ଶ୍ରୀଚକ୍ର ସେବା ସମ୍ମାନରେ ସମ୍ମାନିତ ସାମାଜିକ କର୍ମୀ ସୁମିତ୍ରା ।

କଟକ (ବ୍ୟୁରୋ ରିପୋର୍ଟ) :- ଶ୍ରୀଚକ୍ର ଟିଭି ୱେବ ଚ୍ୟାନେଲର ପ୍ରଥମ ବାର୍ଷିକ ଉତ୍ସବ କଟକ ସ୍ଥିତ ଗାନ୍ଧୀ ଭବନ ଠାରେ ସଭାପତି ପ୍ରହ୍ଲାଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ଏହା l ଉତ୍ସବରେ ଢେଙ୍କାନାଳ ଜିଲ୍ଲାର ସାମାଜିକ କର୍ମୀ ସୁଶ୍ରୀ ସୁମିତ୍ରା ସାହୁଙ୍କୁ ଶ୍ରୀଚକ୍ର ସେବା ସମ୍ମାନରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା । ସୁଶ୍ରୀ ସୁମିତ୍ରା ସାହୁ କହିଛନ୍ତି ଏମିତି ସେବା କାର୍ୟ୍ଯ ଲୋକଙ୍କ ପାଇଁ ଜାରି ରହିବ ସମାଜ ସେବାରେ ଆଜୀବନ ନିଜର କର୍ତ୍ତବ୍ୟ ଓ ଦାୟତ୍ୱ ଠିକ ରୂପେ ନିଭାଇବେ l ଯାହା ତାଙ୍କ ଦ୍ୱାରା ସମ୍ଭବ ହୋଇ ପାରିବ ସହଯୋଗର ହାତ ବଢାଇବେ ଅନ୍ୟର ଉପକାର ନିମନ୍ତେ,ଶ୍ରୀଚକ୍ର ଟିଭର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗୌତମ ସାହୁଙ୍କୁ ଧନ୍ୟବାଦ ଜଣାଇଥିଲେ l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିଏମସି ମେୟର ଶ୍ରୀଯୁକ୍ତ ସୁବାଷ ସିଂହ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଶ୍ରୀଯୁକ୍ତ ଗୌରହରି ମହାନ୍ତି ଉପସ୍ଥିତ ଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !