ଘୁରି ବୁଲୁଥିଲେ ମଧ୍ୟ ପ୍ରଶାସନ ଆକ୍ରମଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କୁଣ୍ଠାବୋଧ କରୁଛି। ପ୍ରଶାସନ ଏବଂ ପୋଲିସର ଏପରି ମାନସିକତା ଯୋଗୁଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଓ ମିଛ ମାମଲା ବଢ଼ି ଚାଲିଛି। କହିବାକୁ ଗଲେ ସେ ସରକାର ଠାରୁ ଆରମ୍ଭ କରି ଏ ସରକାର ପର୍ଯ୍ୟନ୍ତ ସବୁ ସମୟରେ ସାମ୍ବାଦିକ ମାନଙ୍କ ଉପରେ ଏପରି ଆକ୍ରମଣ ଓ ମିଛ ମାମଲା ଯୋଗୁଁ ସାମ୍ବାଦିକ ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି।ଅନ୍ୟାୟ ଅନୀତି ଓ ଦୁର୍ନୀତି ବିରୁଦ୍ଧରେ ଖବର ସଂଗ୍ରହ କରିବା ଏଥି ଯୋଗୁଁ କଷ୍ଟକର ହୋଇ ପଡ଼ିଛି।ଏପରି ସ୍ଥଳେ ପୁରୀ ଘଟଣା ରେ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବା ଏବଂ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରାଯିବା ଦାବି ନେଇ ମଙ୍ଗଳବାର ଦିନ "ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା" ର ଜିଲ୍ଲା ଶାଖା ଯାଜପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଯାଜପୁର ର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶିବାନନ୍ଦ ସ୍ଵାଇଁ ଙ୍କୁ ପ୍ରଦାନ କରାଯାଇଛି। ଦାବି ପତ୍ର ପ୍ରଦାନ ର ଏହି ପ୍ରତିନିଧି ଦଳରେ ଏସୟୁଜେ ଓଡ଼ିଶା ର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ଜିଲ୍ଲା ଶାଖା ସଭାପତି ସୁବାଷ ଧଳ, ସାଧାରଣ ସମ୍ପାଦକ ଅବିନେଶ୍ଵର ଶତପଥୀ, ଜିଲ୍ଲା ଟ୍ରିବ୍ୟୁନାଲ ଅଧ୍ୟକ୍ଷ ସନ୍ଦିପ୍ତ ରାୟ, ଜିଲ୍ଲା ସମ୍ପାଦକ ପ୍ରଭାତ କୁମାର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସେକ ମନିରୁଦ୍ଦିନ ,ବରିଷ୍ଠ ସଭ୍ୟ ପ୍ରଦୀପ କୁମାର ଜେନା,ବିଜୟ ସାହୁ, ଦେବାଶିଷ ସାହୁ, ଚିନ୍ମୟ ନାୟକ, ଅଶୋକ ଦାସ, ଶୁଭକାନ୍ତ ନାୟକ ପ୍ରମୁଖ ସାମିଲ ଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l