ନାଗେଶ ଟ୍ରଫି-ଦିଲ୍ଲୀକୁ ହରାଇ ଓଡ଼ିଶା କ୍ୱାଟର୍ ଫାଇନାଲ୍ ରେ।

ବ୍ୟୁରୋ ରିପୋର୍ଟ - ବାଙ୍ଗାଲୋରରେ ଚାଲୁଥିବା ଜାତୀୟ ଦୃଷ୍ଟିହୀନ ଟି20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଆଜି ଓଡ଼ିଶା ଦିଲ୍ଲୀକୁ ୧୦ ୱିକେଟ ରେ ହରାଇ କ୍ୱାଟର୍ ଫାଇନାଲ୍ କୁ ଯାଇଛି ।
ଗତ କାଲି ଆନ୍ଧ୍ରପ୍ରଦେଶ ବିପକ୍ଷରେ କଡ଼ା ଟକ୍କର ଦେଇ ପରାଜୟ ସ୍ୱୀକାର କରିଥିବା ଓଡ଼ିଶା ଦଳ, ଆଜି କିନ୍ତୁ ଉଭୟ ବ୍ୟାଟିଂ ଓ ବୋଲିଂ ରେ ଖୁବ୍ ଭଲ ପଦର୍ଶନ କରିଥିଲା।
 ବାଙ୍ଗାଲୋର ଠାରେ ଥିବା ନିର୍ମାଣ-ୱାନ କ୍ରିକେଟ ଷ୍ଟାଡିୟମ ରେ ଓଡ଼ିଶା ଆଜି ତାର ୪ର୍ଥ ଲିଗ୍ ମ୍ୟାଚ୍ ରେ ଦିଲ୍ଲୀକୁ ଭେଟିଥିବା ବେଳେ , ଦିଲ୍ଲୀ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା l ଦିଲ୍ଲୀ ନିର୍ଧାରିତ ୨୦ ଓଭରରେ ୧୩୬/୭ କରିବାକୁ ସକ୍ଷମ ହୋଇଥିଲା।  
ଦିଲ୍ଲୀ ପକ୍ଷରୁ ମନୀଷ କୁମାର ୪୦ବଲ ରେ ୩୬ ରନ୍ ଓ ଅକ୍ଷୟ ବର୍ମା ୨୫ବଲ ରେ ୨୬ ରନ୍ କରିଥିଲେ।
ବୋଲିଙ୍ଗରେ: ଓଡ଼ିଶାର ବ1 ବର୍ଗର ଖେଳାଳି ତପନ କୁମାର ଗୋଉଡ଼ ୪ ଓଭର ବୋଲିଂ କରି ମାତ୍ର ୨୬ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିଲେ,
ସୁଖରାମ ମାଝି ୩ ଓଭର ୧୨ ରନ୍ ୧ ୱିକେଟ , ନକୁଳ ବଡନାୟକ ୪ ଓଭର ୩୦ ରନ୍ ୧ ୱିକେଟ 
ଏବଂ ପଙ୍କଜ ଭୁଏ ୪ ଓଭର ୨୬ ରନ୍ ୧ ୱିକେଟ ସଂଗ୍ରହ କରିଥିଲେ।ଅପରପକ୍ଷରେ ଓଡ଼ିଶା ୧୧.୪ ଓଭରରେ ୧୩୭/୦ ରନ୍ କରି ଏହି ମ୍ୟାଚ୍ କୁ ୧୦ ୱିକେଟ ରେ ଜିତି ନେଇଥିଲା। 
ଓଡ଼ିଶା ପକ୍ଷରୁ ସୁଖରାମ ମାଝି ୭୧/୩୯ ବଲ୍ ରେ ୧୧ ଚୌକା ଓ ନକୁଳ ବଡନାୟକ ୫୪/୩୬ ବଲ୍ ରେ ୭ ଚୌକା ର ବିସ୍ଫୋରକ ପାରି ଖେଳିଥିଲେ। ସୁଖରାମ ମାଝୀଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥଲା। 
ଆସନ୍ତା କାଲି ଓଡ଼ିଶା ତାର ୫ମ ତଥା ଅନ୍ତିମ ଲିଗ୍ ମ୍ୟାଚ୍ ରେ ହରିୟାଣା କୁ ଭେଟିବ।
ଏହି ମ୍ୟାଚ୍ ବାଙ୍ଗାଲୋର ର ସଚିନ୍ ତେନ୍ଦୁଲକର ଗ୍ରାଉଣ୍ଡରେ ଖେଳାଯିବ ବୋଲି କହିଛନ୍ତି ଶ୍ରୀ ବିରଞ୍ଚି ନାରାୟଣ ସାହୁ ଯୁଗ୍ମ ସମ୍ପାଦକ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘ l
Odisha defeated Nagesh Trophy-Delhi in the quarterfinals.
BEURO REPORT - Odisha lost to Delhi by 10 wickets in the National Blind T20 Cricket Tournament in Bangalore today to advance to the quarterfinals.
 The Odisha team, which suffered a tough defeat against Andhra Pradesh yesterday, performed very well in both batting and bowling today.
While Odisha met Delhi in their 4th league match today at the Nirman-One Cricket Stadium in Bangalore, Delhi decided to bat first to win the toss. For Delhi, Manish Kumar scored 39 off 40 balls and Akshay Burma 24 off 25 balls. In bowling: Odisha's top-ranked Tapan Kumar Gowd bowled 4 overs and took 4 wickets for just 24 runs.Sukhram Majhi 3 wickets 12 runs 1 wicket, Nakul Badnayak 4 overs 30 runs 1 wicket
 Pankaj Bhuey took 1 wicket for 24 overs in 4 overs.
 Odisha, on the other hand, won the match by 10 wickets in 134 overs in 11.4 overs.
 For Odisha, Sukhram Majhi hit 11 fours off 41/34 balls and Nakul Badnayak hit four fours off 56/34 balls. Sukhram Majhi was awarded the Man of the Match award.
Odisha will meet Haryana in their 5th and final league match tomorrow.
The match will be played at the Sachin Tendulkar Ground in Bangalore, said Mr. Biranchi Narayan Sahu, Joint Secretary, Odisha Blind Cricket Association.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !