ଟାଟା ଷ୍ଟିଲ କଳିଙ୍ଗନଗର ଏବଂ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିରରେ ଅନୁଷ୍ଠିତ ହୋଇଯାଇଛି l

ଯାଜପୁର (କଳିଙ୍ଗନଗର) : - ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ଏବଂ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରକ୍ତ ଭଣ୍ଡାରର ମିଳିତ ଆନୁକୂଲ୍ୟରେ ବିଶ୍ୱ ରକ୍ତଦାତା ଦିବସ ଅବସରରେ ଟାଟା ଷ୍ଟିଲ କଳିଙ୍ଗନଗର ସ୍ଥିତ ଡିଇଟି ଅଡିଟୋରିୟମରେ ୧୩ ତାରିଖ ଗୁରୁବାର ଏକ ରକ୍ତଦାନ ଶିବିରରେ ଅନୁଷ୍ଠିତ ହୋଇଯାଇଛି । ୱେଲନେସ୍ କମିଟି ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୨୦୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଟିଏସକେର କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ଦେବଦୂତ ମହାନ୍ତି, ଟିଏସକେର ମୁଖ୍ୟ ପ୍ରଶାସକ ଆଶିଷ କୁମାର, ଯାଜପୁର ରକ୍ତଭଣ୍ଡାର ମେଡିକାଲ ଅଫିସର ଡାକ୍ତର ପ୍ରଶାନ୍ତ କୁମାର ବିଶ୍ୱାଳ ଓ ଡାକ୍ତର ସୁଜିତ ମନୋହର ସ୍ୱାଇଁଙ୍କ ଉପସ୍ଥିତିରେ ଟିଏସକେର ଷ୍ଟିଲ ମେଲଟିଂ ଶପର ମୁଖ୍ୟ ଆଶୁତୋଷ କୁମାର ଓ ଟିଏସକେ ସୁରକ୍ଷା ବିଭାଗ ମୁଖ୍ୟ ଆରଏସ ମିଶ୍ର ମିଳିତ ଭାବେ ଏହି ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗରର ବରିଷ୍ଠ ଅଧିକାରୀ ଓ ଯାଜପୁର ଡିଏଚଏଚର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରକ୍ତଦାନର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ଜୀବନ ରକ୍ଷାକାରୀ ପଦକ୍ଷେପରେ ସାମିଲ ହେବପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରିବା । ଏହି ଶିବିରରେ ଟାଟା ଷ୍ଟିଲର କର୍ମଚାରୀ, ଏସଏନଟିଆଇ ପ୍ରଶିକ୍ଷାର୍ଥୀ ଏବଂ ଠିକା କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିିଥିଲେ । ଦାତାମାନଙ୍କୁ ସାର୍ଟିଫିକେଟ ବ୍ୟତୀତ ବିଭିନ୍ନ ଫଳ ଓ ପନିପରିବା ବିହନ ଆଦି ଉପହାର ସ୍ୱରୂପ ଦିଆଯାଇଥିଲା ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ସେମାନଙ୍କ ଜୀବନ ରକ୍ଷାକାରୀ ଉପହାର ପାଇଁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜିତ ହୋଇଥିଲା । ଟାଟା ଷ୍ଟିଲ୍ କଳିଙ୍ଗନଗର ନିୟମିତ ଭାବେ ଏଭଳି ରକ୍ତଦାନ ଶିବିର ଆୟୋଜନ କରିଥାଏ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !