ଧ୍ କେଲ-ଗଁଦିଆ, ପ୍ରଧାନ ଶିକ୍ଷକ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀ ଙ୍କ ଧାରଣା...

ଢେଙ୍କାନାଳ - (ବ୍ୟୁରୋ) ଗଁଦିଆ ବ୍ଳକ ର ରତନ ପୁର୍ ପଞ୍ଚାୟତର ଚଣ୍ଡିଆ, ରାଏସିଂହପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବଦଳି ପ୍ରତିବାଦରେ ଆଜି ଛାତ୍ରଛାତ୍ରୀମାନେ ସ୍କୁଲ୍ ବନ୍ଦ କରି ଧାରଣାରେ ବସିଥିବା ଖବର ମିଳିଛି l ପ୍ରକାଶ ଥାଉକି ଖଙ୍କିରା ସରକାରୀ ଉଚ୍ଚ ବିଦ୍ୟାଳୟ ର ବିବାଦୀୟ ପ୍ରଧାନ ଶିକ୍ଷକ ବିଜୟ ସାମଲ ଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ରାଏସିଂହ ପ୍ରସାଦ ଉଚ୍ଚ ବିଦ୍ୟାଳୟ କୁ ବଦଳି କରିବା ସହିତ ରାଏ ସିଂହ ପ୍ରଧାନ ଶିକ୍ଷକ ନାରାୟଣ ସାମଲ ଙ୍କୁ ଖଙ୍କିରା ଉଚ୍ଚ ବିଦ୍ୟାଳୟ କୁ ଅବସ୍ଥିତ କରିଛନ୍ତି l ଏହି ପ୍ରତିବାଦ ରେ ରାଏ ସିଂହ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ ଜାରି ରଖିଛନ୍ତି l ପ୍ରିୟ ଏବଂ ଗୁଣବତ୍ତା, ଛାତ୍ରଛାତ୍ରୀ ପ୍ରିୟ ଶିକ୍ଷକ ଙ୍କୁ ପାଇବା ପାଇଁ ଛାତ୍ରଛାତ୍ରୀ ମାନେ ଅଡି ବସିଛନ୍ତି l ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା କୁ ସାଧାରଣରେ ଦାବି ହେଉଛି I Rita vision 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !