ବେଆଇନ୍ ମୋରମ୍ ଉପରେ ଦାନଗଦୀ ତହସିଲ ର ଚଢ଼ାଉ ଗାଡ଼ି ଜବଦ I


(କାହା ଇଙ୍ଗିତରେ ବାହାର ରାଜ୍ୟରୁ ଆସୁଥିବା କମ୍ପାନୀ ଲୁଟୁଥିଲା ରାଜସ୍ୱ?) 
ଯାଜପୁର (ଦାନଗଦି) - ଦାନଗଦୀ ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ଆର୍ ଆଇ ଙ୍କ ଅଧୀନରେ ଥିବା ଜନିନ୍ଦାପାଳ ର ଖାତା ନଂ ୧୨୦/ ପ୍ଲଟ ନଂ ୩୮୨ ରୁ ବାହାର ରାଜ୍ୟରୁ ଆସିଥିବା ଏକ କମ୍ପାନୀ" ଶିବମ କାଣ୍ଡକ୍ଟ ବୁରିଇଲ" ବେଆଇନ୍ ଭାବେ ସରକାରୀ ଟ୍ୟାକ୍ସ ରାଜସ୍ୱ କୁ ଲୁଟୁଥିବା ନଜରରେ ଆସିଥିଲା l ଦାନଗଦୀ ଆଡିସିନାଲ ତହସିଲଦାର ଗୋବର୍ଦ୍ଧନ ପୁର ଆରଆଇ ଙ୍କୁ ଏ ବିଷୟରେ ରିପୋର୍ଟ କରି ଥିଲେ l ସେହି ରିପୋର୍ଟ ଆଧାରରେ ଆଡିସିନାଲ ତହସିଲଦାର, ଟମକା ଥାନା ଅଧିକାରୀ ଓ ଆରଆଇ ଙ୍କ ଦ୍ଵାରା ସମୂହ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ଉକ୍ତ ସ୍ଥାନରୁ ଏକ ହାଉୱା ଗାଡ଼ି ଯାହାର ନମ୍ବର OD02 DB3194 କୁ ନିଜ ହେପାଜତକୁ ନେଇ ଥିବା ବେଳେ ଅନ୍ୟ ଦୁଇଟି ହାୱା ଗାଡ଼ି ଖସି ପଳାଇବାକୁ ସକ୍ଷମ ହୋଇଥିଲେ ଯାହାର ନମ୍ବର ଥିଲା OD04BR8948 ଏବଂ OD04KS 1277 -
ଜବଦ ଗାଡିର ଡ୍ରାଇଭର ଅଶୋକ କୁରୁଗାଁଓ କୁ ଗିରଫ କରିଥିବା ଜଣାପଡିଛି l ପୁଲିସ୍ ମାମଲାରେ କମ୍ପାନୀ ର ବିକାଶ କୁମାର ଙ୍କୁ ଖୋଜୁଥିବା ଏବଂ ଖୁବ୍ ଶୀଘ୍ର ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଟମକା ଥାନା ଅଧିକାରୀ ସୁଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !