Posts

Showing posts from November 18, 2022

ବେଆଇନ୍ ମୋରମ୍ ଉପରେ ଦାନଗଦୀ ତହସିଲ ର ଚଢ଼ାଉ ଗାଡ଼ି ଜବଦ I

Image
(କାହା ଇଙ୍ଗିତରେ ବାହାର ରାଜ୍ୟରୁ ଆସୁଥିବା କମ୍ପାନୀ ଲୁଟୁଥିଲା ରାଜସ୍ୱ?)  ଯାଜପୁର (ଦାନଗଦି) - ଦାନଗଦୀ ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ଆର୍ ଆଇ ଙ୍କ ଅଧୀନରେ ଥିବା ଜନିନ୍ଦାପାଳ ର ଖାତା ନଂ ୧୨୦/ ପ୍ଲଟ ନଂ ୩୮୨ ରୁ ବାହାର ରାଜ୍ୟରୁ ଆସିଥିବା ଏକ କମ୍ପାନୀ" ଶିବମ କାଣ୍ଡକ୍ଟ ବୁରିଇଲ" ବେଆଇନ୍ ଭାବେ ସରକାରୀ ଟ୍ୟାକ୍ସ ରାଜସ୍ୱ କୁ ଲୁଟୁଥିବା ନଜରରେ ଆସିଥିଲା l ଦାନଗଦୀ ଆଡିସିନାଲ ତହସିଲଦାର ଗୋବର୍ଦ୍ଧନ ପୁର ଆରଆଇ ଙ୍କୁ ଏ ବିଷୟରେ ରିପୋର୍ଟ କରି ଥିଲେ l ସେହି ରିପୋର୍ଟ ଆଧାରରେ ଆଡିସିନାଲ ତହସିଲଦାର, ଟମକା ଥାନା ଅଧିକାରୀ ଓ ଆରଆଇ ଙ୍କ ଦ୍ଵାରା ସମୂହ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ଉକ୍ତ ସ୍ଥାନରୁ ଏକ ହାଉୱା ଗାଡ଼ି ଯାହାର ନମ୍ବର OD02 DB3194 କୁ ନିଜ ହେପାଜତକୁ ନେଇ ଥିବା ବେଳେ ଅନ୍ୟ ଦୁଇଟି ହାୱା ଗାଡ଼ି ଖସି ପଳାଇବାକୁ ସକ୍ଷମ ହୋଇଥିଲେ ଯାହାର ନମ୍ବର ଥିଲା OD04BR8948 ଏବଂ OD04KS 1277 - ଜବଦ ଗାଡିର ଡ୍ରାଇଭର ଅଶୋକ କୁରୁଗାଁଓ କୁ ଗିରଫ କରିଥିବା ଜଣାପଡିଛି l ପୁଲିସ୍ ମାମଲାରେ କମ୍ପାନୀ ର ବିକାଶ କୁମାର ଙ୍କୁ ଖୋଜୁଥିବା ଏବଂ ଖୁବ୍ ଶୀଘ୍ର ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଟମକା ଥାନା ଅଧିକାରୀ ସୁଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି l 

ଦୁର୍ନୀତି ଖୋର ନିର୍ବାହୀ ଅଧିକାରୀ ଅଶୋକ ରାଉତ ଙ୍କ ଅନ୍ୟତ୍ର ବଦଳି I (ଘଟଣାର ୪ ଘଣ୍ଟା ଭିତରେ ନଗର ଉନ୍ନୟନ ବିଭାଗ କଲା ବଦଳି l)

Image
(ଘଟଣାର ୪ ଘଣ୍ଟା ଭିତରେ ନଗର ଉନ୍ନୟନ ବିଭାଗ କଲା ବଦଳି l)  ଯାଜପୁର :- ବ୍ୟାସନଗର ପୌରପରିଷଦରେ ଚାଲିଥିଲା ପ୍ରଶାସନ ଓ ଶାସକ ଦଳ ମଧ୍ୟରେ ଚାଲେଞ୍ଜ l ଦୀର୍ଘ ୩ ମାସରୁ ଉର୍ଦ୍ଧ ହେବ ପୌରନିର୍ବାହୀ ଅଧିକାରୀ ଅଶୋକ ରାଉତ ଓ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ମଧ୍ୟରେ ଚାଲିଥିଲା ଶୀତଳ ଯୁଦ୍ଧ l ଫଳରେ ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ବାରମ୍ବାର ଅସହଯୋଗ ବ୍ୟାସନଗର ସହରର ଉନ୍ନତି ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା l ଏନେଇ ହଠାତ ସରକାରଙ୍କ ନଗର ଉନ୍ନୟନ ବିଭାଗ ଚିଠି ସଂଖ୍ୟା ୧୯୦୫୬ ରେ ଶ୍ରୀ ରାଉତଙ୍କୁ ଖଣ୍ଡପଡା ଏନ.ଏ.ସି କୁ ବଦଳି କରିଛନ୍ତି ଏବଂ ସରକାରଙ୍କ ନିର୍ଦେଶ ମିଳିବାପରେ ଚିଠି ସଂଖ୍ୟା ୪୧୦୬ ରେ ପୌରାଧ୍ୟକ୍ଷା ରିଲିଫ କରିଥିଲେ l           ନିର୍ବାହୀ ଅଧିକାରୀ ଅଶୋକ ରାଉତ  I  ଏନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱକୁ ବ୍ୟାସନଗରର ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି l ସୂଚନା ଥାଉକି ଗତ ୧୫ ତାରିଖ ଦିନ ବକେୟା ଦରମାକୁ ନେଇ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଜୋରଦାର ହୋଇଥିଲା l ଏହି ଆନ୍ଦୋଳନ ନିର୍ବାହୀ ଅଧିକାରୀଙ୍କ କଳା କାର୍ଣ୍ଣାମାକୁ ପଦାରେ ପକାଇଛି l ଯେଉଁ ଗରିବ ସଫେଇ କର୍ମଚାରୀଙ୍କ ଦ୍ୱାରା ବ୍ୟାସନଗର ସହରର ପରିମଳ ବ୍ୟବସ୍ଥା ସହରକୁ ସୌନ୍ଦର୍ଯ୍ୟକରଣ କରୁଛି ଆଜି ସେଇ ସଫେଇ କର୍ମଚାର