ଦୈନିକ ଓଡ଼ିଆ ଖବରକାଗଜ ମନ୍ଥନ ର ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ l

(ସମ୍ବାଦ ପତ୍ର ସାଧାରଣ ଲୋକଙ୍କ ପାଇଁ ସହାୟତା ର ହାତ ବଢାଇଛି - ଡଃ. ରାମଚନ୍ଦ୍ର ଖୁଣ୍ଟିଆ)
ଯାଜପୁର/ବ୍ୟାସନଗର - ଦୈନିକ ଖବର କାଗଜ ମନ୍ଥନ ର ଏକାଦଶ ବାର୍ଷିକ ଉତ୍ସବ ଯାଜପୁର ରୋଡ଼ ସ୍ଥିତ ହୋଟେଲ୍ ରୟାଲ୍ କଳିଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭା ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଇଛି l ସୁପ୍ରଶାସକ ଏଡିଏମ କଳିଙ୍ଗନଗର ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର, ଶିକ୍ଷାବିତ୍ ଡକ୍ଟର ଚକ୍ରଧର ବିଶ୍ଵାଳ, କ୍ରୀଡ଼ା ସଂଗଠକ ଶ୍ରୀଯୁକ୍ତ ରସାନନ୍ଦ ମହାନ୍ତି, ସାହିତ୍ୟିକ ଭାବେ ଡଃ. ପ୍ରଜ୍ଞା ପ୍ରବର୍ତ୍ତକା ଦାଶ, ସୁ ଚିକିତ୍ସକ ଡାକ୍ତର ବିନୟ କୁମାର ନାୟକ, ଦକ୍ଷ ସାମ୍ବାଦିକ ଶ୍ରୀଯୁକ୍ତ ଆନନ୍ଦ କୁମାର ସାହୁ ଓ ଶ୍ରୀଯୁକ୍ତ ଅଭୟ କୁମାର ପତି, ଦକ୍ଷା ପଞ୍ଚାୟତିରାଜ ପ୍ରତିନିଧି ଭାବେ ଶ୍ରୀମତୀ ସ୍ବର୍ଣ୍ଣଲତା ବାନରା, ପରିବେଶ ସୁରକ୍ଷା କ୍ଷେତ୍ରରେ ଜିନ୍ଦାଲ ଷ୍ଟିଲ ଲିମିଟେଡ କଳିଙ୍ଗନଗର, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଟାଟା ମେଡିକା ହସ୍ପିଟାଲ କଳିଙ୍ଗନଗର ଓ ସସ୍କୃତି ସମ୍ମାନ ରେ ବ୍ୟାସଶ୍ରୀ କଳାନିକେତନ କୁ ସମ୍ମାନିତ କରାଯାଇଥିଲା l ଏହି କର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତକଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ଡଃ ରାମଚନ୍ଦ୍ର ଖୁଣ୍ଟିଆ, ସମ୍ମାନୀତ ଅତିଥି ଭାବେ ଡଃ ରୁଦ୍ରନାରାୟଣ ପୃଷ୍ଟି (ସଭାପତି ଜିଲ୍ଳା ଲେଖକ ସମ୍ମିଳନୀ ଯାଜପୁର), ଏଡିଏମ କଳିଙ୍ଗନଗର ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର, ବରିଷ୍ଠ ଶିକ୍ଷାବିତ୍ ଡକ୍ଟର ଚକ୍ରଧର ବିଶ୍ଵାଳ ଯୋଗଦେଇଥିଲେ l ସଭାରେ ସଭାପତିତ୍ଵ କରିଥିଲେ ସମ୍ପାଦକ ମନ୍ଥନ ଶ୍ରୀଯୁକ୍ତ ଶରତ ରାଉତ, ସ୍ଵାଗତ ଭାଷଣ ଦେଇଥିଲେ ଶ୍ରୀଯୁକ୍ତ ଦୟାନିଧି ନାୟକ (ଜିଲ୍ଲା ପ୍ରତିନିଧି ମନ୍ଥନ) l ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ ମନ୍ଥନ ର ପ୍ରତିନିଧି ଶ୍ରୀଯୁକ୍ତ ଜୟ ନାରାୟଣ ମହାପାତ୍ର, ଉମାକାନ୍ତ ମହାପାତ୍ର, ଦିପକ୍ ଦାସ l ଆଗାମୀ ଦିନରେ ମନ୍ଥନ ର ଯାଜପୁର ଜିଲ୍ଲା ସସ୍କରଣ ପ୍ରକାଶ ପାଇବ ବୋଲି ମନ୍ଥନ ର ସମ୍ପାଦକ ପ୍ରକାଶ କରିଥିଲେ l ଏହି କର୍ଯ୍ୟକ୍ରମ ରେ ଡଃ ସୂର୍ଯ୍ୟମଣି ଖୁଣ୍ଟିଆ, ସଂଯୁକ୍ତା ମହାପାତ୍ର, ଗୁଣନିଧି ଗୁରୁ, ରମେଶ ମହାନ୍ତି, ବିଦ୍ୟାଧର ମହାନ୍ତି, ଗୋକୁଳାନନ୍ଦ ମହାନ୍ତି, ବିବେକାନନ୍ଦ ମହାନ୍ତି, ସିତେସ୍ ମହାନ୍ତି, ପ୍ରସନ୍ନ ସାମଲ, ବିଶ୍ଵଜିତ ଜେନା ବହୁ ସାମ୍ବାଦିକ, ଶିକ୍ଷାବିତ୍, ସାହିତ୍ୟିକ ଓ ବୁଦ୍ଧିଜୀବୀ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !