ରାଧେଶ୍ୟାମ ମେମୋରିଆଲର ପ୍ରଥମ ବାର୍ଷିକ ଫାଇନାଲ ଫୁଟବଲ ମ୍ୟାଚ ଅନୁଷ୍ଠିତ l

 ଯାଜପୁର :- କଳିଙ୍ଗନଗର ଅନ୍ତର୍ଗତ ଗୋବରଘାଟି ପଞ୍ଚାୟତର ଏଡି କ୍ଲବ ଗାଡପୁର ଆନୁକୂଲ୍ୟରେ ଆଜି ପ୍ରଥମ ବାର୍ଷିକ ରାଧେଶ୍ୟାମ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ହୋଇଯାଇଛି l ଏହି ମ୍ୟାଚରେ ମୂଖ୍ୟ ଅତିଥିଭାବେ କଳିଙ୍ଗନଗର ବିସ୍ଥାପିତ ଉନ୍ନୟନ ପରିଷଦ ସଦସ୍ୟ ମଟାଇ ଜାମୁଣ୍ଡା ଓ ମୂଖ୍ୟ ବକ୍ତାଭାବେ ସମାଜସେବୀ ବାବୁଲି ହାଇବ୍ରୁ ଯୋଗଦେଇ ମ୍ୟାଚର ଶୁଭାରମ୍ଭ କରିଥିଲେ ଏବଂ ଏହି ଟୁର୍ଣ୍ଣାମେଣ୍ଟ ଅଗାମୀଦିନରେ କିଭଳି ଆହୁରି ଉନତିମୂଳକ ହୋଇପାରିବ ତାହା ବକ୍ତବ୍ୟରେ କହିଥିଲେ l 
ସ୍ବର୍ଗତ ରାଧେଶ୍ୟାମଙ୍କ ସ୍ମୃତିରେ ତାଙ୍କ ବଡ଼ ଭାଇ ସିଵନାଥ ବଦ୍ରାଙ୍କ ସହ ଅନେକ ମାନ୍ୟଗଣ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଆଜିର ଏହି ଫାଇନାଲ ମ୍ୟାଚ ଗୋବରଘାଟି ଫେଜ ୱାନ ଓ ବଜ୍ରପାଲି ଦଳ ମଧ୍ୟରେ ହୋଇଥିବାବେଳେ ଏଥିରେ ଗୋବରଘାଟି ଫେଜ ୱାନ ଚାରି ଶୂନ ଗୋଲରେ ବଜ୍ରପାଲି ଦଳକୁ ହରାଇ ଚମ୍ପିୟାନ ହୋଇ କପ ସହ ତିରିଶ ହଜାର ଏକ ଟଙ୍କା ପୁରସ୍କୃତ ହୋଇଥିବାବେଳେ ଦ୍ୱିତୀୟ ସ୍ଥାନ ବଜ୍ରପାଲିକୁ କପ ସହ କୋଡିଏ ହଜାର ଏକ ଟଙ୍କା ପୁରସ୍କୃତ ହୋଇଥିଲା l
ଅନ୍ୟମାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ତ୍ରିଜଙ୍ଗା ଟିମକୁ ପନ୍ଦର ହଜାର ଏକୋଇଶ ଟଙ୍କା ଓ ଚତୁର୍ଥ ସ୍ଥାନରେ ଠାକୁରମୁଣ୍ଡା ଦଳକୁ ଦଶହଜାର ଏକ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ଟୁର୍ନାମେଣ୍ଟରେ ମୂଖ୍ୟ ଉପଦେଷ୍ଟା ଭାବେ ବିସ୍ଥାପିତ ଉନୟନ ପରିଷଦ ସମ୍ପାଦକ ବିରେନ ଜାମୁଣ୍ଡା ଓ ବିସ୍ଥାପିତ ଉନୟନ ପରିଷଦ ସଭାପତି ତ୍ରିଲୋଚନ ମହନ୍ତଙ୍କ ସହ ବିପିନ ବିହାରୀ ଗାଗରାଇ ଓ ଟୁକୁ ମହନ୍ତ ପ୍ରମୁଖ ଯୋଗଦେଇ ସମସ୍ତ ଖେଳାଳିଙ୍କୁ ଉତ୍ସାହ ପ୍ରଦାନ କରିଥିଲେେ l ଆଜିର ଏହି ଫାଇନାଲ ମ୍ୟାଚଟିକୁ ଆଣ୍ଡ୍ରିୟସ କାଣ୍ଡୋଲିନା ରେଫରୀ ଭାବେ ଖେଳରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ l
 ଏହି ଟୁର୍ଣ୍ଣାମେଣ୍ଟ ଏଡି କ୍ଲବ ଗାଡପୁର ମୂଖ୍ୟ ଆୟୋଜକ ଭାବେ ଟୁର୍ଣ୍ଣାମେଣ୍ଟ ଟିକୁ ସୁଚାରୁରୂପେ ତୁଲାଇଥିଲାବେଳେ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ ଟି ଦଳକୁନେଇ ଖେଳହୋଇଥିଲା I ଦର୍ଶକଙ୍କ ଉତ୍ସାହ ନିମନ୍ତେ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ସହ ଜାତୀୟ ପାରମ୍ପରିକ ନୃତ୍ୟ ଅନୁଷ୍ଠିତ ହୋଇଥିଲା l ଏଡି କ୍ଲବ ଗାଡପୁର ସଦସ୍ୟମାନଙ୍କ ମଧ୍ୟରେ ସଭାପତି ସିକନ୍ଦର ଗାଗରାଇ, ସମ୍ପାଦକ ଲକ୍ଷ୍ମୀକାନ୍ତ ଟିୟୁ, ରାମଚନ୍ଦ୍ର ଜାମୁଣ୍ଡା, ମାଙ୍ଗିଲାଲ ଟିୟୁ, ପ୍ରେମଚାନ୍ଦ କାଲୁଣ୍ଡିଆ, ସାଙ୍ଗୀ ହାଁସଦା, ସଂଜୀବ ଗାଗରାଇ, କରନ ଜାମୁଣ୍ଡା ଓ ମନୋରଞ୍ଜନ ଗାଗରାଇଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପୂର୍ଣ୍ଣ ସହଯୋଗ ରହିଥିଲା l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !