ଦାନଗଦୀ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ l

ଯାଜପୁର (କଳିଙ୍ଗନଗର ) -ଦାନଗଦୀ ବ୍ଳକ ଧୂଳିଗଡ଼ ପଞ୍ଚାୟତ ମାନଗୋବିନ୍ଦ ପୁର ଉଚ୍ଚ, ନୋଡାଲ ବିଦ୍ୟାଳୟ ଠାରେ ଦାନଗଦୀ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗୀତା ୨୦୨୨ ଅନୁଷ୍ଠିତ ହୋଇଯାଇଛି l ୧୪ ବର୍ଷ ରୁ ଅଧିକ ଓ ୧୭ ବର୍ଷରୁ କମ୍ ବାଳକ ବାଳିକା ମାନଙ୍କର କବାଡ଼ି, ଖୋ ଖୋ, ଭଲିବଲ୍, ଯୋଗ ଓ ଦୌଡ଼ କୁଦ ପ୍ରତିଯୋଗିତା ଦୁଇଦିନିଆ ତଥା ୧୩/୧୨ -/୨୦୨୨ ଠାରୁ ୧୪/୧୨/୨୦୨୨ ଧରି ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି l ଏହି ଉଦଘାଟନୀ ଅବସର ରେ ମୁଖ୍ୟ ଅତିଥି ଭାବେ ଦାନଗଦୀ ବ୍ଲକ ଶିକ୍ଷା ଅଧିକାରୀ ବଳରାମ ନାୟକ, ସମ୍ମାନିତ ଅତିଥି ଭାବେ ବୁଦ୍ଧରାଜ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ବେହେରା, ଧୂଳିଗଡ଼ ଗ୍ରାମପଞ୍ଚାୟତର ସରପଞ୍ଚ ମାନସ କୁମାର ରଣା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଭୀମସେନ ଧଳ, ରବିନରୟଣ ସାହୁ, ସରତ ଚନ୍ଦ୍ର ଦାସ, ସୁଶାନ୍ତ କୁମାର ଭୂୟାଁ ଉପସ୍ଥିତ ଥିଲେ l ଏହି କର୍ଯ୍ୟକ୍ରମ କୁ ମାନଗୋବିନ୍ଦ ପୁର ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ସନ୍ତୋଷ କୁମାର ସାହୁ ଙ୍କ ସହିତ ଅନ୍ୟ ବିଦ୍ୟାଳୟରୁ ଆସିଥିବା ଖେଳ ଶିକ୍ଷକ ପରିଚାଳନା କରିଥିଲେ l ଦାନଗଦୀ ମଣ୍ଡଳ ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟ ରୁ ପ୍ରାୟ ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହି କ୍ରୀଡ଼ା ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !