ସ୍ବର୍ଗତ ନରହରି ଧରୁଆ ମେମୋରିଆଲ କ୍ରିକେଟ କପ ଟୁର୍ନାମେଣ୍ଟ,କଦଳୀ ଦଳ ବିଜୟୀ I


ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :-ବେଲପଡା, ପତରାପାଲି କ୍ରିକେଟ ଦଳ ରନର୍ସଅପ
କଦଳୀ କ୍ରିକେଟ ଦଳ ବିଜୟୀ
ତିନି ଦିନ ଧରି ଚାଲିଥିବା ଟୁର୍ନାମେଣ୍ଟ ରେ ଷୋହଳ ଟି କ୍ରିକେଟ ଦଳ ଉକ୍ତ କ୍ରିକେଟ ଟୁର୍ନାମେଣ୍ଟ ରେ ଅଂଶଗ୍ରହଣ କରିଥିଲେ l 
ନରହରି ଧରୁଆ ମେମୋରିଆଲ କ୍ରିକେଟ କପ ଟୁର୍ନାମେଣ୍ଟ ର ପ୍ରତିଷ୍ଠାତା ଅବସର ପ୍ରାପ୍ତ ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧରୁଆ ଟୁର୍ନାମେଣ୍ଟ ଆୟୋଜନ କରିଥିଲେ l 
କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ଦିବସରେ ମୁଖ୍ୟଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି ଯୋଗଦେଇ ବିଜୟୀ ଦଳ, ରନର୍ସ ଅପ ଦଳ,ଚମ୍ପିୟାନ,ମେନ ଅଫ ଦି ମ୍ୟାଚ ଲଖ୍ମଣ ,ମେନ ଅଫ ଦି ସିରିଜ ଥବିର,ସ୍କୋରର ରଞ୍ଜନ ପଧାନ ଖେଳାଳୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ l ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ସୁପରିଚାଳନା ପାଇଁ ଅମପେୟାର ଭାବରେ ଶ୍ରୀକାନ୍ତ ପୋଢ଼ ଏବଂ ପ୍ରଶାନ୍ତ ରାଣା ଙ୍କୁ ଖେଳାଳି ଏବଂ ଦର୍ଶକ ପ୍ରଶଂସା କରିଥିଲେ l
 ବଳ ଧରୁଆ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ବିଶି ଗ୍ରାମାଞ୍ଚଳ ର ଖେଳ ପ୍ରତିଭା ସମ୍ପର୍ଣ ଯୁବକ ଛାତ୍ର ମାନଙ୍କୁ ଉତ୍ସାହିତ କରିବା,କ୍ରିକେଟ ଖେଳ ପ୍ରୋତ୍ସାହନ କରିବା ପାଇଁ ଶ୍ରୀ ଧରୁଆ ଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ l ଉଦଯାପନୀ ସଭାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ କ୍ରୀଡା ପ୍ରେମୀ ପ୍ରଦୀପ ବେହେରା ଅକ୍ଷୟ ବେହେରା,କୁନା ବେହେରା, ହିରlଚନ ଗଇନ୍ତା,ନୀଳକଣ୍ଠ ବେହେରା,ସଂକୀର୍ତନ ପୋଢ଼,ନିଧି ମାଝି,ପ୍ରସନ୍ନ ଧରୁଆ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ତ୍ରିଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ରେ ସୁଚାରୁରୂପେ କ୍ରୀଡା ପରିଚାଳନା ପାଇଁ କରିଥିଲେ l (ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !