ଜିଲ୍ଲା ସ୍ତରୀୟ ବାଞ୍ଜିତଳିଏନ କ୍ରିକେଟ କପ, କ୍ବାଟର ଫାଇନାଲରେ ପାଟଣାଗଡ଼ ଉନ୍ନୀତ I

ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :-ଜିଲ୍ଲା ର ପାଟଣାଗଡ଼ ବ୍ଲକ ବାଲିପଟା ଗ୍ରା:ପ:ଅନ୍ତର୍ଗତ ଖଳିଆ କ୍ରିକେଟ ଖେଳ ପଡ଼ିଆ ଠାରେ ବାଞ୍ଜିତଳିଏନ କ୍ରିକେଟ ଏସୋସିଏସନ ତରଫରୁ ଜିଲ୍ଲା ସ୍ତରୀୟ କ୍ରିକେଟ ପ୍ରତିଯୋଗିତାର ଆଜି କ୍ବାଟର ଫାଇନାଲ । କ୍ୱାଟର ଫାଇନାଲ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ରମେଶ ପୁରୋହିତ, ସମ୍ମାନିତ ଅତିଥି ଭାବରେ ଶ୍ରୀ ପ୍ରମୋଦ ବେହେରା ସଭାପତି ଆଞ୍ଚଳିକ ଧନୁଯାତ୍ରା କମିଟି ଯୋଗୀମୁଣ୍ଡା, ଅନ୍ୟତମ ସମ୍ମାନିତ ଅତିଥି ଭାବରେ ନେତ୍ରା ସାହୁ, ସରୋଜ ରଣା ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ମ୍ୟାଚ ପାଟଣାଗଡ଼ ଓ ଭାଲୁଦର୍ହ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ପ୍ରଥମେ ପାଟଣାଗଡ଼ କ୍ରିକେଟ ଦଳ ଟସ ଜିଣି ବେଟିଂ ନିଷ୍ପତ୍ତି ନେଇ ୫ ଓଭର ରେ ୫୪ ରନ କରିଥିଲେ ପ୍ରତିଜବାବ ରେ ଭାଲୁଦର୍ହ ଦଳ ସମସ୍ତ ଉଇକେଟ ହରେଇ ମାତ୍ର ୩୪ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଖେଳକୁ ଓଡିଶା କ୍ୱାଲିଫାଏଡ଼ ଅମ୍ପାୟାର କିରଣ ଭୋଇ ଓ ବିପିନ ବନଛୋର ପରିଚାଳିତ କରିଥିବା ବେଳେ ଅରୁଣ ନାଏକ ସ୍କୋରର ଦାୟିତ୍ୱ ତୁଲାଇ ଥିଲେ ।ରହସ୍ୟ ସାହୁ ଙ୍କର ଧରାବିବରଣୀ ରେ ଦର୍ଶକ ମନ୍ତ୍ରମୁଗ୍ଧରେ ବାନ୍ଧି ରଖିଥିଲା। ଏସୋସିଏସନ ସଭାପତି ଶ୍ରୀ ମନୋଜ ଲୁହା ଉପସ୍ଥିତ ରହି ଦାୟିତ୍ୱ ତୁଲାଉଥିବା ବେଳେ ଅବିନାଶ ଲୁହା,ସୁବାସ ସିଂ, କସ୍ତୁଭ ସାହୁ, ରୀଙ୍କୁ ,ପରମେଶ୍ୱର, ନେତ୍ରମଣି ଠାକୁର,ରାଜିନ୍ଦ୍ର ବନଛୋର,ପୀତବାସ ସାହୁ, ହିମାଂଶୁ ସାହୁ ପ୍ରମୁଖ ସହଯୋଗ କରିଥିଲେ ।ଏହି ପ୍ରତିଯୋଗିତାରେ ସମୁଦାୟ ୩୨ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଆଗାମୀ ୨୧ ତାରିଖ ଦିନ ଏହାର ଉଦଯାପିତ ହେବ ବୋଲି କ୍ରିକେଟ ଏସୋସିଏସନ ର ସଭାପତି ଶ୍ରୀ ମନୋଜ ଲୁହା ସୂଚନା ଦେଇଛନ୍ତି l (ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେ  ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !