ଆଗକୁ ପାଦ ଥାପୁଛି ଚାଷୀ ଆନ୍ଦୋଳନ, ୨୯ ମୌଜା ଭୂମିମୁକ୍ତି କୃଷକ ମଞ୍ଚର ମେଳିରୁ ମିଳୁଛି ସୂଚନା!

RITA VISION NEWS By Umakanta Mohapatra


ଯାଜପୁର (କଳିଙ୍ଗନଗର) :- ୨୯ ମୈାଜା ଭୂମିମୁକ୍ତି କୂଷକ ମଞ୍ଚ ର ଆହୂାନରେ ନାରୀ ନେତ୍ରୀ ଶ୍ରୀମତୀ ସୂର୍ଣଲତା ବାନାରା ଙ୍କ ସଭାପତିତ୍ବରେ ଗୋବରଘାଟୀ ମୈାଜାର ହାତୀମୁଣ୍ଡା ଗ୍ରାମରେ ,ହାତୀମୁଣ୍ଡା, ମଶାଖୀଆ, ବେଲହୁଡି,ମିରିଗିଚରା ର ଶତାଧୀକ ଚାଷୀ ପରିବାର ମାନେ ବିଧିବଦ୍ଧ ଭାବରେ ଅପରାହ୍ନ ୫ଘଟିକା ଠାରୁ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ହାତୀମୁଣ୍ଡା ଛକ ରେ ଏକତ୍ର ହୋଇ ଭୂମିମୁକ୍ତି କୂଷକ ମଞ୍ଚ ରେ ସାମିଲ ହୋଇ ଆଲୋଚନା ଆଲୋଚନା କରିଥିଲେ l ସରକାର ଙ୍କ ରାଜସ୍ୱ ବିଭାଗ ଉଦାସୀନତା ଯୋଗୁ ୯୮ ବର୍ଷ ଧରି ଅଂଚଳ ବାସୀ ସେମାନଙ୍କ ବାପ ଗୋସାପ ଅମଳ ର ଜଙ୍ଗଲ ସଫା କରି ଘରବାଡି ଓ ଚାଷଜମିକୁ ସରକାରୀ ଖାତା ରେ ଯୋଗକରି ନଥିବାରୁ ସମସ୍ତେ ଆନ୍ଦୋଳନ କୁ ଓହ୍ଲାଇ ବାକୁ ଶପଥ ନେଇଥିଲେ l ଗାଁଗାଁ ରେ ଜମି ସର୍ଭେ ନ କରି କେବଳ ବନ୍ଦୋବସ୍ତ କୋର୍ଟ କରିଦେଲେ କାହାରି ଜମି ର ପଟ୍ଟା ପାଇବା ସମସ୍ୟା ର ସମାଧାନ ହୋଇ ପାରିବ ନାହିଁ ବୋଲି ସମସ୍ତେ ଏକ ସ୍ୱର ରେ ମତ ଦେଇଥିଲେ l କୂଷକ ମଞ୍ଚ ତରଫରୁ ଆଗାମୀ ଦିନରେ ମୈାଜାୱାରୀ ଜମି ମାଲିକ ମାନେ ନିଜନିଜ ର ଜମି ଘରଢିହ ର ସୂଚନା କୁ ଲିପିବଦ୍ଧ କରି କୋର୍ଟ ରେ ଦାଖଲ କରିବାର ନିଷ୍ପତି ନିଆଯାଇଥିଲା l ଜମି ବନ୍ଦୋବସ୍ତ ବିନା କାହାରିକୁ କୈାଣସୀ ମୂଲ୍ୟ ରେ କେହି ପ୍ରଜା ଜମି ହସ୍ତାନ୍ତର କରିବେନାହିଁ ବୋଲି ସମସ୍ତେ ମିଳିତ ଶପଥ ନେଇ ଆଗାମୀ ଦିନରେ ୨୯ ମୈାଜା ଭୂମିମୁକ୍ତି ମଞ୍ଚ ର ସମସ୍ତ ନିର୍ଦ୍ଦେଶ କୁ ବିନା ସର୍ତ୍ତରେ ମାନି ଆନ୍ଦୋଳନ କୁ ଆହୁରି ତିବ୍ରତର କରିବାକୁ ସାମୂହିକ ସିଦ୍ଧେଶ୍ୱର ବାର୍ଲା, ରାମଲାଲ୍ ଜାମୁଦା, ମଧୁସୂଦନ ବାଗେ, ସେବତୀ ପୂର୍ତ୍ତୀ, ରାଜେନ୍ଦ୍ର ବାନାରା, ସୁରେନ୍ଦ୍ର ହାଇବ୍କୁ ,ନନ୍ଦିନୀ ଜାମୁଦା,ନଟବର ଚାତାର, ବେଙ୍ଗରା ବାନାରା,ସୁନି ମୁଣ୍ଡୁରାଇ ଙ୍କ ସମେତ ଶତାଧିକ ଚାଷୀ ପରିବାର ଏକ ମତ ପ୍ରକାଶ କରିଛନ୍ତି l ମଞ୍ଚ କମିଟି ତରଫରୁ ସୁଧାଂଶୁ ଦେଓ ,ବିଶ୍ୱରଂଞ୍ଜନ ସ୍ୱାଇଁ, ମଟାଇ ଜାମୁଦା ,ଗୁଣବନ୍ତ ମହାନ୍ତ, ଖୀରୋଦ ଜେନା, ରୋଦ ଜେନା,ବାବୁଲିପୂର୍ତି ପ୍ରମୁଖ ଭାଗ ନେଇ ଥିଲେ I ସଭାପତି୨୯ ମୈାଜା ଭୂମିମୁକ୍ତି କୂଷକ ମଞ୍ଚ, କଳିଙ୍ଗ ନଗର , ଯାଜପୁର ଙ୍କ ତରଫରୁ ସମସ୍ତ ଚାଷୀ ପରିବାର ମାନଙ୍କୁ ସ୍ଵାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !