Posts

Showing posts from October 31, 2019

ଧ୍ କେଲ-ଗଁଦିଆ, ପ୍ରଧାନ ଶିକ୍ଷକ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀ ଙ୍କ ଧାରଣା...

Image
ଢେଙ୍କାନାଳ - (ବ୍ୟୁରୋ) ଗଁଦିଆ ବ୍ଳକ ର ରତନ ପୁର୍ ପଞ୍ଚାୟତର ଚଣ୍ଡିଆ, ରାଏସିଂହପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବଦଳି ପ୍ରତିବାଦରେ ଆଜି ଛାତ୍ରଛାତ୍ରୀମାନେ ସ୍କୁଲ୍ ବନ୍ଦ କରି ଧାରଣାରେ ବସିଥିବା ଖବର ମିଳିଛି l ପ୍ରକାଶ ଥାଉକି ଖଙ୍କିରା ସରକାରୀ ଉଚ୍ଚ ବିଦ୍ୟାଳୟ ର ବିବାଦୀୟ ପ୍ରଧାନ ଶିକ୍ଷକ ବିଜୟ ସାମଲ ଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ରାଏସିଂହ ପ୍ରସାଦ ଉଚ୍ଚ ବିଦ୍ୟାଳୟ କୁ ବଦଳି କରିବା ସହିତ ରାଏ ସିଂହ ପ୍ରଧାନ ଶିକ୍ଷକ ନାରାୟଣ ସାମଲ ଙ୍କୁ ଖଙ୍କିରା ଉଚ୍ଚ ବିଦ୍ୟାଳୟ କୁ ଅବସ୍ଥିତ କରିଛନ୍ତି l ଏହି ପ୍ରତିବାଦ ରେ ରାଏ ସିଂହ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ ଜାରି ରଖିଛନ୍ତି l ପ୍ରିୟ ଏବଂ ଗୁଣବତ୍ତା, ଛାତ୍ରଛାତ୍ରୀ ପ୍ରିୟ ଶିକ୍ଷକ ଙ୍କୁ ପାଇବା ପାଇଁ ଛାତ୍ରଛାତ୍ରୀ ମାନେ ଅଡି ବସିଛନ୍ତି l ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା କୁ ସାଧାରଣରେ ଦାବି ହେଉଛି I Rita vision 

ଯାଜପୁର - ସୁକିନ୍ଦା, ମାତଙ୍କ ଋଷିଙ୍କ ଗୁମ୍ଫାରେ ଗିରିଗୋବର୍ଦ୍ଧନ ପୂଜା...

Image
ଯାଜପୁର /ସୁକିନ୍ଦା - ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା ତହସିଲ ର ବନ୍ଧଗାଁ ପଞ୍ଚାୟତ ରଙ୍କିଆ ଗ୍ରାମରେ ମହାଗୀରି ପାହାଡ଼ ପାଦ ଦେଶରେ ଗିରିଗୋବର୍ଦ୍ଧନ ଙ୍କ ମନ୍ଦିର ନିର୍ମାଣ ହୋଇଛି l (ଏହାର ପୁରୁଣା କିମ୍ବଦନ୍ତୀ ରହିଛି, ଏହା ବିଷୟରେ ଅଧିକ ସୂଚନା ଆମେ ଆଗାମୀ ଦିନରେ ଆହୁରି ବିସ୍ତୃତ ବିବରଣୀ ପ୍ରଦାନ କରିବୁ) ସୁକିନ୍ଦା ଅଞ୍ଚଳର ଯାଦବ ସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଏଥିରେ ବିଭିନ୍ନ ଗ୍ରାମରୁ ୫୦୦୦ ଯାଦବ ପରିବାର ସହିତ ସାମିଲ୍ ହୋଇଥିଲେ l ସୁକିନ୍ଦା ଯାଦବ ମହାସଂଘ ର ସଭାପତି ପରମାନନ୍ଦ ନାୟକ ଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ସୁକିନ୍ଦା ରାଜା ସାହେବ ଭୂଦେବ ଭୂପତି ଶ୍ରୀଚନ୍ଦନ ମହାପାତ୍ର l ଏହି ବର୍ଷ ମନ୍ଦିର ରେ ମୃତ୍ତି ସ୍ଥାପନ ହେବାସହ ନିଆରା ଢଙ୍ଗରେ ଅରୁଆ ଅର୍ଣ୍ଣ ରେ ଅର୍ଣ୍ଣକୁଟ ପର୍ବତ କରାଯାଇ, ଘିଅ, ଲହୁଣୀ, ସାହିତ ଅନ୍ୟାନ୍ୟ ସାମଗ୍ରୀ ରେ ସୁସଜ୍ଜିତ କରାଯାଏ ଗିରିଗୋବର୍ଦ୍ଧନ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା l ଯାଦବ ମହାସଂଘ ର ରାଜ୍ଯ ଉପଦେଷ୍ଟା ପରିଷଦ ଏଥିରେ ସାମିଲ ହୋଇଥିଲେ l ବାଡ଼ି ଖେଳ ପ୍ରଦର୍ଶନ ସାଙ୍ଗକୁ କୀର୍ତ୍ତନ ମଣ୍ଡଳୀ ର ସଙ୍କୀର୍ତ୍ତନ ପୂଜାକୁ ଆହୁରି ଉତ୍ସାହିତ କରିଥିଲେ l ପାଖ ଗାଁ ଲୋକେ ଏହି ଗିରିଗୋବର୍ଦ୍ଧନ ପୂଜା କୁ ମଧ୍ୟ ଉପଭୋଗ କରିଥିଲେ l ପାଞ୍ଚହଜାର ଲୋକଙ୍କ ସମାବେଶ ହୋଇଥିବା ବେଳେ ଶାନ୍ତିପୂର୍ଣ୍ଣ ଭାବେ