କଳିଙ୍ଗନଗର ରେ ଶ୍ରମିକ ଅଶାନ୍ତି, ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ ଗଣଆନ୍ଦୋଳନ ଓ ଅର୍ଥନୈତିକ ଅବରୋଧ l

ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ନୀଳାଚଳ ଇସ୍ପାତ କାରଖାନା ବନ୍ଦ ହେବା ପୂର୍ବରୁ ଶ୍ରମିକମାନଙ୍କ ଦରମା ପ୍ରଦାନ ନ କରିବା, କାରଖାନା ର ନିଜସ୍ୱ ଖଣିକୁ ଚାଲୁକରିବା, କାରଖାନାକୁ ତୁରନ୍ତ ଚାଲୁ କରିବାରେ ସରକାର ଶୀଘ୍ର ନିଷ୍ପତ୍ତି ନିଅନ୍ତୁ!  ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସେମାନଙ୍କ ମୌଳିକ ଅଧିକାର ତୁରନ୍ତ ପ୍ରଦାନ କରିବାକୁ ଆଗରୁ ମିଳିତ ମଞ୍ଚ ପକ୍ଷରୁ ଲିଖିତ ଅଭିଯୋଗ କରିଛନ୍ତି ରାଜ୍ୟସରକାର ଓ କେନ୍ଦ୍ରସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, କୌଣସି ସୂତ୍ରରୁ କିଛି ବି ନିଷ୍ପତ୍ତି ଗ୍ରହଣ କରାଯାଇନଥିଲା l ଆର୍ଥିକ ଅନାଟନ କାରଣରୁ ଦୁଇ ଦୁଇ ଜଣ ଙ୍କ ଜୀବନ ଗଲା କିନ୍ତୁ ସରକାର ଅଣଦେଖା କରି ଚାଲିଛନ୍ତି l ଏହି ସବୁ ଦାବିରେ ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ ସପରିବାର  ଡ଼ୁବୁରୀ ଛକ ଠାରେ ଆଜି ଗଣଆନ୍ଦୋଳନ ଓ ଅର୍ଥନୈତିକ ଅବରୋଧ କରାଯାଇଥିଲା l
ସ୍ଥାନୀୟ ବିଧାୟକ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆସିଲେ ନାହିଁ l ଏଥିରୁ ସ୍ପଷ୍ଟ ହୋଇଯାଇଛି ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ଭାରି ଡର! ଏହି ଅଭିଯୋଗ ଆଣିଛନ୍ତି ଆନ୍ଦୋଳନ କାରୀ ମାନେ l
କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ରାଜରାସ୍ତାରେ ଶ୍ରମିକ I କୌଣସି ଶ୍ରମିକ ସଂଘ କିମ୍ବା ଇଉନିୟନ୍ ସେମାନଙ୍କ ପାଇଁ ସ୍ଵର ଉଠାଉ ନାହାନ୍ତି ବୋଲି କହିଛନ୍ତି ବିକାଶ ମଞ୍ଚ ର ସମସ୍ତ ସଭ୍ଯ l ସେମାନେ ନିଜର ହକ୍ ପାଇବ ପାଇଁ ପ୍ରୟାସ ଜାରି ରହିଛି, ରହିଥିବ ମଧ୍ୟ l ସଠିକ ସମୟରେ ଉଚିତ ଜବାବ ଦିଆଯିବ ବୋଲି ଘୋଷଣା କରିଛି ମିଳିତ ମଞ୍ଚ l Rita vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !