ବେସାହାରା ଏବଂ ଭୋକିଲା ପିଲାଙ୍କୁ ମିଳିଲା ଥଇଥାନ, '' ରୀତା ଭିଜନ୍ ନ୍ୟୁଜ୍ '' ରେ ଖବର ପ୍ରସାରିତ ପରେ...

ଯାଜପୁର (କଳିଙ୍ଗନଗର) - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ଓଲଳ ଗ୍ରାମପଞ୍ଚାୟତର ଆଦିବାସୀ ସାହି ର ଘଟଣା l ଏହି ସାହି ର ଅସହାୟ ଓ ଭୋକିଲା ପିଲାଙ୍କ ଦୁଃଖଦ ଘଟଣା କୁ ନେଇ ଗତ ତାରିଖ ୭ ସେପଟେମ୍ବର ମାସରେ ଆମେ ଖବର ପ୍ରସାରିତ କରିଥିଲୁ l ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପହଞ୍ଚି ପାରିଛି ଉକ୍ତ ସାହିରେ l ଏହି ସାହିର ଶୁରୁ ମୁଣ୍ଡା ଓ ତାଙ୍କର ସ୍ୱାମୀ ସହିତ ୬ ଟି ପିଲା ବାସକରନ୍ତି l କିଛିଦିନ ତଳେ ସ୍ୱାମୀ ଆରପାରିକୁ ଚାଲିଗଲେ l ତାର ଗୋଟିଏଦିନ ପରେ ପାଞ୍ଚଜଣ ଛୋଟ ପିଲା ଙ୍କୁ ଛାଡି ମାନସିକ ବିକୃତ ମା ' ଶୁରୁ କେଉଁଆଡେ ଚାଲିଯାଇଥିଲା l ଭଙ୍ଗା କୁଡ଼ିଆ ରେ ନା ଖାଇ ପଡିରହିଥିବା ପିଲାଙ୍କ ବିଷୟରେ ଖବର ପ୍ରସାରଣ ପରେ ସ୍ଥାନୀୟ ବିଧାୟକ ସୁକିନ୍ଦା ଓ ଯାଜପୁର ଜିଲ୍ଲା ପ୍ରଶାସନର ନଜରରେ ଆସିଥିଲା l ଯାଜପୁର ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ସୁରକ୍ଷା କମିଟି ଆଜି ଏହି ସାହିରେ ପହଞ୍ଚି ଶିଶୁ ମାନଙ୍କୁ ନିଜ ଦାୟିତ୍ଵରେ ନେଇଛନ୍ତି l ଏହି କର୍ଯ୍ୟ ପାଇଁ ଆମ RITA VISION NEWS( Disital News Potal) ଟିମ୍ ତରଫରୁ ଧନ୍ୟବାଦ ଜଣାଉଛୁ l ଏହିଭଳି ଦୁର୍ଦିନ ରେ ରହୁଥିବା ଲୋକଙ୍କ  ଓ ଲୋକମାନେ ସାମାଜିକ ଅଧିକାର ରୁ ବଞ୍ଚିତ ରହୁଥିବା ଖବର ପ୍ରସାରିତ କରି ପ୍ରଶାସନ ର ଦୃଷ୍ଟିକୁ ଆଣିବାକୁ ଆମେ ଯଥା ସମ୍ଭବ ପ୍ରୟାସ କରିବୁ l Umakanta Mohapatra (Rita vision News) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !