ମହାଗୀରି ପ୍ରେସ୍ କ୍ଲବ୍ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ l
ଯାଜପୁର (ଦାନଗଦୀ) :- ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦୀ ବ୍ଲକ ରେ ଗଢିଉଠିଥିବା ଅଗ୍ରଣୀ ସାମ୍ବାଦିକ ସଂଘ " ମହାଗୀରି ପ୍ରେସ୍ କ୍ଲବ୍" ଆନୁକୂଲ୍ୟରେ ଜିଲ୍ଲା ସାମ୍ବାଦିକ ସଂଘର ପରାମର୍ଶ କ୍ରମେ ବନ୍ଧୁମିଳନ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅର୍ଗସ ନ୍ୟୁଜ୍ ଓଡ଼ିଶାର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ଜେନା, ମୁଖ୍ୟ ବକ୍ତା ଭାବରେ ଏସ୍ ୟୁ ଜେ, ଓଡିଶା ର ରାଜ୍ଯ ସଭାପତି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଆଇ ଆଇ ଟି ପ୍ରୋଫେସର. ଭୁବନେଶ୍ଵର .ଦୁଃଖବନ୍ଧୁ ସାହୁ, ଶ୍ରୀଯୁକ୍ତ ଜୟନ୍ତ କୁମାର ତ୍ରିପାଠୀ. ୟୁନିଟ୍ ହେଡ୍ ଟାଟା ଷ୍ଟିଲ ଫାଉଣ୍ଡେସନ,
ବ୍ରାହ୍ମଣୀପାଳ, ଶ୍ରୀଯୁକ୍ତ ପ୍ରଦୀପ କୁମାର ସେଠୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାନଗଦୀ, ଶ୍ରୀଯୁକ୍ତ ଚିନ୍ତାମଣି ପାଢୀ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ସଦସ୍ୟ, ଜାତୀୟ ସାମ୍ବାଦିକ ୟୁନିଅନ, ନୂଆ ଦିଲ୍ଲୀ, ଶ୍ରୀଯୁକ୍ତ ଅବିନେଶ୍ଵର ଶତପଥୀ, ସାଧାରଣ ସମ୍ପାଦକ ଜିଲ୍ଲା ସାମ୍ବାଦିକ ସଂଘ, ଯାଜପୁର, ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ଧଳ,
ସଭାପତି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି, ଯାଜପୁର ଏବଂ ଟମକା ଥାନା ଅଧିକାରୀଣି ଶ୍ରୀମତୀ ପ୍ରମୋଦିନୀ ସାହୁ ଯୋଗଦେଇଥିଲେ l ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଅତିଥିମାନେ ଉଦଘାଟନ କରିଥିଲେ l
ମହାଗିରି ପ୍ରେସ୍ କ୍ଲବ୍ ତରଫରୁ ବିଭିନ୍ନ ପ୍ରତିଭାଶାଳୀ ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ଯଥା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଡ. କୁଳମଣୀ ବାରିକ୍, ସମାଜସେବୀ ଶ୍ରୀଯୂକ୍ତ ପ୍ରତାପ ଚନ୍ଦ୍ର ଧିର, ସମାଜସେବୀ ଶ୍ରୀଯୁକ୍ତ ପବିତ୍ର ମୋହନ ମହାପାତ୍ର, ଜନସେବା କ୍ଷେତ୍ରରେ ସରପଞ୍ଚ କିଆଝର ଗ୍ରାମପଞ୍ଚାୟତ ଶ୍ରୀମତୀ ରାଜଲକ୍ଷ୍ମୀ ମହାପାତ୍ର,
ଯାଜପୁର ସାଂସଦ ପ୍ରତିନିଧି ରବିନ୍ଦ୍ର ମୋହନ ଜେନା, ରାଜନେତା ଓ ସମାଜସେବୀ ଶ୍ରୀଯୁକ୍ତ ବିଭୁଭୂଷଣ ରାଉତ, ଯୁବ ସମାଜସେବୀ ଓ
ସଭାପତି ଜୟ ବଜରଙ୍ଗବାଲି ଟ୍ରକ୍ ଟ୍ରିପର ଆସୋସିଏସନ୍ ଇଂ. ଦୀପକ କୁମାର ଜେନା ଏବଂ ପ୍ରଶାସନିକ କ୍ଷେତ୍ରରେ ଟମକା ଥାନା ଅଧିକାରୀଣି ପ୍ରମୋଦିନୀ ସାହୁ ଓ ଦିବ୍ୟାଙ୍ଗ ଖବରକାଗଜ ବିତରକ ସଦାନନ୍ଦ ସେଠି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
ମହାଗିରି ପ୍ରେସ କ୍ଲବ ର ସଭାପତି ଶ୍ରୀଯୁକ୍ତ ହରିହର ବାରିକ୍ ଙ୍କ ତତ୍ତ୍ଵାବଧାନରେ ଉପ ସଭାପତି ନରୋତ୍ତମ ବେହେରା ଓ ସମ୍ପାଦକ ମଳୟ କୁମାର ରାଉତ ସଭାପରିଚାଳନା ରେ ସହୋଯାଗ କରିଥିଲେ l ରାଜ୍ଯ ସାମ୍ବାଦିକ ସଂଘ ର ସଭାପତି ସୁବାସ ଚନ୍ଦ୍ର ଧଳ ଅତିଥି ପରିଚୟ ପ୍ରଦାନ ସହ ସଭା ପରିଚାଳନା କରିଥିଲେ l
କ୍ଲବର କୋଷାଧ୍ୟକ୍ଷ ସେକ୍ ଅବତାର ଅଲ୍ଲୀ, ସହ ସମ୍ପାଦକ ଅନିଲ କୁମାର ଦାଶ, ସଦସ୍ୟ ଅଜୟ ଦେହୁରୀ, ଖଗେଶ୍ଵର ମହାନ୍ତ, ଭରତ ଚନ୍ଦ୍ର ହୋତା କାର୍ଯ୍ୟକ୍ରମ ପରିଚାଳନା ରେ ପୁର୍ଣ୍ଣ ସହଯୋଗ କରିଥିଲେ l
ଶ୍ରୀଯୁକ୍ତ ବାବାଜୀ ଚରଣ ଜେନା ମଞ୍ଚ ପରିଚାଳନା କରିଥିଲେ l ଜିଲ୍ଲା ର ବିଭିନ୍ନ ବ୍ଳକ ରୁ ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ l ସର୍ବ ଶେଷରେ କ୍ଲବର ଉପଦେଷ୍ଠା ଉମାକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l https://youtu.be/aXmonB33YGU?si=_NxNd-VCmrqHCRp_Touch
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.