ଦୁର୍ନୀତି ଖୋର ନିର୍ବାହୀ ଅଧିକାରୀ ଅଶୋକ ରାଉତ ଙ୍କ ଅନ୍ୟତ୍ର ବଦଳି I (ଘଟଣାର ୪ ଘଣ୍ଟା ଭିତରେ ନଗର ଉନ୍ନୟନ ବିଭାଗ କଲା ବଦଳି l)

(ଘଟଣାର ୪ ଘଣ୍ଟା ଭିତରେ ନଗର ଉନ୍ନୟନ ବିଭାଗ କଲା ବଦଳି l) 
ଯାଜପୁର :- ବ୍ୟାସନଗର ପୌରପରିଷଦରେ ଚାଲିଥିଲା ପ୍ରଶାସନ ଓ ଶାସକ ଦଳ ମଧ୍ୟରେ ଚାଲେଞ୍ଜ l ଦୀର୍ଘ ୩ ମାସରୁ ଉର୍ଦ୍ଧ ହେବ ପୌରନିର୍ବାହୀ ଅଧିକାରୀ ଅଶୋକ ରାଉତ ଓ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ମଧ୍ୟରେ ଚାଲିଥିଲା ଶୀତଳ ଯୁଦ୍ଧ l ଫଳରେ ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ବାରମ୍ବାର ଅସହଯୋଗ ବ୍ୟାସନଗର ସହରର ଉନ୍ନତି ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା l ଏନେଇ ହଠାତ ସରକାରଙ୍କ ନଗର ଉନ୍ନୟନ ବିଭାଗ ଚିଠି ସଂଖ୍ୟା ୧୯୦୫୬ ରେ ଶ୍ରୀ ରାଉତଙ୍କୁ ଖଣ୍ଡପଡା ଏନ.ଏ.ସି କୁ ବଦଳି କରିଛନ୍ତି ଏବଂ ସରକାରଙ୍କ ନିର୍ଦେଶ ମିଳିବାପରେ ଚିଠି ସଂଖ୍ୟା ୪୧୦୬ ରେ ପୌରାଧ୍ୟକ୍ଷା ରିଲିଫ କରିଥିଲେ l          ନିର୍ବାହୀ ଅଧିକାରୀ ଅଶୋକ ରାଉତ 
I  ଏନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱକୁ ବ୍ୟାସନଗରର ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି l ସୂଚନା ଥାଉକି ଗତ ୧୫ ତାରିଖ ଦିନ ବକେୟା ଦରମାକୁ ନେଇ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଜୋରଦାର ହୋଇଥିଲା l ଏହି ଆନ୍ଦୋଳନ ନିର୍ବାହୀ ଅଧିକାରୀଙ୍କ କଳା କାର୍ଣ୍ଣାମାକୁ ପଦାରେ ପକାଇଛି l ଯେଉଁ ଗରିବ ସଫେଇ କର୍ମଚାରୀଙ୍କ ଦ୍ୱାରା ବ୍ୟାସନଗର ସହରର ପରିମଳ ବ୍ୟବସ୍ଥା ସହରକୁ ସୌନ୍ଦର୍ଯ୍ୟକରଣ କରୁଛି ଆଜି ସେଇ ସଫେଇ କର୍ମଚାରୀଙ୍କ ପେଟରେ ଲାତ ମାରିବାକୁ ପଛଘୁଞ୍ଚା ଦେଇନଥିଲେ ନିର୍ବାହୀ ଅଧିକାରୀ ଅଶୋକ ରାଉତ I ସଫେଇ କର୍ମଚାରୀଙ୍କ ମାସିକ ଦରମା ପାଇଁ ଖୋଦ ପୌରାଧ୍ୟକ୍ଷା ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ଅନୁମୋଦନ କରିବାକୁ ନିର୍ଦ୍ଦେଶ ଦେଉଥିଲେ ମଧ୍ୟ ନିଜର ବ୍ୟକ୍ତିଗତ ରାଗର ପ୍ରତିଶୋଧ ନେବାକୁ ପୌରାଧ୍ୟକ୍ଷାଙ୍କ କଥାକୁ ଅଣଦେଖା କରୁଥିଲେ ନିର୍ବାହୀଅଧିକାରୀ l ଏମିତିକି ସେପ୍ଟେମ୍ବର ମାସର ବିଲ ଦେଢ଼ ମାସ ଧରି ଫାଇଲକୁ କାହିଁକି ଚାପି ରଖୁଥିଲେ ନିର୍ବାହୀ ଅଧିକାରୀ? ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ସଫେଇ କର୍ମଚାରୀଙ୍କ ତୀବ୍ର ଆନ୍ଦୋଳନ ପରେ ସେପ୍ଟେମ୍ବର ମାସର ଫାଇଲକୁ ତରବରିଆ ଭାବେ ଜିଲ୍ଲା କାର୍ଯ୍ୟାଳୟକୁ ପଠାଇବା ସୂଚନା ବି ରହିଛି l ଯଦି ନିର୍ବାହୀ ଅଧିକାରୀ ପୂର୍ବରୁ ଅନୁମୋଦନ କରିଥିଲେ ତେବେ କିଏ ସେ ଫାଇଲକୁ ପୌର କାର୍ଯ୍ୟାଳୟରେ ଚାପି ରଖିଥିଲା ? ବିଲ ପ୍ରସ୍ତୁତ ଦାୟିତ୍ୱ ରେ ଥିବା କର୍ମଚାରୀ ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କ ଅନୁମୋଦନ ପାଇଁ କାହିଁକି ଫାଇଲ ପଠାଇ ନଥିଲେ? ଏହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ଅଞ୍ଚଳବାସୀଙ୍କ ମଧ୍ୟରେ l ଗୋଟିଏ ପଟେ ପୌରାଧ୍ୟକ୍ଷା ଶ୍ରୀମତୀ ପିଙ୍ଗୁଆ ଘଟଣାସ୍ଥଳରେ ପହଞ୍ଚି ସଫେଇ କର୍ମଚାରୀଙ୍କୁ ବୁଝାସୁଝା କରିଥିବାବେଳେ ଅନ୍ୟପଟେ ନିର୍ବାହୀ ଅଧିକାରୀ ଘଟଣାସ୍ଥଳକୁ ଆସିନଥିଲେ ଏବଂ ପୌରାଧ୍ୟକ୍ଷାଙ୍କ ଫୋନ ଉଠେଇବା ପରିବର୍ତ୍ତେ ସୁଇଚ ଅଫ କରିଦେଇଥିଲେ l ଏମିତିକି ନିର୍ବାହୀ ଅଧିକାରୀଙ୍କ ବାସଭବନକୁ ଥାନାଧିକାରୀ ଓ କର୍ମଚାରୀମାନେ ଡାକିବାକୁ ଯାଇଥିବା ବେଳେ ସମସ୍ତଙ୍କ ସାମ୍ନାରେ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ କେମିତି ଗାଳିଗୁଲ୍ଲଜ କରୁଛନ୍ତି ଥରେ  ଏହି ଭିଡ଼ିଓ କୁ ଦେଖିଲେ ଜାଣି ପାରିବେ.. 

ନିଜକୁ ଭଦ୍ର ଓ ସ୍ଵଛ କହି ବୁଲୁଥିବା ଏହି ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ଏହି ଭାଷା ଓ ଶାଳୀନତାର ଅସଲି ରୂପରୁ ଜାଣିପାରୁଥିବେ ସେ କେତେ ଭଦ୍ର ଆଉ ସ୍ଵଛ I ଖାଲି ଏତିକି ନୁହେଁ ପୂର୍ବରୁ ଶ୍ରୀ ରାଉତଙ୍କ ଏଭଳି ପୌରକାର୍ଯ୍ୟରେ ବାରମ୍ବାର ଅସହଯୋଗକୁ ନେଇ ଶ୍ରୀମତୀ ପିଙ୍ଗୁଆ ପ୍ରଥମେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ଓ କୌଣସି କାର୍ଯ୍ୟକାରୀ ନହେବାରୁ ପରେ ଉପରସ୍ତ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ I ଏହାକୁ ଆଧାରକରୀ ନଗର ଉନ୍ନୟନ ବିଭାଗ ଆନ୍ଦୋଳନର ୪ ଘଣ୍ଟା ମଧ୍ୟରେ ନିର୍ବାହୀ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ଦେଇଥିଲେ, ଏନେଇ ପୌର ପାରିଷଦ ଖୁସିବ୍ୟକ୍ତ କରିଥିବାବେଳେ ପୌରକର୍ମଚାରୀଙ୍କ ମହଲରେ ଆଶ୍ବସ୍ତି ଦେଖିବାକୁ ମିଳିଛି l ଏହାର ସବିଶେଷ ବିବରଣୀ ପାଇଁ ଆମ୍ଭେ ଶ୍ରୀରାଉତାଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲୁ କିନ୍ତୁ ଶ୍ରୀରାଉତ ଫୋନ ଉଠାଇନଥିଲେ l ଅନ୍ୟପଟେ ଶ୍ରୀରାଉତ ତାଙ୍କର ଏଭଳି କଳଙ୍କିତ କାର୍ଯ୍ୟକୁ ଲୁଚେଇବାକୁ ଯାଇ ପୌରବାସୀଙ୍କ ନଜର ହଟେଇବାକୁ ଦୀର୍ଘ ୨ ମାସର ଫାଇଲ ଫିଙ୍ଗା ଭିଡିଓ କୁ ପ୍ରାୟୋଜିତ ଭାବେ ଭାଇରଲ କରାଇଥିଲେ I ପୌରାଧ୍ୟକ୍ଷାଙ୍କ ବିକାଶମୂଳକ କାର୍ଯ୍ୟରେ ସହଯୋଗ କରୁ ନଥିବା ଏହି ନିର୍ବାହୀ ଅଧିକାରୀଙ୍କ ସ୍ଵାର୍ଥପର ନୀତିକୁ ଆଧାର କରି ସରକାର ବଦଳି କରିବାପରେ ବିନା କାରଣରେ ଏହି ଭିଡିଓ ଭାଇରଲ ହେବା ଏବଂ ପୌରାଧ୍ୟକ୍ଷାଙ୍କ ନାଁରେ ହଠାତ ଏତଲା ଦେବା ସହର ବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି l ଅନ୍ୟପଟେ ପୌରାଧ୍ୟକ୍ଷାଙ୍କୁ ବଦନାମ କରିବାପାଇଁ ଏହା ଏକ ବଡ଼ ଷଡଯନ୍ତ୍ର ରଚା ଯାଇଛି ବୋଲି ପାରିଷଦ ମାନେ ରୋକଠୋକ କହିଛନ୍ତି I ସୂଚନା ଥାଉକି ପୌରପରିଷଦର ୮ ନଂ ୱାର୍ଡ ନୀଳାଚଳ କଲୋନୀରେ ଏହି ଜିଓ ଟାୱାର ପାଇଁ ନିର୍ବାହୀ ଅଧିକାରୀ ସ୍ଥାନୀୟ କାଉନସିଲର ଅଶୋକ ଦାସ ଏବଂ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଙ୍କ ଅଜ୍ଞାତସାର ରେ NOC କୁ ବ୍ୟକ୍ତିଗତ ଭାବେ ଅର୍ଡର କରିଥିଲେ l ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ମାନେ ପୌରାଧ୍ୟକ୍ଷାଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ଶ୍ରୀମତୀ ପିଙ୍ଗୁଆ ସ୍ଥାନୀୟ କାଉନସିଲର ଅଶୋକ ଦାସ ଏବଂ ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କୁ ଡାକିଥିଲେ l କିନ୍ତୁ କାଉନସିଲର ଅଶୋକ ଦାସ ଟାୱାର ନିର୍ମାଣ ପାଇଁ କୌଣସି ସମର୍ଥନ ଦେଇ ନାହାନ୍ତି କି ସ୍ଥାନୀୟ ବାସିନ୍ଦାଙ୍କ ସବୁ ଦସ୍ତଖତ ମିଛ ବୋଲି ରୋକଠୋକ କହିଥିଲେ l 
ଅନ୍ୟପଟେ କାହା ପରାମର୍ଶରେ NOC ଦେଇଥିଲେ ବୋଲି ଶ୍ରୀମତୀ ପିଙ୍ଗୁଆ ପଚାରିଥିଲେ କିନ୍ତୁ ନିର୍ବାହୀ ଅଧିକାରୀ ପ୍ରଥମେ NOC ଦେଇ ନ ଥିବା କହିଥିଲେ କିନ୍ତୁ ପରେ ତାଙ୍କ ନିର୍ଦ୍ଦେଶ ଦସ୍ତଖତ ହସ୍ତକ୍ଷେପ ହେବାପରେ ଶ୍ରୀରାଉତାଙ୍କ ଉତ୍ତର ସନ୍ତୋଷଜନକ ନ ଥିଲା l ଅନ୍ୟପଟେ ନିର୍ବାହୀ ଅଧିକାରୀ ଏହି NOC କରାଇବା ପାଇଁ ମୋଟା ଅଙ୍କର ଟଙ୍କା ନେଇଥିବା ଶୁଣିବାକୁ ମିଳୁଛି! ତେଣୁ ଜଣକ ସ୍ୱାର୍ଥପାଇଁ ସହ ସହ ଲୋକଙ୍କ ସ୍ୱାର୍ଥକୁ ବଳି ପକେଇ ପାରିବେନି ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ପିଙ୍ଗୁଆ ରୋକଠୋକ କହିଥିଲେ ଏବଂ ତୁରନ୍ତ NOC ବାତିଲ କରିବାକୁ ନିର୍ଦ୍ଦେଶ ଦେବା ସହ ରାଗରେ ଫାଇଲକୁ ନିର୍ବାହୀ ଅଧିକାରୀଙ୍କ ଆଡକୁ ଫିଙ୍ଗିଥିଲେ l ତେବେ ଏଠି ପ୍ରଶ୍ନ ଉଠୁଛି ବଦଳି ପରେ ହଠାତ ୨ ମାସ ତଳର ଭିଡ଼ିଓ କେଉଁ ଉଦେଶ୍ୟରେ ଭାଇରଲ କରିଥିଲେ..? ଘଟଣାଟି ଯଦି ତାଙ୍କ ମନରେ ଆଘାତ ଦେଇଥିଲା ଓ ମାନସିକ ଯନ୍ତ୍ରଣର ଶିକାର ହୋଇଥିଲା ତେବେ ଏତେଦିନ ଧରି କାହିଁକି ଚୁପ ରହିଥିଲେ..? ମେଳଣ ଉତ୍ସବରେ ନାଚୁଥିଲେ କେମିତି..? ଘଟଣା ଘଟିଥିବା ଦିନ କାହିଁକି ଏତଲା ନ କରି ୨ ମାସ ପରେ କାହା ଇଙ୍ଗିତରେ ହଠାତ ଏତଲା କଲେ..?ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ଅଞ୍ଚଳବାସୀଙ୍କ ମଧ୍ୟରେ l 


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !