ବାଘନଖ ଓ ହାତୀଦାନ୍ତ ଜବତ, ୪ଜଣ ଗିରଫ l

ନୂଆପଡ଼ା :- ଜିଲ୍ଲା ର ସିନାପାଲି ବନ ବିଭାଗ ତରଫରୁ ବାଘନଖ ଓ ହାତୀଦାନ୍ତ ଜବତ କରିବା ସହ ୪ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ସିନାପାଲି ବନବିଭାଗ l ଅଭିଯୁକ୍ତ ମାନେ ହେଲେ ସିନାପାଲି ବ୍ଲକ ସଦର ଗ୍ରାମର ଧନେଶ୍ଵର ମେହେର (୪୫) ଗଣ୍ତାବାହାଲି ଗ୍ରାମର ମନୋଜ ମେହେର(୪୨) ଶଳାଭେନେଇ ସମ୍ପୃକ ଥିବାବେଳେ କଲାହାଣ୍ଡି ଜିଲ୍ଲା ଏମ୍ ରାମପୁର ଅନ୍ତର୍ଗତ ଟୁରଚି ଗ୍ରାମର ନୂଆଖାଉ ବାଗ (୬୦) ଓ ଚିତ୍ରସେନ ବାଗ (୩୨)ବାପା ଓ ପୁଅ ସମ୍ପୃକି ଥିବା ଜଣାପଡିଛି।
 ସୂଚନା ଅନୁସାରେ ସିନାପାଲି ବ୍ଲକ ସଦର ପଞ୍ଚାୟତ କାପସି ଗ୍ରାମ ପଦରଭଟା ଆମ୍ୱ ଗଛ ଠାରେ ମନୋଜ ମେହେର ଓ ଧନେଶ୍ଵର ମେହେର ବାଘନଖ ଧରି ଗ୍ରାହାକ ଙ୍କୁ ଜଗି ରହିଥିବା ବେଲେ କୌଣସି ସୁତ୍ର ରୁ ଖବର ପାଇଁ ସିନାପାଲି ବନାଞ୍ଚଳ ଅଧିକାରୀ ବିମଲ ପ୍ରକାଶ ଟୋକ୍ନୋ ଙ୍କ ନେତୃତ୍ବ ରେ ଏକ ଟିମ ଚଢାଉ କରି ୨ ଜଣ ବ୍ଯକ୍ତିଙ୍କୁ କାବୁକରି ଗିରଫ କରିବା ସହ ତାଙ୍କ ଠାରୁ ବାଘନଖ ଜବତ କରିଥିଲେ। 
ଉକ୍ତ ଅଭିଯୁକ୍ତ ମାନଙ୍କୁ ବନବିଭାଗ କୁ ଆଣି କାହା କାହା ସହ ଲିଙ୍କ୍ ରହିଛି ବୋଲି ଅଧିକ ପଚରା ଉଚରା କରିବାରୁ ଅଭିଯୁକ୍ତ ମାନେ କିଛି କହିନଥିଲେ। ହେଲେ ମନୋଜ ମେହେର ଙ୍କ ମୋବାଇଲ ଖୋଲି ଚେକ୍ କରିଥିବା ବେଲେ ମୋବାଇଲ ରୁ ହାତୀଦାନ୍ତ ଫଟୋ ଥିବା ଜଣା ପଡିଥିଲା। ପରେ ଅଭିଯୁକ୍ତ ମନୋଜ ଙ୍କୁ ସବୁକଥା ପଚାରିବାରୁ ବନାଞ୍ଚଳ ଅଧିକାରୀ ବିମଲ ପ୍ରକାଶ ଟୋକ୍ନୋ ଙ୍କୁ ସବୁ ସତ୍ୟାସତ୍ୟ କଥା କହିଥିଲା l ମନୋଜଙ୍କ କହିବା ଅନୁଯାଇ ଏହି ଘଟଣା ରେ କଲାହାଣ୍ଡି ଜିଲ୍ଲା ପଯ୍ୟନ୍ତ ଚେର ଲମ୍ୱି ଥିବା ଜଣାପଡିଛି । 
କଲାହାଣ୍ଡି ଜିଲ୍ଲା ଏମ୍ ରାମପୁର ଅନ୍ତର୍ଗତ ଟୁରଚି ଗ୍ରାମର ୨ଜଣ ବ୍ଯକ୍ତି ଙ୍କ ପାଖରେ ହାତୀଦାନ୍ତ ଥିବା ସୁଚନା ମିଲିଥିଲା। ଉକ୍ତ ସୁଚନାକୁ ନେଇ ବନଧିକାରି ସିନାପାଲି ରେଞ୍ଜର ଶ୍ରୀ ଟୋକ୍ନୋ ଖଡିଆଳ ଡିଏଫଓ ବିବେକ କୁମାର ଙ୍କୁ ଜଣାଇଥିବା ବେଲେ ଡିଏଫଓ ଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ୍ ଶିବ ପ୍ରସାଦ ରଥ ଓ ଫରେଷ୍ଟର ଖଗେଶ୍ୱର ମାଝୀଙ୍କ ନେତୃତ୍ବ ରେ ସିନାପାଲି ବନବିଭାଗ ସହ ଏକ ଟିମ ଗଠନ କରି ଏମ୍ ରାମପୁର ବନ ବିଭାଗ ସାହାଯ୍ୟରେ ଟୁରଚି ଗ୍ରାମରେ ଚଢାଉ କରି ସେଠାରେ ୨ଜଣ ଅଭିଯୁକ୍ତ ନୂଆଖାଉ ବାଗ ଓ ଚିତ୍ରସେନ ବାଗ ଙ୍କୁ ଗିରଫ କରି ତାଙ୍କ ଠାରୁ ୨ଖଣ୍ତ ହାତୀଦାନ୍ତ ସହ ୪୧ଗୋଟି ବାଘ ନଖ ଜବତ କରାଯାଇଥିଲା। ଉକ୍ତ ଅଭିଯୁକ୍ତ ମାନଙ୍କୁ ଆହୁରି ଅଧିକ ପଚରାଉଚରା କରାଯାଉଛି। ସୁଚନାଯୋଗ୍ୟଯେ ଏହି ଚୋରା କାରବାର ଦିର୍ଘଦିନ ରୁ ଚାଲି ଆସୁଥିବା ବେଲେ ସିନାପାଲି ବନ ବିଭାଗ ଏହା ଉପରେ ନଜର ପକାଇ ରହିଥିଲା। ଏହି ୨ଖଣ୍ତ ହାତୀଦାନ୍ତ ର ଓଜନ ୪କେଜି ୨ଶହ ଗ୍ରାମ ବୋଲି ଜଣାପଡିଛି।ଏହି ହାତୀ ଦାନ୍ତ କାରବାର ରେ ଲିଙ୍କ ଓଡିଶା ସମେତ ଛତିଶଗଡ ଲମ୍ବୀଥିବା ଡ଼ିଏଫଓ ବିବେକ କୁମାର ପ୍ରକାଶ କରିଛନ୍ତି l
ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !