ଭାରତର ସରକାରୀ ଚ୍ୟାନେଲ ଦୂରଦର୍ଶନକୁ ସବୁଠୁ ଅଧିକ ଦେଖୁଛନ୍ତି ପାକିସ୍ତାନୀ।

ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) :- ଭାରତର ସରକାରୀ ଚ୍ୟାନେଲ ଦୂରଦର୍ଶନକୁ ସବୁଠୁ ଅଧିକ ଦେଖୁଛନ୍ତି ପାକିସ୍ତାନୀ। ଭାରତ ପରେ ଦୂରଦର୍ଶନ ଏବଂ ଅଲ ଇଣ୍ଡିଆ ରେଡିଓର ୟୁଟ୍ୟୁବ ଚ୍ୟାନେଲର ସବୁଠୁ ଅଧିକ ଦର୍ଶକ ଅଛନ୍ତି ପାକିସ୍ତାନରେ। ମୌସୁମୀ ଅଧିବେଶନରେ ସୂଚନା ଦେଲେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର।
 ସଂସଦରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ୨୦୨୧ରେ ୟୁଟ୍ୟୁବରେ ପ୍ରସାର ଭାରତୀ ଚ୍ୟାନେଲକୁ ପାକିସ୍ତାନରେ ୬୯ ଲକ୍ଷ ୬୮ ହଜାର ୪୦୮ ଦର୍ଶକ ଦେଖିଛନ୍ତି। ଯାହାକି ଅନ୍ୟ ଦେଶ ତୁଳନାରେ ପାକିସ୍ତାନର ଦର୍ଶକଙ୍କ ସଂଖ୍ୟା ଅଧିକ ରହିଛି। ସେହିପରି ୟୁଏସ୍‌ରେ ପ୍ରସାର ଭାରତୀର ୟୁଟ୍ୟୁବ୍ ଚ୍ୟାନେଲକୁ ୫୬ ଲକ୍ଷ ୪୭ ହଜାର ୫୬୫, ବାଙ୍ଗଲାଦେଶରେ ୫୧ ଲକ୍ଷ ୮୨ ହଜାର ୧୦ ଜଣ ଦର୍ଶକ ଦେଖିଥିବା ବେଳେ ନେପାଳରେ ୩୧ ଲକ୍ଷ ୬୮ ହଜାର ୮୧୦ ଜଣ ଏବଂ ୟୁଏଇରେ ୨୭ ଲକ୍ଷ ୨୧ ହଜାର ୯୮୮ ଜଣ ଦର୍ଶକ ଦେଖିଛନ୍ତି।
 ଅନୁରାଗ ଠାକୁର ପୁଣି କହିଛନ୍ତି ଯେ, ୨୦୨୦ରେ ପାକିସ୍ତାନରେ ପ୍ରସାର ଭାରତୀ ୟୁଟ୍ୟୁବ୍ ଚ୍ୟାନେଲକୁ ୧ କୋଟି ୩୩ ଲକ୍ଷ ୫୦୪ ଭ୍ୟୁଜ୍ ମିଳିଥିଲା। ସେହିପରି ୟୁଏସ୍‌ରେ ୧ କୋଟି ୨୮ ଲକ୍ଷ ୬୩ ହଜାର ୬୭୪, ୟୁଏଇରେ ୮୨ ଲକ୍ଷ ୭୨ ହଜାର ୫୦୬, ବାଙ୍ଗଲାଦେଶରେ ୮୧ ଲକ୍ଷ ୩୬ ହଜାର ୬୮୪, ଓ ସାଉଦୀ ଆରବରେ ୬୫ ଲକ୍ଷ ୨୯ ହଜାର ୬୮୧ ଭ୍ୟୁଜ୍ ମିଳିଥିଲା।
 ସୂଚନା ଏବଂ ପ୍ରସାରଣ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ପ୍ରସାର ଭାରତୀର ୧୭୦ରୁ ଅଧିକ ୟୁଟ୍ୟୁବ ଚ୍ୟାନେଲ ରହିଛି। ପ୍ରସାର ଭାରତୀର ଡିଜିଟାଲ ଚ୍ୟାନେଲ ଅନ୍ୟ ଦେଶରେ ଖୁବ୍ ଲୋକପ୍ରିୟ। ଏହାକୁ ଆହୁରି ଲୋକପ୍ରିୟ କରିବା ପାଇଁ ସରକାର ଉଚିତ୍ ପଦକ୍ଷେପ ଉଠାଉଛନ୍ତି। ବିବିଧ ଡିଜିଟାଲ ପ୍ଲାଟଫର୍ମରେ କଣ୍ଟେଟ ପୋଷ୍ଟ କରିବା ପାଇଁ ଏକ ଡେଡିକେଟେଡ୍ ଡିଜିଟାଲ ପ୍ଲାଟଫର୍ମ ୱିଙ୍ଗ୍ ତିଆରି କରାଯାଇଛି।

Pakistanis are the most watched television channels in India.
New Delhi(Beuro Report) :- Pakistanis watch India's official channel television the most. Pakistan has the highest number of viewers of Doordarshan and All India Radio's YouTube channel after India. Information and Broadcasting Minister Anurag Thakur made the announcement during the monsoon session.
  In a statement to Parliament, Information and Broadcasting Minister Anurag Thakur said that the broadcast of Bharati channel on YouTube in 2021 was watched by 4,60,406 viewers in Pakistan. Pakistan has a larger audience than any other country. Similarly, Prasar Bharati's YouTube channel in the US4 was watched by 54,855 viewers, in Bangladesh by 51.82 million viewers, in Nepal by 31.9 million viewers and in the UAE by 24.21 million viewers.
  Anurag Thakur reiterated that in 2020, Prasar Bharati YouTube channel in Pakistan received 1.33 crore views. Similarly, 1,28,93,07 views were received in the US7, 42,82,506 in the UAE, 41,34,04 in Bangladesh, and 45,28,041 views in Saudi Arabia.
  According to the Information and Broadcasting Minister, Prasar Bharati has more than 160 YouTube channels. Prasar Bharati's digital channel is very popular in other countries. The government is taking appropriate steps to make it more popular. A dedicated digital platform wing has been created to post content on a variety of digital platforms.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !