ଭାରତ-ବାଂଲାଦେଶ ବର୍ଡରରେ ବିଏସଏଫକୁ ହାଇ ଆଲ ଆଲର୍ଟା ଜାରି l

  ବ୍ୟୁରୋ ରିପୋର୍ଟ :- ହିଂସା ଓ ବିଦ୍ରୋହ କାରଣରୁ ମାତ୍ର କିଛି ମାସ ତଳେ ନିର୍ବାଚନ ଜିତିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସନା ଭୟରେ ଦେଶ ଛାଡ଼ିଛନ୍ତି । ଦେଶ ଛାଡ଼ିବା ପୂର୍ବରୁ ସେ ବାଂଲାଦେଶ ସେନାର ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ବାଂଲାଦେଶ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ନିଜ ଭଉଣୀଙ୍କୁ ଧରି ଦେଶ ଛାଡ଼ିଛନ୍ତି । ବାଂଲାଦେଶରେ ଏବେ ସାମରିକ ଶାସନ ପ୍ରତିଷ୍ଠା ହେବାକୁ ଯାଉଛି । ଆଉ ଏହାରି ଭତରେ ଆଉ ଏକ ବଡ଼ ଖବର ସମ୍ନାକୁ ଆସିଛି । ସେ ଆଜି ଅପରାହ୍ନ ସୁଦ୍ଧା ନୂଆଦିଲ୍ଲୀ ଆସିପାରନ୍ତି । ଏବେ ସେ ବାୟୁସେନାର ଏକ ବିମାନରେ ଅଛନ୍ତି । ସେ ଦିଲ୍ଲୀ ଆସି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସୂତ୍ରରୁ ସୂଚନା ମିଳିଛି । ଶେଖ ହସିନାଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ହେବ? ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଚର୍ଚ୍ଚା ହେଉଛି ଯେ ସେ ଭାରତ ଦେଇ ବ୍ରିଟେନ (ଲଣ୍ଡନ), ଫିନଲ୍ୟାଣ୍ଡ କିମ୍ବା ସ୍ୱିଜରଲ୍ୟାଣ୍ଡକୁ ଯାଇପାରନ୍ତି ।ଶେଖ ହସିନା ଭାରତକ ଆସିବା ଖବର ପରେ ଭାରତ ବାଂଲାଦେଶ ବର୍ଡର ରେ ବିଏସଏଫ ଯବାନଙ୍କୁ ହାଇ ଆଲର୍ଟ କରାଯାଇଛି । ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ-ବାଂଲାଦେଶ ସୀମାରେ ହାଇ ଆଲ ଆଲର୍ଟା ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଈଝୠ ଡିଜି ମଧ୍‌ଯ କୋଲକାତାରେ ପହଞ୍ଚିଛନ୍ତି । ସୀମାରେ ସୁରକ୍ଷା ବୃଦ୍ଧି କରାଯାଇଛି । ବାଂଲାଦେଶରେ ସେନା ନିଜ ହାତକୁ ପାୱାର ନେଇଛି । ଏଥି ସହିତ ଇସ୍ତଫା ଦେବା ପରେ ଶେଖ ହସିନା ବାଂଲାଦେଶ ଛାଡିଛନ୍ତି ଏବଂ କୁହାଯାଉଛି ଯେ ସେ ଭାରତ ଆସୁଛନ୍ତି । ସେନା ମୁଖ୍ୟ ଜେନେରାଲ ୱାକର-ଉଚ୍ଚ-କମାନ ଢାକାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଶେଖ ହସିନାଙ୍କ ଇସ୍ତଫା ସ୍ପଷ୍ଟ କରିଛଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଛନ୍ତି । ଏକ ଅନ୍ତରୀଣ ସରକାର ଗଠନ ହେବ । ଆମେ ଏକାଠି ହୋଇ ସୁନ୍ଦର ଭବିଷ୍ୟତ ସୃଷ୍ଟି କରିବୁ ଆମେ ନିଶ୍ଚିତ ଭାବରେ ଏକ ଭଲ ସମାଧାନରେ ପହଞ୍ଚିବା । ଆମେ ବିରୋଧ କରୁଥିବା ଛାତ୍ରମାନଙ୍କ ସହ ସହ କଥା ହେବା ଏବଂ ସେମାନଙ୍କର ସମସ୍ତ ଦାବି ପୂରଣ କରିବା ପାଇଁ ଚେଷ୍ଟା କରିବୁ । ଏହି ପରିପ୍ରେକ୍ଷୀରେ ଭାରତ ଓ ବଙ୍ଗଳାଦେଶ ସୀମାରେ ଭାରତୀୟ ସେନା ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସଜାଗ ରହିଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !