Posts

Showing posts from December 22, 2019

ଉପାନ୍ତ ଅଞ୍ଚଳରେ ସରକାରୀ ଶିକ୍ଷା ବ୍ୟବସ୍ଥା ର ନିଚ୍ଛକ ଉଦାହରଣ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
କୋରାପୁଟ (ବ୍ୟୁରୋ) - ଜିଲ୍ଲା ର ଉପାନ୍ତରେ ରହିଛି ମହାଦେଇପୁଟ ଗ୍ରାମପଞ୍ଚାୟତର ବିଲାପୁଟ ଗ୍ରାମ l ଗ୍ରାମରେ ବାସକରନ୍ତି ପାଞ୍ଚଶହ ଘର l ଏହି ଉପାନ୍ତ ଅଞ୍ଚଳରେ ସରକାରୀ ବିଦ୍ୟାଳୟ ଅଛି l ବିଦ୍ୟାଳୟର ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ନାହିଁ କୌଣସି ସୁବିଧା l ଏହି ପ୍ରାଥମିକ ବିଦ୍ୟାଳୟ ରେ ପାଞ୍ଚଟି ଶ୍ରେଣୀରେ ମାତ୍ର ଜଣେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କେ. ମନ୍ମଥ ରାଓ ସମ୍ଭାଳୁଥିବା ଦେଖିବାକୁ ମିଳିଛି l ତାଙ୍କ ସହିତ କୌଣସି ସହକାରୀ ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି l ବନ ପାହାଡ଼ ଘେରା ଏହି ବିଦ୍ୟାଳୟ କୁ ଯାତାୟାତ ପାଇଁ କୌଣସି ରାସ୍ତା ନିର୍ମାଣ ହୋଇନାହଁ, ତେଣୁ ଛାତ୍ରଛାତ୍ରୀମାନଙ୍କୁ ନାଳ ଉପରେ ଅସ୍ଥାୟୀଭାବେ ଥିବା କାଠ ସହାୟତା ରେ ଯିବାଆସିବା କରୁଛନ୍ତି l ସ୍କୁଲ କୋଠରୀ ଭିତରେ ପାଣି ଗଳୁଛି l ଏହି ଆମ ସରକାରଙ୍କ ସର୍ବଶିକ୍ଷା ଅଭିଯାନର ଜ୍ୱଳନ୍ତ ଉଦାହରଣ l ଏହିପରି ଏତେ ଅସୁବିଧା ରେ ପାଠ ପଢ଼ାରେ ପିଲାମାନେ କିପରି ବଢ଼ିବେ ତାହା ଜଳ ଜଳ ହୋଇ ଦେଖାଯାଉଛି l ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଗମନାଗମନ ଓ ସ୍କୁଲ ଗୃହକୁ ପୁନ କାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣରେ ଦାବି ହେଉଛି l