ବାଞ୍ଜିତଳିଏନ କ୍ରିକେଟ କପ- ବଲାଙ୍ଗୀର ଚମ୍ପିୟାନ ।

ବଲାଙ୍ଗୀର(ବ୍ୟୁରୋ ରିପୋର୍ଟ) : - ପାଟଣାଗଡ଼ ବ୍ଲକ ବାଲିପଟା ଗ୍ରା:ପ:ଅନ୍ତର୍ଗତ ଖଳିଆ କ୍ରିକେଟ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହେଇଥିବା ବାଞ୍ଜିତଳିଏନ କ୍ରିକେଟ ଏସୋସିଏସନ ତରଫରୁ ବାଞ୍ଜିତଳିଏନ କ୍ରିକେଟ କପ ର ଫାଇନାଲ ଉତ୍ସବ । ଫାଇନାଲ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ଶ୍ରୀ ସରୋଜ କୁମାର ମେହେର,ବିଧାୟକ ପ୍ରତିନିଧି ହିମାଞ୍ଚଳ ପଧାନ, ସମାଜ ସେବୀ ଗିରିରାଜ ଭୋଇ ଯୋଗଦେଇ ଫାଇନାଲ ଖେଳକୁ ପ୍ରବେଶ କରିଥିବା ଉଭୟ ଖଳିଆ ଦଳ ଓ ବଲାଙ୍ଗୀର ଦଳକୁ ଉତ୍ସାହିତ କରିଥିଲେ । ପ୍ରଥମରୁ ଉଭୟ ଦଳ ସଂଘର୍ଷପୂର୍ଣ ଖେଳ ଖେଳି ଫାଇନାଲ କୁ ପ୍ରବେଶ କରିଥିବାରୁ ଶୁଭେଚ୍ଛା ଜଣାଇଥିଲେ । ଆଜିର ଫାଇନାଲ ଖେଳରେ ବଲାଙ୍ଗୀର ଦଳ ଟସ ଜିଣି ପ୍ରଥମେ ବେଟିଂ ନିଷ୍ପତ୍ତି ନେଇ ୭ଓଭର ରେ ସମସ୍ତ ଉଇକେଟ ବିନିମୟରେ ୫୮ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ ପ୍ରତିଜବାଜରେ ଖଳିଆ ଦଳ ୫ଉଇକେଟ ରେ ୪୯ ରନ ସଂଗ୍ରହ କରି ବଲାଙ୍ଗୀର ଦଳ ଠାରୁ ପରାଜିତ ହୋଇଥିଲେ । ମ୍ୟାନ ଅପ ଦ ମ୍ୟାଚ ବଲାଙ୍ଗୀର ଦଳର ଆଶିଷ କୁ ମୋବାଇଲ ଦିଆଯାଇଥିବା ବେଳେ ମ୍ୟାନ ଅପ ଦ ସିରିଜ ଖଳିଆ ଦଳର ବିପିନ ବନଛୋର କୁ ସାଇକେଲ ପ୍ରଦାନ କରାଯାଇଥିଲା । ବେଷ୍ଟ ଫିଲ୍ଡର ବଲାଙ୍ଗୀର ଦଳର ସୁବାସ କୁ ପୁରସ୍କୃତ କରାଯାଇଥିଲା ଓ ବେଷ୍ଟ ବୋଲର ଭାବରେ ଥବୀର ମାଝୀ କୁ , ବେଷ୍ଟ ଉଇକେଟ କିପର ଅରୁଣ ନାଏକ , ବେଷ୍ଟ ସିକ୍ସର ଅନୀଲ ବନଛୋର ,ବେଷ୍ଟ ଅମ୍ପାୟାର ନୀଳ କଠାର କିରଣ ଭୋଇ,ବେଷ୍ଟ କମେଣ୍ଟଟେଟର ରହସ୍ୟ ସାହୁ, ବେଷ୍ଟ ସ୍କୋରର ସମୀର ନାଏକ, ବିଭୁତି ସାହୁ ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ।ଆଜିର ମ୍ୟାଚ କୁ ଓଡିଶା କ୍ୱାଲିଫାଏଡ଼ ଅମ୍ପାୟାର କିରଣ କୁମାର ଭୋଇ ଓ ବିନୋଦ ନାଏକ ପରିଚାଳନା କରିଥିଲେ । ସ୍କୋରର ଭାବରେ ସମୀର ନାଏକ ଦାୟିତ୍ୱ ତୁଳାଇଥିଲେ ଓ ରହସ୍ୟ ସାହୁ ଧାରାବିବାରଣୀ ପ୍ରଦାନ କରିଥିଲେ । ଉପ ବିଜେତା ଦଳ କୁ ଦଶ ହଜାର ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ଓ ବିଜେତା ଦଳକୁ କୋଡିଏ ହଜାର ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି । ବାଞ୍ଜିତଳିଏନ କ୍ରିକେଟ ଏସୋସିଏସନ ର ସଭାପତି ମନୋଜ ଲୁହା, ସଭ୍ୟ ହିମାଂଶୁ ସାହୁ, ଯୁବରାଜ ସିଂ, ଭାସ୍କର ସାହୁ, ନାରାୟଣ ନାଏକ, ଚନ୍ଦ୍ର ଲୁହା, ସୌକିଲାଲ ଲୁହା,କସ୍ତୁଭ ସାହୁ, ଶଙ୍କର ସାହୁ, ସାଗର ସାହୁ, ମିନିକେତନ ସିଂ, ଭୁବନେଶ୍ୱର ବନଛୋର, ସୁବାସ ସିଂ, ହୀରାଧାର ନାଏକ, ମକୁନ୍ଦ ପୁଟେଲ, ଚକ୍ର ଧର ସାହୁ, ଭକଚନ ସାହୁ, ସୁଦାମ ନାଏକ, ଚମ୍ପେଶ୍ୱର ବନଛୋର, ରାଜିନ ବନଛୋର, ନେତ୍ରମଣି ଠାକୁର, ବିପିନ ବନଛୋର, ଅରୁଣ ନାଏକ, ଅବିନାଶ ଲୁହା, ଅନୀଲ ବନଛୋର,ତୁଳରାମ ନାଏକ,ଉପେନ୍ଦ୍ର ବନଛୋର, ନିରାକାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଖେଳ ପଡ଼ିଆ ର ଚତୁପାର୍ଶ୍ୱ ରେ ହଜାର ହଜାର ଦର୍ଶକ କରତାଲି ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।(ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !