ଆଦିବାସୀ ସଂସ୍କୃତି ର ଯୁଗଜନ୍ମା ବିଶ୍ୱାବସୁ ଶବର ମହାରାଜା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି l

 କଟକ:- ତା ୧୨/୦୨/୨୨ (ବ୍ୟୁରୋ ରିପୋର୍ଟ) :-କଟକ ଜ଼ିଲ୍ଲା ବାରଙ୍ଗ ଥାନା ଭାଲୁଙ୍କା ଶବର ସାହି ଠାରେ ନୀଳମାଧଵ ଙ୍କ ଅଦ୍ୟ ସେବକ ବିଶ୍ୱାବସୁ ଶବର ମହାରାଜା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି l ଶବର ସମାଜର ସଂସ୍କୃତି,ଐତିହ୍ୟ,ଧାର୍ମିକ ବିଶ୍ୱାସ ର ସୁରକ୍ଷା ସଂରକ୍ଷଣ,ପୁନଃଉଦ୍ଧାର କରିବା ଉଧେଶ୍ୟ ରେ ରାଜ୍ୟର ବିଭିନ୍ନ ଜ଼ିଲ୍ଲା ରୁ ଆଦିବାସୀ ମାନେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଆଦିବାସୀ ମାନେ ପାରମ୍ପରିକ ବେସାଭୂଷା ବାଦ୍ୟ ସହିତ ସାଂସ୍କୃତିକ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରିଥିଲେ l
 ଶୋଭାଯାତ୍ରା ପରେ ସର୍ବଧର୍ମ ସମନ୍ୱୟ ମହସିଦ୍ଧ ନୀଳପଦ୍ମ ଆଶ୍ରମ ର ଅଧକ୍ଷ ତଥା ଶ୍ରୀ ଟିକିବାବା ଆଦର୍ଶ ଶିକ୍ଷା ସଂସ୍ଥା ର ପ୍ରତିଷ୍ଠାତା ଶ୍ରୀ ଟିକି ବାବା ଙ୍କ ପୌରୋହିତ୍ୟରେ ପୂଜାର୍ଚନା କରି ନବ ନିର୍ମିତ ବିଶ୍ୱାବସୁ ଶବର ମହାରାଜା ଙ୍କ ପ୍ରତିମୂର୍ତ୍ତି କୁ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି ଶୁଭ ଉଦଘାଟନ କରିଥିଲେ l ଶବର ମହାରାଜା ବିଶ୍ୱାବସୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଅଖିଳ ଭାରତୀୟ ଶବର ମହାସଂଘ ର ସଭାପତି ବାଳକୃଷ୍ଣ ଶବର,ଛତିଶଗଡ ଶବର ସମାଜର ମହାମନ୍ତ୍ରୀ ଓକିଲ ନାଗ , କେନ୍ଦ୍ରୀୟ ମହାମନ୍ତ୍ରୀ ସୌକିଲାଲ ଭୋଇ,ଜ଼ିଲ୍ଲା ଅଧ୍ୟକ୍ଷ ସୁରେଶ ମଲ୍ଲିକ,ବିଦ୍ୟାଧର ଦେହୁରୀ,ମୟୁର କବି ବାଳକୃଷ୍ଣ ନାଏକ,ଶରତ ନାଏକ,ପୂର୍ଣଚନ୍ଦ୍ର ନାଏକ,
ଖାତି ନାଏକ,ଲକ୍ଷ୍ମୀଧର ବେହେରା,ମୁରଲୀଧର ନାୟକ,ପରମାନନ୍ଦ ବେହେରା,ଧ୍ରୁବ ଚରଣ ନାୟକ,କେଦାର ନାୟକ, ନିରଞ୍ଜନ ମାଝି,ପୂର୍ଣଚନ୍ଦ୍ର ନାଏକ,ଜୟରାମ ଶବର,ବନଳତା ମାଝି,ପ୍ରମୁଖ ଉପସ୍ଥିତ ଥିଲେ l ଶବର ମହାରାଜା ବିଶ୍ୱାବସୁ ଙ୍କ ପ୍ରତିମୂର୍ତ୍ତି ଉଦଘାଟନ କାର୍ଯ୍ୟକ୍ରମ ଅବସରରେ ଆଦିବାସୀ ସଂସ୍କୃତି,ଆଦିବାସୀ ଐତିହ୍ୟ,ବିଶ୍ୱାବସୁ ଶବର ସଂସ୍କୃତି,ପ୍ରଥା ପରମ୍ପରା,ରୀତିନୀତି,ଶିକ୍ଷା ଦୀକ୍ଷା,ସାମାଜିକ,ଅର୍ଥନୈତିକ,ରାଜନୈତିକ ବିକାଶ ଦିଗରେ ଭାରତ ର ଆଦିବାସୀ ସମାଜ ଏକଜୁଟ ହୋଇ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ପ୍ରସ୍ତାବ କରାଯାଇଥିଲା l ସଭା କାର୍ଯ୍ୟ ପରେ କଳାକାର ମାନେ ଶବର ସଂସ୍କୃତି ଉପରେ ଆଧାରିତ ନୃତ୍ୟ ଗୀତ ସଙ୍ଗୀତ ପରିବେଷଣ କରିଥିଲେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !