ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭଙ୍ଗା ଟେଣ୍ଡ ତଳେ ସୁରକ୍ଷା କର୍ମୀ l

ଢେଙ୍କାନାଳ :- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥାରେ ଚାଲିଛି କରୋନା ଟିକାକରଣ।ରାଜ୍ୟରେ କରୋନା ମହାମାରୀ ଚତୁର୍ଥ ଲହରୀ ଆସିଯାଇଥିଲା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ଟିକାକରଣ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଚାଲିଥିବା ଦେଖିବାକୁ ମିଳିଛି। ଟିକା ନେବା ପାଇଁ ଆସୁଥିବା ଲୋକ ଓ ନିୟୋଜିତ ସୁରକ୍ଷା କର୍ମଚାରୀମାନେ ଭଙ୍ଗା ଟେଣ୍ଟ ତଳେ ରହି ବର୍ଷାରେ ଭିଜୁଛନ୍ତି। ଏପରି ଅବ୍ୟବସ୍ଥା ଯୋଗୁଁ ଟିକା ନେବା ପାଇଁ ଆସୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଥିପ୍ରତି ଜିଲ୍ଳା ସ୍ୱାସ୍ଥ୍ୟ ଅଧିକାରୀ ଓ ପ୍ରଶାସନ ପକ୍ଷରୁ ଦୃଷ୍ଟି ହେବାକୁ ସାଧାରଣରେ ଦାବି ହେଉଛି l (ତାପସ ଦାସ ଙ୍କ ରିପୋର୍ଟ)