ଚକୁଆରେ ଜୟ ଶ୍ରୀ ହନୁମାନ ଙ୍କ ନବମ ବାର୍ଷିକ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି l

ଦାନଗଦୀ :- ଏହି ବ୍ଲକ ଅନ୍ତର୍ଗତ ଖପୁରିଆପଦା ପଂଚାୟତ ର ଚକୁଆ ଗ୍ରାମ ରେ ପ୍ରତିବର୍ଷ ପରି ଚଳିତ ବର୍ଷ ଜୟ ହନୁମାନଙ୍କ ଙ୍କର ନବମ ବାର୍ଷିକ ଉତ୍ସବ ମହାଯଜ୍ଞ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଛି I ପ୍ରାତଃ ରୁ କଳସ ଶୋଭାଯାତ୍ରା ପରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଚଣ୍ଡୀ ପାଠ, ଗୀତା ପାଠ, ପ୍ରାଥନା, ଷୋଡଶ ଉପଚାର ପୂଜା ହୋଇଥିଲା I ଯଜ୍ଞ କାର୍ଯ୍ୟ ରେ କର୍ତ୍ତା ଭାବେ ଶିଶିର କୁମାର ଚକ୍ରବର୍ତ୍ତୀ ଓ  ଭାନୁମତୀ ଚକ୍ରବର୍ତ୍ତୀ ଥିଲେ, ଆଖ ପାଖର ବହୁତ ଶ୍ରଦ୍ଧାଳୁ ଯଜ୍ଞ କାର୍ଯ୍ୟ ରେ ଯୋଗ ଦେଇଥିଲେ I ଶତାଧିକ ଭକ୍ତ ପ୍ରସାଦ ସେବନ କରି ଥିଲେ, ଏହି ବାର୍ଷିକ ଉତ୍ସବ ର ପ୍ରତ୍ୟେକ ସନ୍ଧ୍ୟା ରେ ଭଜନ ସମାରୋହ, ପ୍ରବଚନ, ଲଉଡ଼ି ଖେଳ ହୋଇଥିଲା l ଗ୍ରାମର ସନ୍ତୋଷ ଜେନା, ପ୍ରଫୁଲ୍ଲ ସାମଲ,ଗୌରହରୀ ରାୟ, ପତିତପାବନ ଚକ୍ରବର୍ତ୍ତୀ,ବିଜୟ ଦଳାଇ, ସୁକାନ୍ତ ସାମଲ, ପ୍ରଶାନ୍ତ ବିଶ୍ୱାଳ, ନିମାଇଁ ଜେନା, ତପନ ଜେନା, ସଞ୍ଜୟ ସାମଲ, ଅଜୟ ସାମଲ, ପଦ୍ମଲୋଚନ ଜେନା ପ୍ରମୁଖ ଭକ୍ତ ଓ ଗ୍ରାମବାସୀ ଙ୍କ ସହଯୋଗ ରେ ଶାନ୍ତି ଶୃଙ୍ଖଳା ର ଶହ ମହାବୀର ଙ୍କର ବାର୍ଷିକ ଉତ୍ସବ ସମାପନ ହୋଇଥିଲା l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !