ଥାର୍ଡ଼ ରିଜର୍ଭ ବାଟାଲିଅନରେ ପୋଲିସ ପ୍ରତିଷ୍ଠା ଦିବସ ପାଳନ l

ଯାଜପୁର (ସୁକିନ୍ଦା):- ସୁକିନ୍ଦା ନିକଟସ୍ଥ ରଙ୍ଗିଟାଙ୍ଗର ଠାରେ ଅବସ୍ଥିତ ଥାର୍ଡ଼ ଇଣ୍ଡିଆ ରିଜର୍ଭ ବାଟାଲିଅନ, କଳିଙ୍ଗନଗର ପକ୍ଷରୁ ୮୬ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ମନୋଜ୍ଞ ପ୍ୟାରେଡ ବାଟାଲିଅନ ପରିସରରେ ଅନୁଷ୍ଠିତ ହୋଇଥିଲା l ବାଟାଲିଅନ କମାଣ୍ଡାଣ୍ଟ କେ.ସି.ହାଁସଦା ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ l ସହକାରୀ କମାଣ୍ଡାଣ୍ଟ ବିଭୁତି ଭୂଷଣ ପରିଡା ପ୍ୟାରେଡ ପରିଚାଳନା କରିଥିବାବେଳେ ସୁବେଦାର ଶରତ ଚନ୍ଦ୍ର ମହାନ୍ତି ସହାୟତା କରିଥିଲେ l ଡେପୁଟି ସୁବେଦାର ଶ୍ରୀଧର ସାହୁ ଏକନମ୍ବର ପ୍ଲାଟୁନର ହାବିଲଦାର ମେଜର ନାସିରୂଦ୍ଦିନ ଖାଁ ଦୁଇନମ୍ବର ପ୍ଲାଟୁନର, ହାବିଲଦାର ମେଜର ବିଦ୍ୟାଧର ଧଳ କଲର ପାର୍ଟିର ପ୍ଲାଟୁନ ଜମାଣ୍ଡାଣ୍ଟ ଭାବେ ଓ ଶ୍ରୀକାନ୍ତ ସାମଲ ବ୍ୟାଣ୍ଡ ମେଜର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ l ଏହି ଅବସରରେ ପ୍ଳାଜମା ଦାନକରିଥିବା କୋଡିଏ ଜଣ ପୋଲିସ କର୍ମଚାରୀଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ l ଉତ୍ସର୍ଗୀକୃତ ସେବା ଓ ନିଷ୍ଠାପର କାର୍ଯ୍ୟ ଯୋଗୁଁ ଡେପୁଟି ସୁବେଦାର ଶ୍ରୀଧର ସାହୁ, ହାବିଲଦାର ମେଜର ନାସିରୂଦ୍ଦିନ ଖାଁ, ହାବିଲଦାର ସୁମନ ଦଳେଇ, କନେଷ୍ଟବଳ ପ୍ରଶାନ୍ତ କୁମାର ବେହେରା, ବରିଷ୍ଠ କିରାଣୀ ଯୋଗେଶ୍ୱର ବେହେରା, ଝାଡୁଦାର ଅଶୋକ କେରକେଟା ପ୍ରମୁଖ ଛଜଣ କର୍ମଚାରୀଙ୍କୁ ନଗଦ ଅର୍ଥ ପୁରଷ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା l ଡେପୁଟି କମାଣ୍ଡାଣ୍ଟ ବସନ୍ତ ରାୟ ଓ ମନୋଜ ଦାସ, ହାବିଲଦାର ପ୍ରାଣକୃଷ୍ଣ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )l
Police Establishment Day in the Third Reserve Battalion. 
Jajpur (Sukinda): - The Third India Reserve Battalion, located at Rangitangar near Sukinda, organized a funeral parade on the premises of Kalinganagar on the occasion of the 7th Police Establishment Day. Bhushan Parida conducted the parade while Subedar Sarat Chandra Mohanty assisted. Deputy Subedar Sridhar Sahu Habildar Major Nasiruddin Khan of Platoon No. 1, Platoon of Habildar Major Vidyadhar Dhal Kaler The chief guest was felicitated by Deputy Chief Minister Subedar Sridhar Sahu, Habildar Major Nasiruddin Khan, Habildar Suman Dalei, Constable Prashant Kumar Behera, Senior Clerk Yogeshwar Behera, Jharkhand. Deputy Commander T Basant Rai and Manoj Das, Habildar Pranakrishna Parida assisted in the management of the major program. (Reporting by Jay Narayan Mohapatra from Sukinda) l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !