ଯାଜପୁର - ସୁକିନ୍ଦା, ମାତଙ୍କ ଋଷିଙ୍କ ଗୁମ୍ଫାରେ ଗିରିଗୋବର୍ଦ୍ଧନ ପୂଜା...

ଯାଜପୁର /ସୁକିନ୍ଦା - ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା ତହସିଲ ର ବନ୍ଧଗାଁ ପଞ୍ଚାୟତ ରଙ୍କିଆ ଗ୍ରାମରେ ମହାଗୀରି ପାହାଡ଼ ପାଦ ଦେଶରେ ଗିରିଗୋବର୍ଦ୍ଧନ ଙ୍କ ମନ୍ଦିର ନିର୍ମାଣ ହୋଇଛି l (ଏହାର ପୁରୁଣା କିମ୍ବଦନ୍ତୀ ରହିଛି, ଏହା ବିଷୟରେ ଅଧିକ ସୂଚନା ଆମେ ଆଗାମୀ ଦିନରେ ଆହୁରି ବିସ୍ତୃତ ବିବରଣୀ ପ୍ରଦାନ କରିବୁ) ସୁକିନ୍ଦା ଅଞ୍ଚଳର ଯାଦବ ସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଏଥିରେ ବିଭିନ୍ନ ଗ୍ରାମରୁ ୫୦୦୦ ଯାଦବ ପରିବାର ସହିତ ସାମିଲ୍ ହୋଇଥିଲେ l ସୁକିନ୍ଦା ଯାଦବ ମହାସଂଘ ର ସଭାପତି ପରମାନନ୍ଦ ନାୟକ ଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ସୁକିନ୍ଦା ରାଜା ସାହେବ ଭୂଦେବ ଭୂପତି ଶ୍ରୀଚନ୍ଦନ ମହାପାତ୍ର l ଏହି ବର୍ଷ ମନ୍ଦିର ରେ ମୃତ୍ତି ସ୍ଥାପନ ହେବାସହ ନିଆରା ଢଙ୍ଗରେ ଅରୁଆ ଅର୍ଣ୍ଣ ରେ ଅର୍ଣ୍ଣକୁଟ ପର୍ବତ କରାଯାଇ, ଘିଅ, ଲହୁଣୀ, ସାହିତ ଅନ୍ୟାନ୍ୟ ସାମଗ୍ରୀ ରେ ସୁସଜ୍ଜିତ କରାଯାଏ ଗିରିଗୋବର୍ଦ୍ଧନ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା l ଯାଦବ ମହାସଂଘ ର ରାଜ୍ଯ ଉପଦେଷ୍ଟା ପରିଷଦ ଏଥିରେ ସାମିଲ ହୋଇଥିଲେ l ବାଡ଼ି ଖେଳ ପ୍ରଦର୍ଶନ ସାଙ୍ଗକୁ କୀର୍ତ୍ତନ ମଣ୍ଡଳୀ ର ସଙ୍କୀର୍ତ୍ତନ ପୂଜାକୁ ଆହୁରି ଉତ୍ସାହିତ କରିଥିଲେ l ପାଖ ଗାଁ ଲୋକେ ଏହି ଗିରିଗୋବର୍ଦ୍ଧନ ପୂଜା କୁ ମଧ୍ୟ ଉପଭୋଗ କରିଥିଲେ l ପାଞ୍ଚହଜାର ଲୋକଙ୍କ ସମାବେଶ ହୋଇଥିବା ବେଳେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l