Posts

Showing posts from February 9, 2020

ଖୁସୀ ଛଡାଇ ନେଲା ବିଦ୍ୟୁତ ତାର, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଗଂଜାମ (ବ୍ୟୁରୋ) - ଜିଲ୍ଲା ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ଲୋକଙ୍କ ମୁହଁରୁ ଲିଭିଯାଇଛି ହସ, ଉଜୁଡ଼ି ଯାଇଛି କେତେକ ସଂସାର l ଏହାର କାରଣ ହେଉଛି ବିଦ୍ୟୁତ ଯୋଗାଣ ସଂସ୍ଥାର ବେପରୁଆ ମନୋଭାବ l କିଏ ଦେବ ଉଜୁଡି ଯାଇଥିବା ସଂସାର କୁ ସୁଖ l ଏହି ଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି ବ୍ରହ୍ମପୁରରେ l ଏକ ନିର୍ବନ୍ଧ ଉତ୍ସବରେ ଯୋଗ ଦେବାକୁ ୪୦ ରୁ ଅଧିକ ଲୋକଙ୍କୁ ନେଇଯାଉଥିଲା ଏକ ଘରୋଇ ବସ୍ "ସିଲ୍କ ସିଟି" l ବ୍ରହ୍ମପୁରରୁ ଗୋଳନ୍ଥରା ଥାନା ଦଙ୍କଲପାତୁ ରୁ ଚିକରଡା କୁ ଯାଉଥିବା ବେଳେ ମେଣ୍ଡ ରାଜପୁର ନିକଟ ଗାଁ ରାସ୍ତା ଦେଇ ଯାଉଥିବା ବେଳେ ବସ୍ ଟି ୧୧ କେଭି ଲାଇନ୍ ସଂସ୍ପର୍ଶରେ ଆସିଥିଲା ତେଣୁ ଚାହୁଁ ଚାହୁଁ ବସ୍ ଟି ଜାଳିବାକୁ ଲାଗିଲା l ବସ୍ ରେ ଥିବା ଯାତ୍ରୀ ମାନେ ଆକୁଳ ଚିତ୍କାର କରି ଥିଲେ ଓ ଜୀବନ ବଞ୍ଚାଇବା ପାଇଁ ବସ୍ ରୁ ବାହାରି ଆସିଥିଲେ କିନ୍ତୁ ଖାଲି ପାଦ ତଳେ ଲାଗିଯିବା ସତ୍ୟେ ୧୧ ଜଣ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ଓ ଅନ୍ୟ ମାନଙ୍କୁ ବ୍ରହ୍ମପୁର ମେଡିକାଲ ଓ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ଏଠି ସରକାର ଙ୍କ ବିଦ୍ୟୁତ ବିଭାଗର ଅପାରଗତା ଓ ବିତରକ କମ୍ପାନି ର ମନମୁଖୀ କାର୍ଯ୍ଯ ପାଇଁ ଆଜି ନିରୀହ ଲୋକଙ୍କ ଜୀବନ ଯାଉଛି l ଏହିଭଳି ପରିସ୍ଥିତି ରେ ସରକାର ଉକ୍ତ ବିତରକ କମ୍ପାନି ଉପରେ କି କାର୍ଯ୍ୟାନୁଷ୍ଠାନ ନେଇଛି ତାହା ଦେଖିବାକୁ ବାକି ରହିଲା l