ପୂଜା ପୂର୍ବରୁ ବଢିଲା କର୍ମଚାରୀ ଙ୍କ ମହଙ୍ଗା ଭତ୍ତା l
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ଦଶହରା ପୂର୍ବରୁ ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କୁ ଖୁସି ଖବର ଦେଇଛନ୍ତି। ମୋହନ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇଛି। ପୂର୍ବରୁ ଏହା ୪୬ ପ୍ରତିଶତ ଥିବା ବେଳେ ରାଜ୍ୟ ସରକାର ଏହାକୁ ୫୦ ପ୍ରତିଶତ କରିଛନ୍ତି। ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୪ ଜାନୁଆରୀ ମାସ ଠାରୁ ଲାଗୁ ହେବ।ରାଜ୍ୟ ସରକାରଙ୍କ ବିଭିନ୍ନ ଉଦ୍ୟୋଗ(PSU)ରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଦଶହରା ଅବସରରେ ପୂଜା ଭେଟି ଦେଇଛନ୍ତି ମୋହନ ସରକାର । ସେମାନଙ୍କର ମହଙ୍ଗା ଭତ୍ତା ପରିମାଣ ୪୬%ରୁ ୫୦%କୁ ବୃଦ୍ଧି କରାଯାଇଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତତ୍କାଳୀନ ବିଜେଡି ସରକାର ମାର୍ଚ୍ଚ ୧୪ତାରିଖରେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତାକୁ ୪୬%ରୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ । ଆଜି ସାଧାରଣ ଉଦ୍ୟୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାରୀ ଉଦ୍ୟୋଗୀ କର୍ମଚାରୀମାନଙ୍କୁ ୨୦୧୭ ଦରମା ହାର ଆଧାରରେ ମହଙ୍ଗା ଭତ୍ତା ପରିମାଣକୁ ୪୬%ରୁ ୫୦%କୁ ବୃଦ୍ଧି କରାଗଲା । ଯାହାକି ୨୦୨୪ ଜାନୁୟାରୀ ୧ରୁ ପିଛିଲା ଭାବେ ଲାଗୁ ହେବ । ତେବେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ରାଜ୍ୟ ଉଦ୍ୟୋଗରେ କାର୍ଯ୍ୟରତ ଯୋଗ୍ୟ କର୍ମଚାରୀଙ୍କୁ ହିଁ ମିଳିପାରିବ । ଏହି ଖବର କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ମନରେ ଖୁସି ଖେଳାଇ ଦେଇଛି l
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.