Posts

Showing posts from July 9, 2023

ଦୁର୍ଘଟଣାଗ୍ରସ୍ତ ଜୋନ୍ ରାସ୍ତାରେ ହମ୍ପସ୍ କଲେ ସ୍ଥାନୀୟ ଯୁବକ ।

Image
କାଳିଆପାଣି - ସୁକିନ୍ଦା ବ୍ଲକ ଅନ୍ତର୍ଗତ ପିମ୍ପୁଡିଆ ପଞ୍ଚାୟତ ର ହାଟ ପାଖ ଚୌ - ଛକି ରେଙ୍ଗାଲୀ କେନାଲ ରାସ୍ତା ଉପରେ ଆଜି ସ୍ଥାନୀୟ ଯୁବକ ହମ୍ପସ୍ ତିଆରି କରି ଦୁର୍ଘଟଣା ରୋକିବା ପାଇଁ ପଦକ୍ଷେପ ନେଇଛନ୍ତି l ସ୍ଥାନୀୟ ଯୁବଗୋଷ୍ଠୀଙ୍କ ମଧ୍ୟରୁ କାଳିଆ ମହାନ୍ତ, ଅଜୟ କୁମାର ମହାନ୍ତ,ମହେଶ ପ୍ରସାଦ ମହାନ୍ତ, କୈଳାସ ଚନ୍ଦ୍ର ନାୟକ, ଅରୁଣ ମହାନ୍ତ, ପିଙ୍କୁ ମହାନ୍ତ, ଧନେଶ୍ଵର ପାତ୍ର, ଭାସ୍କର ମହାନ୍ତ, ଶରଣ ପାତ୍ର ପ୍ରମୁଖ ଉପସ୍ଥିତ ରହି ହମ୍ପସ୍ ତିଆରି କଲେ । ଏକ ବର୍ଷ ମଧ୍ଯ ରେ ପାଖା ପାଖି ୫୦ ରୁ ଅଧିକ ଦୁର୍ଘଟଣା ଘଟିଥିବା କାରଣରୁ ଆଜି ସ୍ଥାନିୟ ଯୁବକ ଅଣ୍ଟା ଭିଡିଲେ କିପରି ଦୁର୍ଘଟଣା କୁ ରୋକା ଯାଇପାରିବ । ସୁକାନ୍ତ ନାୟକ ଙ୍କ ସହଯୋଗରେ ତୁରନ୍ତ ଆବାକ୍ସ ମେସିନ୍ ସାହାଯ୍ଯ ରେ କଂକ୍ରିଟ ଦେଇଥିଲେ । ଯୁବକ ମାନଙ୍କ ଏ ଭଳି ଜନହିତକର କାମକୁ ପିମ୍ପୁଡିଆ ପଞ୍ଚାୟତ ର ବହୁ ବୁଦ୍ଧିଜୀବି ପ୍ରଶଂସା କରିଛନ୍ତି ।