କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ୬ବର୍ଷୀୟ ହାତୀ ଛୁଆ ମୃତ୍ୟୁ l

ଢେଙ୍କାନାଳ: - ଜିଲ୍ଲାର ସାତକୋଶିଆ ଅଭୟରଣ୍ୟ ରୁ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଥିବା ଏକ ହାତୀ ଛୁଆର ମୃତ୍ୟୁ ହୋଇଛି l ଘଟଣାରୁ ପ୍ରକାଶ ଏହି ହାତୀ ଛୁଆର ବୟସ ୬ବର୍ଷ ଓ ଏହା ଏକ ଅଣ୍ଡିରା ହାତୀ ଛୁଆ ବୋଲି ଜଣାପଡିଛି I ହାତୀ ଛୁଆ ର ପାଟିରେ ସଂକ୍ରମଣ ଜନିତ କ୍ଷତ ଯୋଗୁଁ ପୀଡିତ ଅବସ୍ଥାରେ ଗତ ୨ତାରିଖ ରେ ଚିକିତ୍ସା ପାଇଁ କପିଳାଶ ର ହାତୀ ଉଦ୍ଧାର କେନ୍ଦ୍ର କୁ ପଠାଯାଇଥିଲା l ତେବେ କପିଳାଶ ରେ ହାତୀ ଛୁଆ ର ଚିକିତ୍ସା ଚାଲିଥିବା ବେଳେ ସେ କିଛି ଖାଉ ନଥିଲା, ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଜଟିଳ ଥିଲା ବୋଲି ଢେଙ୍କାନାଳ ବନଖଣ୍ଡ ଅଧିକାରୀ କହିଛନ୍ତି I 
(ଢେଙ୍କାନାଳ ଗଁଦିଆ ରୁ ତାପସଦାସ ଙ୍କ ରିପୋର୍ଟ,) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !