Posts

Showing posts from April 29, 2023

ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ଜଟିଆ ଷ୍ଟିଲର ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣି ଶେଷ l

Image
ଯାଜପୁର (କଳିଙ୍ଗନଗର ) - ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ନୂତନ ଭାବେ ନିର୍ମିତ ହେବାକୁ ଥିବା ଜଟିଆ ଷ୍ଟିଲ୍ ଲିମିଟେଡ ପାଇଁ ସ୍ଥାନୀୟ ଦାନଗଦି ଭବନ ଠାରେ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପ୍ରଶାସନିକ ଅଧିକାରୀ ତଥା କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ଏବଂ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ଉପସ୍ଥିତ ଥିଲେ l ଜଟିଆ ଷ୍ଟିଲ ପକ୍ଷରୁ ଦାନଗଦି ତହସିଲ ଅନ୍ତର୍ଗତ ଜଖପୁରା ଠାରେ ନିର୍ମାଣ ହେବାକୁ ଥିବା ଏହି କାରଖାନାରେ ଗ୍ରୀନଲିଫ୍ଟ ପରିଯୋଜନା ରୁ ବାର୍ଷିକ ୭,୫୦୦୦୦ ଟନ ରୋଲପଡକ୍ଟ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି l ଏହି କାରଖାନା ପ୍ରତିଷ୍ଠା ହେବା ଦ୍ୱାରା ବହୁ ସ୍ଥାନୀୟ ନିଯୁକ୍ତି ଦିଆଯିବ ଏବଂ ଆବଶ୍ୟକତା ଅନୁସାରେ ସବୁ ସାମାଜିକ ଓ ମୌଳିକ ଅଧିକାର କୁ କମ୍ପାନୀ ପକ୍ଷରୁ ପୂରଣ କରିବା ପାଇଁ ପ୍ରତିଶୃତି ମିଳିଛି l ଶାନ୍ତିଶୃଙ୍ଖଳା ସହିତ ବହୁମତ ସମର୍ଥନ ରେ ଜନଶୁଣାଣି ଶେଷ ହୋଇଛି I ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l ଦାନଗଦି ତହସିଲ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ର ଜନପ୍ରତିନିଧି ଓ ବୁଦ୍ଧିଜୀବୀମାନେ ଏହି ଜନଶୁଣାଣି ରେ ଯୋଗଦେଇ ନିଜ ନିଜର ମତ ରଖିଥିଲେ l