ଜିଏ ଅଧିକାରୀଙ୍କ ବଡ଼ ସୂଚନା, ଅନୁମତି ନ ଥିଲେ ହେବ କାର୍ଯ୍ୟାନୁଷ୍ଠାନ l
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ କ୍ୱାର୍ଟର୍ସ ଦେଖିବା ପରେ ଜିଏ ଅଧିକାରୀ ବଡ଼ ସୂଚନା ଦେଇଛନ୍ତି । ଜିଏ ଅଧିକାରୀ କହିଛନ୍ତି ଯେ, ନିର୍ମାଣ ପାଇଁ ଅନୁମତି ନ ଥିଲେ କାର୍ଯ୍ୟାନୁଷ୍ଠାନ ହେବ। ମୂଳ କ୍ୱାର୍ଟର୍ସ ଯାହା ଯେମିତି ଥିଲା, ସେମିତି ରହିଛି । ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଜିଏ ଅଧିକାରୀ ବୁଲିକି ସବୁ ଦେଖିଛନ୍ତି ।ତେବେ ସେ ଆହୁରି କହିଛନ୍ତି ଯେ, ପ୍ରାୟ ୨ ହଜାର ବର୍ଗଫୁଟର ଷ୍ଟିଲ ଷ୍ଟ୍ରକଚର ନିର୍ମାଣ କରାଯାଇଛି । ନିର୍ମାଣ କରାଯାଇଥିବା ଏହି ଷ୍ଟ୍ରକଚର ଦୁଇଟି ଭଙ୍ଗାଯାଇଛି । ଏ ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା କି ନାହିଁ ତଦନ୍ତ ହେବ । ଯଦି ନିର୍ମାଣ ବେଆଇନ ହୋଇଥିବ, ତା' ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଏ ଅଧିକାରୀ କହିଛନ୍ତି। ସେପଟେ ପ୍ରଣବ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ କ୍ୱାର୍ଟରରେ ଉଚ୍ଛେଦ କାର୍ଯ୍ୟକୁ ନେଇ ମୁହଁ ଖୋଲିଛନ୍ତି । କହିଥିଲେ ବିନା ଯାଞ୍ଚରେ ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ଚ୍ୟାନେଲଗୁଡ଼ିକୁ ସମାଲୋଚନା କରି ସେ ସ୍ପଷ୍ଟ କରିଛନ୍ତି ଯେ ଉପଯୁକ୍ତ ନିୟମ ଓ ପ୍ରକ୍ରିୟା ଅନୁଯାୟୀ ଉଚ୍ଛେଦ କାର୍ଯ୍ୟ କରାଯାଉଛି । ସେ କହିଛନ୍ତି, "ମୁଁ ଗଣମାଧ୍ୟମରେ ଏକ ଖବର ପ୍ରସାରିତ ହେଉଛି ଯେ କିଛି ଲୋକ ମୋ କ୍ୱାର୍ଟରରେ ଜୋରଜବରଦସ୍ତ ଉଚ୍ଛେଦ କାର୍ଯ୍ୟ କରୁଛନ୍ତି । ସେମାନେ ଜାଣିବା ଉଚିତ ଯେ ୨୦୨୪ ଜୁଲାଇ...