Posts

Showing posts from October 15, 2024

ନଭେମ୍ବର ମାସ ରେ ଦୁଇଟି ରାଜ୍ୟରେ ଉପ ନିର୍ବାଚନ l

Image
ବ୍ୟୁରୋ ରିପୋର୍ଟ :- ନଭେମ୍ବର ୧୩, ୨୦ ରେ ୪୮ ଟି ବିଧାନସଭା ଆସନ, ୨ ଟି ଲୋକସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି l  ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି ଯେ ନଭେମ୍ବର ୧୩ ଏବଂ ୨୦ ରେ ୪୮ ଟି ବିଧାନସଭା ଆସନ ଏବଂ ଦୁଇଟି ସଂସଦୀୟ ଆସନ ପାଇଁ ଉପନିର୍ବାଚନ ହେବ ଏବଂ ନଭେମ୍ବର ୨୩ ରେ ଫଳାଫଳ ଘୋଷଣା ହେବ। ନଭେମ୍ବର ୧୩ ଏବଂ ୨୦ ରେ ଦୁଇଟି ପର୍ଯ୍ୟାୟରେ ୪୮ ଟି ବିଧାନସଭା ଆସନ ଏବଂ ଦୁଇଟି ସଂସଦୀୟ ଆସନରେ ଉପ- ନିର୍ବାଚନ ଅନୁଷ୍ଠିତ ହେବ ଏବଂ ମହାରାଷ୍ଟ୍ର ଏବଂ ଝାଡଖଣ୍ଡର ସର୍ଭେ ଫଳାଫଳ ସହିତ ନଭେମ୍ବର ୨୩ ରେ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଆୟୋଗ ମଙ୍ଗଳବାର ଘୋଷଣା କରିଛନ୍ତି। କେରଳର ୱାୟନାଦ ଲୋକସଭା ଆସନ ପାଇଁ ନଭେମ୍ବର ୧୩ ରେ ୧୩ ଟି ରାଜ୍ୟରେ ୪୭ ଟି ବିଧାନସଭା ଆସନ ଏବଂ ମହାରାଷ୍ଟ୍ରରେ ନନ୍ଦେଡ ଏବଂ ନଭେମ୍ବର ୨୦ ରେ ଉତ୍ତରପ୍ରଦେଶର କେଦାରନାଥ ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ l 

ଝାଡେଶ୍ୱର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷଙ୍କ ପରଲୋକ l

Image
ଯାଜପୁର :- ଦାନଗଦୀ ବ୍ଲକ ଅନ୍ତର୍ଗତ ଟୋଲକାନୀ ସ୍ଥିତ ଝାଡେଶ୍ୱର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସେକ୍ ସୌକତ ଅଲ୍ଲୀଙ୍କର ଗତ ରବିବାର ସଂଧ୍ୟାରେ ପରଲୋକ ହୋଇଯାଇଛି। ସେ ୧୯୮୪ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ଝାଡେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ଜଣେ ଭଦ୍ର ଓ ଅମାୟିକ ବ୍ୟକ୍ତି ଭାବେ ତାଙ୍କର ଅନେକ ଖ୍ୟାତି ରହିଛି। ତାଙ୍କ ଗ୍ରାମ ବାନ୍ଧଗଡା ଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ତାଙ୍କର ଶେଷ ଦର୍ଶନ ପାଇଁ ପ୍ରାକ୍ତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଝାଡେଶ୍ୱର ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଅକ୍ଷୟ କୁମାର ପଣ୍ଡା, କଲେଜର ପ୍ରତିଷ୍ଠାତା ସଭ୍ୟ ଦୀନବନ୍ଧୁ ପୃଷ୍ଟି, ପ୍ରାକ୍ତନ ଅଧ୍ୟକ୍ଷ ଡ. ଯୁଗଳ କିଶୋର ହୋତା ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ବାସଭବନରେ ସ୍ବର୍ଗତ ଅଲ୍ଲୀଙ୍କର ଶେଷ ଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ମହାବିଦ୍ୟାଳୟର ପରିଚାନା ପରିଷଦର ସମସ୍ତ ସଭ୍ୟ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସେ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।

ପୂଜା ପୂର୍ବରୁ ବଢିଲା କର୍ମଚାରୀ ଙ୍କ ମହଙ୍ଗା ଭତ୍ତା l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ଦଶହରା ପୂର୍ବରୁ ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କୁ ଖୁସି ଖବର ଦେଇଛନ୍ତି। ମୋହନ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇଛି। ପୂର୍ବରୁ ଏହା ୪୬ ପ୍ରତିଶତ ଥିବା ବେଳେ ରାଜ୍ୟ ସରକାର ଏହାକୁ ୫୦ ପ୍ରତିଶତ କରିଛନ୍ତି। ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୪ ଜାନୁଆରୀ ମାସ ଠାରୁ ଲାଗୁ ହେବ।ରାଜ୍ୟ ସରକାରଙ୍କ ବିଭିନ୍ନ ଉଦ୍ୟୋଗ(PSU)ରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଦଶହରା ଅବସରରେ ପୂଜା ଭେଟି ଦେଇଛନ୍ତି ମୋହନ ସରକାର । ସେମାନଙ୍କର ମହଙ୍ଗା ଭତ୍ତା ପରିମାଣ ୪୬%ରୁ ୫୦%କୁ ବୃଦ୍ଧି କରାଯାଇଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତତ୍କାଳୀନ ବିଜେଡି ସରକାର ମାର୍ଚ୍ଚ ୧୪ତାରିଖରେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତାକୁ ୪୬%ରୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ । ଆଜି ସାଧାରଣ ଉଦ୍ୟୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାରୀ ଉଦ୍ୟୋଗୀ କର୍ମଚାରୀମାନଙ୍କୁ ୨୦୧୭ ଦରମା ହାର ଆଧାରରେ ମହଙ୍ଗା ଭତ୍ତା ପରିମାଣକୁ ୪୬%ରୁ ୫୦%କୁ ବୃଦ୍ଧି କରାଗଲା । ଯାହାକି ୨୦୨୪ ଜାନୁୟାରୀ ୧ରୁ ପିଛିଲା ଭାବେ ଲାଗୁ ହେବ । ତେବେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ରାଜ୍ୟ ଉଦ୍ୟୋଗରେ କାର୍ଯ୍ୟରତ ଯୋଗ୍ୟ କର୍ମଚାରୀଙ୍କୁ ହିଁ ମିଳିପାରିବ । ଏହି ଖବର କାର୍ଯ୍ୟରତ ସରକାରୀ କର୍

ଆସନ୍ତା କାଲି ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ l

Image
ପୁରୀ (ବ୍ୟୁରୋ ରିପୋର୍ଟ) :- ଆସନ୍ତା ବୁଧବାର ଆଶ୍ୱିନ-ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଏହି ଗୁପ୍ତସେବା ନୀତି ପାଇଁ ଦୀର୍ଘ ୪ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ। ଆସନ୍ତାକାଲି ଅପରାହ୍ନ ୫ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତ ପାଇଁ ଶ୍ରୀ ମନ୍ଦିର ବନ୍ଦ ରହିବ। ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଯେତିକି ସମୟ ଏହି ନୀତି ଚାଲେ ସେହି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରୁହେ।